ନୂଆଦିଲ୍ଲୀ,୨୪/୦୨: ଭାରତ ବିଜୟ ସେ ପୁଣି ପାକିସ୍ତାନ ବିପକ୍ଷରେ ତାକୁ ନେଇ ସେଲିବ୍ରେସନ ହେବନି ବା କେମିତି । ଚାମ୍ପିଅନ୍ସ ଟ୍ରିଫରେ ଦୁବାଇରେ ଟିମ୍ ଇଣ୍ଡିଆର ସୁପର ଶୋ ଦେଖିବାକୁ ମିଳିଥିଲା। ଭାରତ ପାକିସ୍ତାନକୁ ହରାଇ ବିରାଟ ବିଜୟ ହାସଲ କରିଛି । ଏହାକୁ ନେଇ ସବୁଠୁ ସେଲିବ୍ରେସନ । ଏହି ବିଜୟରେ ହିରୋ ସାଜିଥିଲେ 'ଦ କିଙ୍ଗ୍' ବିରାଟ କୋହଲି । ଶତକୀୟ ପାଳି ଖେଳି ଭାରତକୁ ବିଜୟୀ କରିଥିଲେ । ତେବେ ବିରାଟ କୋହଲି, ପାକିସ୍ତାନ ଓ ୨୩ ତାରିଖ ସହ କ୍ରିକେଟର କଣ କନେକ୍ସନ ରହିଛି ଆସନ୍ତୁ ଜାଣିବା ।
ବିରାଟ କୋହଲି, ପାକିସ୍ତାନ ଓ ୨୩ ତାରିଖ । ବିଶ୍ବ କ୍ରିକେଟରେ ଏହି ସଂଯୋଗରେ କିଛି ନା କିଛି ବଡ ଦେଖିବାକୁ ମିଳିଛି । ସରଳ ଭାଷାରେ କହିବାକୁ ଗଲେ ଯେବେ ବି ୨୩ ତାରିଖରେ ବିରାଟ କୋହଲି ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି ତାହା ଭାରତ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ୨୩ ତାରିଖରେ ବିରାଟ କୋହଲିଙ୍କୁ ସାମ୍ନା କରିବାକୁ ୧୦ ଥର ଭାବିବ ପଡୋଶୀ ପାକିସ୍ତାନ । କାରଣ ବିରାଟଙ୍କ ବିପକ୍ଷରେ ଏହି ତାରିଖରେ ପାକିସ୍ତାନର ଇତିହାସ ଭଲ ନାହିଁ । ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ବିରାଟ ପ୍ରତିଥର କିଛି ନା କିଛି ବଡ କରିଛନ୍ତି ।
୨୩ ଫେବୃଆରୀ ୨୦୨୫ରେ ପାକ୍ ବିପକ୍ଷରେ ବିରାଟ ପାଳି- ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ୨୦୨୫ରେ ଗତକାଲି (ରବିବାର) ଭାରତ-ପାକିସ୍ତାନ ମ୍ୟାଚ ଖେଳା ଯାଇଥିଲା । ଏଥିରେ ବିରାଟ କୋହଲି ୧୧୧ ବଲରେ ଅପରାଜିତ ୧୦୦ରନ କରିଥିଲେ । ଏହା ତାଙ୍କର ୫୧ତମ ଦିନିକିଆ ଶତକ । ଏହି ସଫଳତା ସହ ସେ ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ପାକିସ୍ତାନ ବିପକ୍ଷରେ ରିୟଲ ବିରାଟ କୋହଲିଙ୍କ ଦେଖିବାକୁ ପାଇଥିଲେ ଦର୍ଶକ ।
ଅଧିକ ପଢନ୍ତୁ...କଣ ଆୟର୍ଲାଣ୍ଡର ଝିଅ ହେବେ ଶିଖରଙ୍କ ପାର୍ଟନର ? ଧାୱନଙ୍କ ମହିଳା ବନ୍ଧୁଙ୍କୁ ନେଇ ଚର୍ଚ୍ଚା