ନୂଆଦିଲ୍ଲୀ,୨୪/୦୨ : ଭାରତୀୟ କ୍ରିକେଟର ଶିଖର ଧାୱନ ସନ୍ୟାସ ନେଇ ସାରିଛନ୍ତି । ହେଲେ ତାଙ୍କୁ ନେଇ ଏବେ ଚର୍ଚ୍ଚା । ଚାମ୍ପିଅନ୍ସ ଟ୍ରଫିରେ ଭାରତ-ବାଂଲାଦେଶ ବିପକ୍ଷ ମ୍ୟାଚରେ ଶିଖର ଧାୱନଙ୍କୁ ଜଣେ ସୁନ୍ଦରୀ ମହିଳାଙ୍କ ସହ ଦେଖିବାକୁ ମିଳିଥିଲା । କ୍ରିକେଟରୁ ଅବସର ପରେ ଶିଖର ଧାୱନ ବର୍ତ୍ତମାନ ଭାଷ୍ୟକାର ଦାୟିତ୍ବ ତୁଲାଉଛନ୍ତି । ଫୁରସତ ସମୟରେ ଏହି ମହିଳାଙ୍କ ସହ ଶିଖର ଧାୱନ ବୁଲାବୁଲି କରୁଥିବାରୁ ଦେଖିବାକୁ ମିଳୁଛି । ସେହି ମହିଳା ଜଣଙ୍କ କିଏ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଧାୱନଙ୍କ ମହିଳା ବନ୍ଧୁଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଚାମ୍ପିଅନ୍ସ ଟ୍ରଫି ଭାରତ-ବାଂଲାଦେଶ ମ୍ୟାଚରେ ଉଭୟ ଏକାଠୀ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମର ଭିଆଇପି ବକ୍ସରେ ବସିଥିବା ଦେଖିବାକୁ ମିଳିଥିଲା । ଦୁହେଁ ମ୍ୟାଚର ମଜା ନେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଧାୱନ ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ କିଛି ନା କିଛି ସମ୍ପର୍କ ଥିବା ଆକଳନ କରୁଛନ୍ତି ଫ୍ୟାନ୍ସ । ମହିଳା ଜଣଙ୍କ ଆୟର୍ଲାଣ୍ଡର ତାଙ୍କ ନାମ ସୋଫି ବୋଲି ଜଣାପଡିଛି ।
ଅଧିକ ପଢନ୍ତୁ...୨୦୨୪ ଥିଲା କ୍ରୀଡ଼ାବୀତ୍ଙ୍କ କ୍ୟାରିଅରର ଶେଷ ବର୍ଷ, ଜାଣନ୍ତୁ କେଉଁମାନେ ନେଇଥିଲେ ଅବସର...
ଗୁଜବ ଉଠୁଛି କି ଦୁହେଁ ଡେଟ୍ କରୁଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରାଯାଉଛି । ରିପୋର୍ଟ ଅନୁସାରେ ଧାୱନଙ୍କ ସହ ଦେଖିବାକୁ ମିଳିଥିବା ମହିଳା ଜଣଙ୍କ ଆୟର୍ଲାଣ୍ଡର । ଶିଖର ଧାୱନଙ୍କ ଛାଡପତ୍ର ହୋଇସାରିଛି । ପତ୍ନୀ ଆୟେଶା ମୁଖାର୍ଜୀ ତାଙ୍କଠୁ ୧୦ ବର୍ଷ ବଡ । ୨୦୧୨ରେ ଦୁହେଁ ବିବାହ କରିଥିଲେ । ଏବେ ଦୁହେଁ ପରସ୍ପରଠୁ ଅଲଗା ହୋଇଛନ୍ତି । ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । ଛାଡପତ୍ର ପରେ ଧାୱନଙ୍କ ନାମ ସହ ଅନେକ ବଲିଉଡ ଅଭିନେତ୍ରୀଙ୍କ ନାମ ମଧ୍ୟ ଯୋଡା ଯାଉଥିଲା ।