ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଭାବୀଜୀ ଘର ପର୍ ହେଁ’ ଅଭିନେତା ଫିରୋଜ ଖାନଙ୍କ ନିଧନ

ନୂଆଦିଲ୍ଲୀ, ୨୩/୫ :  ‘ଭାବୀଜୀ ଘର ପର୍ ହେଁ’ ଅଭିନେତା ଏବଂ ଅମିତାଭ ବଚ୍ଚନଙ୍କ ଡ୍ୟୁପ୍ଲିକେଟ ଫିରୋଜ ଖାନଙ୍କ  ନିଧନ । ଅଭିନେତା ଗୁରୁବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଫିରୋଜ ଖାନ ସୋସିଆଲ ମିଡ଼ିଆରୁ ନେଇ ଇଣ୍ଡଷ୍ଟ୍ରିରେ ବହୁ ଲୋକପ୍ରିୟ ଅଟନ୍ତି । ତାଙ୍କୁ ଡ୍ୟୁପ୍ଲିକେଟ ଅମିତାଭ ବଚ୍ଚନଙ୍କ ନାମରେ ଫେମ୍ ମିଳିଥିଲା । ଅଭିନେତାଙ୍କ ନିଧନରେ ତାଙ୍କର ଫ୍ୟାନ୍ସ ସୋସିଆଲ ମିଡ଼ିଆରେ ଶୋକ ପ୍ରକାଶ କରିଛନ୍ତି । 

ଫିରୋଜ ଖାନ ବନ୍ଦାୟୁରେ ରହୁଥିବା ବାସିନ୍ଦା । ସେ ସେଠାରେ ରହି କାମ କରିଥାନ୍ତି। ୪ମଇରେ ସେ ବୋଟର ମହୋତ୍ସବରେ ପରଫର୍ମାନ୍ସ ଦେଇଥିଲେ । ଅଭିନେତା ସେଠାରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫିରୋଜ ଖାନଙ୍କ ନିଧନ ହାର୍ଟ ଆଟାକରେ ହୋଇଛି । ମାତ୍ର ଅଭିନେତାଙ୍କ ପରିବାର ପକ୍ଷରୁ ଅଧିକ ସୂଚନା ସାମ୍ନାକୁ ଆସି ନାହିଁ । 

ଫିରୋଜ ଖାନ ଯେଉଁ ଭଳି ବିଗ୍ ବିଙ୍କ ଅଭିନୟ ଏବଂ ମିମିକ୍ରି କରୁଥିଲେ ତାହା ବହୁତ ଅଜବ ଥିଲା । ସେ ଅବିକଳ ଅମିତାଭ ବଚ୍ଚନଙ୍କ ଭଳି ଦେଖାଯାଉଥିଲେ । ଫ୍ୟାନ୍ସ ବି ତାଙ୍କୁ ଏହି ଅନ୍ଦାଜରେ ଖୁବ୍ ପସନ୍ଦ କରୁଥିଲେ । ଦେଶ ସାରା ସେ ସେହି ରୂପରେ ପରଫର୍ମାନ୍ସ ବି ଦେଉଥିଲେ । 

ଯଦି ଆମେ ଅଭିନୟର କ୍ୟାରିୟର କଥା କହିବା ତ ସେ ଭାବି ଜୀ ଘର ପର୍ ହେଁ, ଜିଜା ଜୀ ଛତ ପର ହେଁ, ସାହେବ ବୀବୀ ଓର ବସ୍, ହପ୍ପୁ କୀ ଉଲଟନ ପଲଟନ ଏବଂ ଶକ୍ତିମାନ ଭଳି ସୋରେ କାମ କରିଛନ୍ତି । ଖାଲି ଏତିକି ନୁହେଁ, ସେ ଅଦନାନ ସାମୀର ସୁପରହିଟ ଗୀତ ଥୋଡ଼ି ସୀ ଲିଫ୍ଟ କରା ଦେ ରେ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.