ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ କ୍ରିକେଟପ୍ରେମୀଙ୍କୁ ଅପହରଣ ଯୋଜନା କରୁଛି ISKP

Published By : Ankita S | February 24, 2025 2:12 PM

ନୂଆଦିଲ୍ଲୀ,୨୪/୦୨ : ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଲା ବଡ ଖବର । ଚାମ୍ପିଅନ୍ସ ଟ୍ରଫିକୁ ହୋଇପାରେ ଆତଙ୍କୀ ଆକ୍ରମଣ । ବିଦେଶୀ କ୍ରିକେଟପ୍ରେମୀଙ୍କୁ ଅପହରଣ ଯୋଜନା କରୁଛି ଆତଙ୍କୀ ସଂଗଠନ ଆଇଏସକେପି । ଏ ନେଇ ହାଇ ଆଲର୍ଟ ଜାରିଙ୍କୁ କରିଛି ଖୋଦ୍ ପାକିସ୍ତାନ ଗୁଇନ୍ଦା ବିଭାଗ । ଟିଟିପି, ଆଇଏସଆଇଏସ ଉପରେ କଡା ନଜ୍ଜର ରଖାଯାଇଛି । ପାକିସ୍ତାନରେ ଜାରି ଥିବା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉପରେ ଏକ ବଡ଼ ବିପଦ ଦେଖାଦେଉଛି । 

ପାକିସ୍ତାନ ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ଆକ୍ରମଣ ନେଇ ଯୋଜନା ଚାଲିଥିବା ଖବର ମିଳିଛି । ଆତଙ୍କୀ ସଂଗଠନ ଆଇଏସକେପି ଗ୍ରୁପ  ଏହାପଛରେ ରହିଥାଇପାରେ । ଭାରତୀୟ ଏଜେନ୍ସିଂକୁ ମଧ୍ୟ ବିଦେଶୀ ଏଜେନ୍ସିଂ ଅବଗତ କରାଇଛି । ବିଦେଶୀ କ୍ରିକେଟପ୍ରେମୀ ଅପହରଣ କିମ୍ବା ଆତଙ୍କୀ ଆକ୍ରମଣ ହେବା ନେଇ ଚର୍ଚ୍ଚା ହେଉଛି ।  ଆଇଏସକେପି ଇସଲାମିତ ଷ୍ଟେଟର ଏକ କ୍ଷେତ୍ରୀୟ ଗ୍ରୁପ । ଏହା ବିଶେଷ କରି ପାକିସ୍ତାନ ଓ ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି । ଏବେ ସୁଦ୍ଧା କୌଣସି ସବିଶେଷ ସୂଚନା ମିଳିନାହିଁ । ହେଲେ ଏହି ବିପଦକୁ ଅଣଦେଖା କରାଯାଇପାରିବ ନାହିଁ । ସୁରକ୍ଷା ଏଜେନ୍ସିଂ ପାକିସ୍ତାନରେ ଆଲର୍ଟ ଜାରି କରିଛନ୍ତି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନ ଯିବନି ବୋଲି ମାନ କରିଥିଲା । ତେଣୁ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ହୋଇଛି । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି ।  ଏହା ପୂର୍ବରୁ  ମଧ୍ୟ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ୨୦୦୯ରେ ଗଦାଫି ଷ୍ଟାଡିୟମରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଯେଉଁଥିପାଇଁ ପାକିସ୍ତାନରେ ଅନେକ ବର୍ଷ ହେବ ଅନ୍ତର୍ଜାତୀୟ ମ୍ୟାଚ ବନ୍ଦ ରହିଥିଲା । ଏହା ପରେ ସ୍ଥିତିରେ ସୁଧାର ଆସିବା ପରେ ଦୀର୍ଘ ବର୍ଷ ପରେ ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜକ ହୋଇଥିଲା । ଚାମ୍ପିଅନ୍ସ ଟ୍ରଫି ଚାଲିଥିବା ସମୟରେ ଏପରି ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ ଜାରି ହେବା ନିହାତି ଭାବରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପ୍ରଭାବ ପକାଇବ । ଆଗମୀ ଦିନରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ମୋଟ ୮ ଦଳ କରିଛନ୍ତି ଅଂଶଗ୍ରହଣ- ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଆୟୋଜତ ପାକିସ୍ତାନ ସମେତ ଭାରତ, ବାଂଲାଦେଶ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଅଂଶଗ୍ରହଣ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.