ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭାରତ-ଇଂଲଣ୍ଡ, ଜର୍ମାନୀ-ଆୟର୍ଲାଣ୍ଡ ଲଢ଼େଇ, ଭାରତୀୟ ମହିଳା ଦଳକୁ ଭେଟିବ ନେଦରଲାଣ୍ଡସ୍

Published By : Prameya | February 24, 2025 11:36 AM

ଭୁବନେଶ୍ୱର, ୨୪/୦୨: କଳିଙ୍ଗ  ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ସୋମବାର ଘରୋଇ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ ।  ସେମିତି ପୁରୁଷରେ ଜର୍ମାନୀ-ଆୟର୍ଲାଣ୍ଡ  ଏବଂ ମହିଳାରେ ଭାରତ ଓ ନେଦରଲାଣ୍ଡସ  ମଧ୍ୟରେ ଆଉ ୨ଟି ମ୍ୟାଚ୍‌ ଖେଳାଯିବ । 

ଭାରତ-ଇଂଲଣ୍ଡ(ପୁରୁଷ): ପ୍ରୋ ଲିଗର ସମସ୍ତ ମ୍ୟାଚ୍‌ ଦର୍ଶକଙ୍କ ପାଇଁ  ମାଗଣା ଦେଖିବାର ସୁବିଧା କରାଯାଇଛି ।  ଘରୋଇ ଭେନ୍ୟୁରେ ଭାରତ ସିଜନରେ  ଶେଷ ଦୁଇ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ  ଖେଳିବ । ସୋମବାର ପ୍ରଥମ ଚରଣ  ରହିଛି । ପୂର୍ବରୁ ଘରୋଇ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଡବଲ ଏବଂ ଜର୍ମାନୀ ଓ ସ୍ପେନ  ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌  ଜିତିଛି । ଫଳରେ ଦଳ ଚଳିତ ସିଜନରେ  ୬ଟିରୁ ୪ଟି ବିଜୟ ସହ ମୋଟ୍‌ ୧୨ ପଏଣ୍ଟ  ପାଇ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଇଂଲଣ୍ଡ ଗୋଟିଏ ପଏଣ୍ଟ ସହ ଭାରତଠୁ  ଆଗରେ ରହିଛି । ଉଭୟ ସିଜନରେ ସମାନ  ସଂଖ୍ୟକ ମ୍ୟାଚ୍‌ ଖେଳିଛନ୍ତି । ସୋମବାର ଭାରତ ପୂର୍ବ ପ୍ରଦର୍ଶନ ଜାରି ରଖି ପୂରା ପଏଣ୍ଟ  ହାସଲ କରିବାକୁ ଉଦ୍ୟମ କରିବ । ସେମିତି  ଘରୋଇ ଦଳ ବିପକ୍ଷରେ ଇଂଲଣ୍ଡ ଶ୍ରେଷ୍ଠ  ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ । 

ଭାରତ-ନେଦରଲାଣ୍ଡସ (ମହିଳା): ମହିଳା ବର୍ଗରେ ଭାରତର  ପ୍ରଦର୍ଶନ ସେତେଟା ଉନ୍ନତ ନାହିଁ । ଦଳ ଏର୍ଯ୍ୟନ୍ତ ୬ଟି ମ୍ୟାଚ୍‌ରୁ ସିଧାସଳଖ ୨ଟି ବିଜୟ  ସହ ୭ ପଏଣ୍ଟ ପାଇ ଟେବୁଲରେ ସପ୍ତମ  ସ୍ଥାନରେ ରହିଛି ।  ସୋମବାର  ନେଦରଲାଣ୍ଡସକୁ ଭେଟିବ  । ଭ୍ରମଣକାରୀ ଦଳ ବେଶ ଶକ୍ତିଶାଳୀ ।  ପୂର୍ବରୁ ଦଳ ୬ଟି  ମ୍ୟାଚରୁ ୫ଟି ବିଜୟ ସହ ୧୫ ପଏଣ୍ଟ ପାଇ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଭ୍ରମଣକାରୀ ଦଳକୁ ପ୍ରତିହତ କରିବାକୁ  ହେଲେ ଘରୋଇ ଦଳକୁ ସବୁ ବିଭାଗରେ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.