ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଭାରତ- ପାକିସ୍ତାନ ମ୍ୟାଚ୍ ଦେଖିବା ଲାଗି ପହଞ୍ଚିଲେ ଫିଲ୍ମ ଜଗତର ବହୁ ଷ୍ଟାର୍, ଏମଏସ ଧୋନୀଙ୍କୁ ଭେଟିଲେ ସନୀ ଦେଓ୍ବଲ

Published By : Prameya | February 23, 2025 9:55 PM

ମୁମ୍ବାଇ,୨୩/୨ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ବଡ଼ ମ୍ୟାଚ୍ ଭାରତ ବନାମ ପାକିସ୍ତାନ ଖେଳାଯାଉଛି । ପ୍ରଥମେ ବୋଲିଂ କରି ଭାରତ ପାକିସ୍ତାନକୁ ୨୪୧ରନରେ ଅଲଆଉଟ୍ କରିଦେଇଛି । ଏହି ବଡ଼ ମ୍ୟାଚକୁ ଦେଖିବା ଲାଗି କେତେକ ବଡ଼ ଷ୍ଟାର୍ ଦୁବାଇରେ ପହଞ୍ଚିଛନ୍ତି । ବଲିଉଡ଼ ଅଭିନେତ୍ରୀ ଏବଂ ଅନୀଲ କପୁରଙ୍କ ଝିଅ ସୋନମ କପୁର ଷ୍ଟାଡିୟମରେ ପହଞ୍ଚିଛନ୍ତି।  ନିଜ ଅଧିନାୟକତ୍ବରେ ଭାରତକୁ ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଥିବା ଧୋନୀ ବି ସନୀ ଦେଓ୍ବଲଙ୍କ ସହ ମ୍ୟାଚ୍ ଦେଖୁଛନ୍ତି । ତାଙ୍କ ଭିଡ଼ିଓ ଜିଓ ହଟଷ୍ଟାର୍ ମ୍ୟାଚ୍ ସମୟରେ ସେୟାର କରିଛି ।

ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ କେତେକ ବଡ଼ ଷ୍ଟାର୍ ପହଞ୍ଚିଛନ୍ତି । ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀଙ୍କ ସହ ଷ୍ଟାଡିୟମରେ ନଜର ଆସିଥିଲେ । ସାଉଥର ବଡ଼ ଷ୍ଟାର ଚିରଞ୍ଜିବ ଷ୍ଟାଣ୍ଡରେ ବସିଥିବା ଦେଖିଯାଇଛନ୍ତି ।

ଟି୨୦ରେ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ଭାରତ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି।  ବିସ୍ଫୋଟକ ବ୍ୟାଟର ଅଭିଷେକ ଶର୍ମା ବି ଷ୍ଟାଡିୟମରେ ଅଛନ୍ତି।  ସେ ସାଉଥ ଷ୍ଟାର ଚିରଞ୍ଜିବଙ୍କ ସହ ଷ୍ଟାଡିୟମରେ ବସିଥିବା ନଜର ଆସିଥିଲେ । 

ଧୋନୀ ବି ସୁଟ୍ ସମୟରେ ସମୟ ବାହାର କରି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖୁଛନ୍ତି । ଜିଓ ହଟଷ୍ଟାର୍ ଭିଡ଼ିଓ ସେୟାର କରି ଦେଖାଇଛି କି ଧୋନୀଙ୍କୁ ଭେଟିବାକୁ ବଲିଉଡ଼ ଅଭିନେତା ସନୀ ଦେଓ୍ବଲ ପହଞ୍ଚିଛନ୍ତି । ଉଭୟ ମିଶି ମ୍ୟାଚର ଆନନ୍ଦ ଉଠାଉଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.