ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

କୋହଲିଙ୍କ ଶତକ, ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ବୃହତ୍ତ ବିଜୟ; ଚାମ୍ପିଅନ୍ସ ଟ୍ରଫି ସେମିରେ ଭାରତ

Published By : Tapas Panda | February 23, 2025 9:55 PM

ଦୁବାଇ: ବିରାଟ କୋହଲିଙ୍କ ରୋମାଞ୍ଚକର ଶତକ ଏବଂ ଟିମ୍‌ ଇଣ୍ଡିଆର ଦମଦାର ବିଜୟ । ପାକିସ୍ତାନକୁ ମାତ ଦେଇ ମ୍ୟାଚ୍‌ ଜିତିଲା ରୋହିତ ବାହିନୀ । ଚୌକା ମାରି ଶତକ ପୂରା କରିବା ସହ ଭାରତକୁ ସହଜ ବିଜୟ ଦେଇଛନ୍ତି କିଙ୍ଗ କୋହଲି । ଏହା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଟିମ୍‌ । ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି । ଭାରତ ପକ୍ଷରୁ ବିରାଟ କୋହଲି ୧୦୦ ରନ କରି ଅପରାଜିତ ରହିଛନ୍ତି । ଏହା ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଲଗାତାର ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ କେବଳ ୨୪୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ୪୨.୩ ଓଭରରେ ବିଜୟୀ ହୋଇଛି ।

ଚାମ୍ପିଅନ୍ସ ଟ୍ରଫି ୨୦୧୭ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ରୋହିତ ବାହିନୀ । କୋହଲିଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନକୁ ୬ ଓ୍ଵିକେଟରେ ହରାଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଦ ସକିଲଙ୍କ ୬୨ ରନ, ମହମ୍ମଦ ରିଜଓ୍ଵାନଙ୍କ ୪୬ ରନ ଓ ଖୁଶଦିଲ ଶାହଙ୍କ ୩୮ ରନ ବଳରେ  ପାକିସ୍ତାନ ୨୪୧ ରନ କରିଥିଲା। ଜବାବରେ ଭାରତ ୪୨.୩ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜ ବିଜୟ ହାସଲ କରିଛି। ବିରାଟ କୋହଲି  ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୫୬ ରନ ଓ ଗିଲ୍ ୪୬ ରନ କରିଛନ୍ତି । ଅନ୍ୟପଟେ ପରାଜୟ ସହ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ବିଦା ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି । 

୨୪୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳକୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ୩୧ ରନ ଯୋଡ଼ିଥିଲେ । ରୋହିତ ଶର୍ମା ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ୨୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ବିରାଟ କୋହଲି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟରେ ୬୯ ରନ ଯୋଡ଼ିଥିଲେ। ଦମଦାର ଫର୍ମରେ ଥିବା ଶୁଭମନ ଗିଲ୍ ୫୨ ବଲରୁ  ୭ ଚୌକା ସହ ୪୬ ରନର ଉପଯୋଗୀ ଇନିଂସ ଖେଳିଥିଲେ । 

ସୂଚନାଯୋଗ୍ୟ, ଭାରତ ବିଜୟର ଦ୍ଵାର ଦେଶରେ ପହଞ୍ଚିବା ବେଳକୁ ଶତକ ହାସଲ ଲାଗି କୋହଲିଙ୍କ ପ୍ରୟାସ ରୋମାଞ୍ଚ ଭରିଥିଲା । କୋହଲିଙ୍କ ଶତକକୁ ନେଇ ପଡ଼ିଆରେ ଛକାପଞ୍ଝା  ଜାରି ରହିଥିଲା । ଗୋଟିଏ ରନ୍‌ ବାକି ଥିବା ବେଳେ କୋହଲିଙ୍କୁ ଶତକ ପୂରଣ କରିବାକୁ ଚାରି ରନ୍‌ ଦରକାର ଥିଲା । ଶେଷରେ କୋହଲି ଚୌକା ମାରି ଦିନିକିଆ କ୍ରିକେଟରେ ୫୧ତମ ଶତକ ହାସଲ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.