ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ବାଂଲାଦେଶ-ନ୍ୟୁଜିଲାଣ୍ଡ ମ୍ୟାଚ୍‌? ସେମିଫାଇନାଲ ପାଇଁ କ'ଣ ରହିଛି ସମୀକରଣ?

Published By : Prameya | February 24, 2025 6:00 PM

Image source: ABP Live

ନୂଆଦିଲ୍ଲୀ,୨୪/୦୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଭାରତ ଏହି ମ୍ୟାଚ୍‌କୁ ୬ ୱିକେଟରେ ଜିତିଥିଲା। ଆୟୋଜକ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟ ପରାଜୟ ହାସଲ କରିଛି। ଏବେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାର ବିପଦର ସମ୍ମୁଖୀନ ହେଉଛି। ତଥାପି, ପାକିସ୍ତାନର ଏବେ ବି କିଛି ଆଶା ବାକି ଅଛି। ପାକିସ୍ତାନର ନଜର ଏବେ ସୋମବାର ଖେଳାଯାଉଥିବା ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଉପରେ ରହିଛି। ଏହି ମ୍ୟାଚ୍‌ର ଫଳାଫଳ ହିଁ ସ୍ପଷ୍ଟ କହିବ ଯେ, ପାକିସ୍ତାନ ବାଦ୍ ପଡ଼ିବ ନା ସେମିଫାଇନାଲରେ ପହଞ୍ଚିବା ପାଇଁ ଆଶା ଉଜ୍ଜୀବିତ ରହିବ।

କ୍ରିଡ଼ା ସମ୍ପର୍କିତ ଖବର ପଢ଼ନ୍ତୁ: ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ କ୍ରିକେଟପ୍ରେମୀଙ୍କୁ ଅପହରଣ ଯୋଜନା କରୁଛି ISKP

ପାକିସ୍ତାନ ପାଇଁ ସମୀକରଣ କ'ଣ ରହିଛି

ଭାରତ ବିପକ୍ଷରେ ପରାଜୟ ପରେ, ପାକିସ୍ତାନ ପାଇଁ ସେମିଫାଇନାଲରେ ପହଞ୍ଚିବା ବହୁତ କଷ୍ଟକର, କାରଣ ବର୍ତ୍ତମାନ ଏହି ଦଳ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରୁଛି। ତଥାପି, ଏହା ପାକିସ୍ତାନ ପାଇଁ କିଛି ନୂଆ ନୁହେଁ। ପ୍ରତ୍ୟେକ ଆଇସିସି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଅବସ୍ଥା ସମାନ ରହୁଛି। ତେବେ ଆସନ୍ତୁ ପାକିସ୍ତାନର ବର୍ତ୍ତମାନର ସମୀକରଣ ବିଷୟରେ ଆଲୋଚନା କରିବା। ଯଦି ଆଜି ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶ ଠାରୁ ହାରିଯାଏ ଏବଂ ତା’ପରେ ଭାରତ ମଧ୍ୟ କିୱି ଦଳକୁ ପରାଜିତ କରେ, ତେବେ ପାକିସ୍ତାନ ଦଳ ସେମିଫାଇନାଲରେ ପହଞ୍ଚିପାରିବ। ଏହା ହେବା ବହୁତ କଷ୍ଟକର ମନେହୁଏ, କିନ୍ତୁ କ୍ରିକେଟରେ ସବୁକିଛି ହୋଇପାରିବ।

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଛି ବାଂଲାଦେଶ:

ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଖବର ଲେଖାଯିବା ପର୍ଯ୍ୟନ୍ତ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୮ ଓଭରରେ ୭ ୱିକେଟ୍ ହରାଇ ୨୩୧ ରନ୍ କରିଛି। ବାଂଲାଦେଶ ପକ୍ଷରୁ ଅଧିନାୟକ ନାଜମୁଲ ହୁସେନ ଶାନ୍ତୋ ୭୭ ଏବଂ ଜାକର ଅଲ୍ଲୀ ୪୫ ରନ୍ କରି ଖେଳୁଛନ୍ତି। ଆଜି ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ ଆସିଛି। ସ୍ପିନ୍ ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ଦଳକୁ ଫେରିଛନ୍ତି। ସେହିପରି ଦ୍ରୁତ ବୋଲର କାଇଲ ଜାମିସନଙ୍କୁ ମଧ୍ୟ ସୁଯୋଗ ମିଳିଛି। ମ୍ୟାଟ୍ ହେନରୀଙ୍କ ସ୍ଥାନରେ ଜାମିସନ୍ ଏବଂ ଡାରିଲ୍ ମିଚେଲଙ୍କ ସ୍ଥାନରେ ରବିନ୍ଦ୍ର ଦଳରେ ଆସିଛନ୍ତି।

You can also read: ୨୩ ଅଙ୍କ ସହ 'ବିରାଟ' କନେକ୍ସନ; ବିଶ୍ବ କ୍ରିକେଟର ଗଜବ ଏ ସଂଯୋଗ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.