ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଦୁବାଇ ଷ୍ଟାଡିୟମରେ ଚମକିଲେ କୁଲଦୀପ-ପାଣ୍ଡ୍ୟା; ଭାରତର ଆଗରେ ପାକିସ୍ତାନ ରଖିଲା ୨୪୨ ରନ୍‌ର ବିଜୟ ଲକ୍ଷ୍ୟ

Published By : Prameya | February 23, 2025 6:36 PM

Image source: Cricbuzz

ଦୁବାଇ,୨୩/୦୨: ଚାମ୍ପିୟନ ଟ୍ରଫି ୨୦୨୫ର ଗ୍ରୁପ୍‌ ଏ'ର ୫ମ ମୁକାବିଲାରେ ଦୁବାଇ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ। ତମାମ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ନିର୍ଦ୍ଧାରୀତ ଓଭର ପୂର୍ବରୁ ସମସ୍ତ ଓ୍ବିକେଟ ହରାଇ ୨୪୧ ରନ୍ କରିଛି। ସଉଦ ଶକିଲଙ୍କ ୬୨ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ପାକିସ୍ତାନ ଦଳ ୨୫୦ ରନ୍ ସ୍କୋର ମଧ୍ୟ କରିପାରିନଥିଲା। ପାକିସ୍ତାନୀ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ହାରି ସାରିଛି। ଏବେ ଭାରତ ବିପକ୍ଷରେ ଜିତିବାକୁ ହେଲେ, ବୋଲିଂରେ ସୁଧାର ଆଣିବାକୁ ହେବ। ଭାରତ ପକ୍ଷରୁ କୁଦଲୀପ ଯାଦବ ୩ଟି ସଫଳତା ପାଇଛନ୍ତି। ଏବେ ଭାରତୀୟ ଦଳ ୨୪୨ ରନ୍‌ର ବିଜୟଲକ୍ଷ୍ୟକୁ ହାସଲ କରିବା ପାଇଁ ମଇଦାନକୁ ଓହ୍ଲାଇବ। ଏହି ମ୍ୟାଚ୍ ଭାରତ ଜିତିଲେ ସେମିରେ ପ୍ରବେଶ କରିବାର ଦ୍ଵାର ଦେଶରେ ପହଞ୍ଚିଯିବ ଦଳ। ଅନ୍ୟପଟେ ପରାଜିତ ହେଲେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ୍ ଓ ବାବର ଆଜମ ପ୍ରଥମ ଓ୍ଵିକେଟ୍‌ ସୁଦ୍ଧା ୪୧ ରନ ଯୋଡ଼ିଥିଲେ। ବାବର ଆଜମ୨୩ ରନ୍‌ କରିବା ବେଳେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଶିକାର ହୋଇଥିଲେ। ଏହା ପରେ ଇମାମ ଉଲ ହକ(୧୦) ଏକ ରନ ନେବା ଚକ୍କରରେ ଅକ୍ଷର ପଟେଲ୍‌ଙ୍କ ଚମତ୍କାର ଥ୍ରୋରେ ରନ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ମହମ୍ମଦ ରିଜଓ୍ଵାନ ଓ ସଉଦ ସକିଲ ପାଳି ସମ୍ଭାଳିଥିଲେ। ଉଭୟ ବ୍ୟାଟରଙ୍କ ମଧ୍ୟରେ ଇନିଂସର ୨୫ ଓଭର ପରେ ରନର ଗତି ବଢିଥିଲା। ଦୁଇ ବ୍ୟାଟରଙ୍କ ମଧ୍ୟରେ ତୃତୀୟ ଓ୍ଵିକେଟ୍ ସୁଦ୍ଧା ୧୦୪ ରନ୍‌ର ଶତକୀୟ ଭାଗିଦାରୀ ହୋଇଥିଲା। ଦଳୀୟ ସ୍କୋର ୧୫୧ ରନ ସ୍କୋରରେ ମହମ୍ମଦ ରିଜଓ୍ଵାନଙ୍କୁ କ୍ଲିନ ବୋଲ୍ଡ କରି ଅକ୍ଷର ପଟେଲ୍ ଭାରତକୁ ବଡ଼ ସଫଳତା ଦେଇଥିଲେ। ରିଜଓ୍ଵାନ ୭୭ ବଲ୍‌ରୁ ୪୬ ରନ୍‌ର ଧିମା ଇନିଂସ ଖେଳିଥିଲେ। 

ପରେ ପାକିସ୍ତାନ କ୍ରମାଗତଭାବେ ଓ୍ଵିକେଟ୍ ହରାଇଥିଲା। ସଉଦ ସକିଲ ୬୨ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇଥିଲେ। ତୟବ ତାହିର ୪ ରନ୍‌ କରି ପାଭିଲିୟନ ଫେରିଥିଲେ। ୪୩ ଓଭରରେ କୁଲଦୀପ ଯାଦବ ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ଲଗାତାର ଦୁଇଟି ବଲରେ ସଲମାନ ଆଗା ୧୯ ରନ୍ ଓ ଶାହୀନ ଆଫ୍ରିଦିଙ୍କୁ ଶିକାର କରିଥିଲେ। ଶେଷ ଆଡ଼କୁ ଖୁଶଦିଲ ଶାହ ୩୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷରେ ପାକିସ୍ତାନ ୨୪୧ ରନ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.