ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସଫଳ ଟିମ୍ ମଧ୍ୟରେ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ । ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଦଳ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଛି । ଏବେ IPL 2025 ପୂର୍ବରୁ, ଚେନ୍ନାଇ ଟିମ୍ ବଡ଼ ନିଷ୍ପତ୍ତି ନେଇଛି । ପୂର୍ବତନ କ୍ରିକେଟର ଶ୍ରୀଧରନ ଶ୍ରୀରାମଙ୍କୁ ସହାୟକ ବୋଲିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି । ଶ୍ରୀରାମଙ୍କର ଅନେକ ଅଭିଜ୍ଞତା ରହିଛି ଯାହା CSK ଦଳ ପାଇଁ ଉପଯୋଗୀ ହେବ । ଡ୍ବେନ୍ ବ୍ରାଭୋ CSKରେ ସହାୟକ ବୋଲିଂ ପ୍ରଶିକ୍ଷକ ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ଏବେ ସେ କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର ରହିଛନ୍ତି ।
ଶ୍ରୀଧରନ ଶ୍ରୀରାମ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳର ସହାୟକ ପ୍ରଶିକ୍ଷକ ଥିଲେ । ସେ RCB ଦଳରେ ବ୍ୟାଟିଂ ଏବଂ ସ୍ପିନ୍ ବୋଲିଂ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ତା'ପରେ ଅଗଷ୍ଟ ୨୦୨୨ରେ ତାଙ୍କୁ ଏସିଆ କପ୍ ଏବଂ ଟି୨୦ ବିଶ୍ୱକପ୍ ପୂର୍ବରୁ ବାଂଲାଦେଶର ଟି୨୦ ପରାମର୍ଶଦାତା ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ସେ ବାଂଲାଦେଶ ଦଳର ବୈଷୟିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଶ୍ରୀଧରନ ଶ୍ରୀରାମ ଆଇପିଏଲ-୨୦୨୪ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଦଳର ସହାୟକ ପ୍ରଶିକ୍ଷକ ଥିଲେ । ସେ ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ ପ୍ରଶିକ୍ଷକ ମଧ୍ୟ ରହିସାରିଛନ୍ତି ।
ଏବେ ଶ୍ରୀଧରନ ଶ୍ରୀରାମ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ, ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଏବଂ ବ୍ୟାଟିଂ କୋଚ୍ ମାଇକେଲ ହସିଙ୍କ ସହ କାର୍ଯ୍ୟ କରିବେ । ସିଏସକେ ଦଳରେ ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା ଏବଂ ନୁର ଅହମ୍ମଦଙ୍କ ଭଳି ସ୍ପିନର ଅଛନ୍ତି। IPL 2025ରେ, ଚେନ୍ନାଇ ସୁପର କିଙ୍ଗ୍ସ ମାର୍ଚ୍ଚ ୨୩ ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଗତ ସିଜିନରେ ଋତୁରାଜ ଗାୟକୱାଡଙ୍କ ଅଧିନାୟକତ୍ୱରେ, ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । IPL ୨୦୨୫ରେ ସିଏସକରେରେ ରାହୁଲ ତ୍ରିପାଠୀ, ରଚିନ ରବିନ୍ଦ୍ର, ଡେଭନ କନୱେ, ଦୀପକ ହୁଡା ଏବଂ ମୁକେଶ ଚୌଧୁରୀଙ୍କ ଭଳି ଖେଳାଳି ଅଛନ୍ତି।
IPL 2025 ପାଇଁ CSK ଦଳ:
ଋତୁରାଜ ଗାୟକୱାଡ, ମାଥିଶା ପାଥିରାନା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି, ଡେଭନ କନୱେ, ରାହୁଲ ତ୍ରିପାଠୀ, ରଚିନ ରବିନ୍ଦ୍ର, ଆର. ଅଶ୍ୱିନ, ଖଲିଲ ଅହମ୍ମଦ, ନୁର ଅହମ୍ମଦ, ବିଜୟ ଶଙ୍କର, ସାମ୍ କରନ, ଶେଖ ରସିଦ, ଅଂଶୁଲ କାମ୍ବୋଜ, ମୁକେଶ ଚୌଧୁରୀ, ଦୀପକ ହୁଡା, ଗୁରଜପନୀତ ସିଂହ, ନାଥନ ଏଲିସ୍, ଜେମି ଓଭରଟନ୍, କମଲେଶ ନାଗରକୋଟି, ରାମକୃଷ୍ଣ ଘୋଷ, ଶ୍ରେୟସ ଗୋପାଳ, ବଂଶ ବେଦୀ, ଆଣ୍ଡ୍ରେ ସିଦ୍ଧାର୍ଥ।