ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗିରଫ ହେଲେ ବିଇଓ ସୀତାରାମ ପାତ୍ର, ଏକକାଳୀନ ୬ଟି ଜାଗାରେ ଭିଜିଲାନ୍ସର ଚଢ଼ାଉ

ବ୍ରହ୍ମପୁର/ଛତ୍ରପୁର, ୧/୯: ଗିରଫ ହେଲେ ଛତ୍ରପୁର ବିଇଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ବିଇଓଙ୍କୁ କୋର୍ଟ ଚାଲାଣ କରାଯିବ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ରବିବାର ତାଙ୍କୁ ଗିରଫ କରାଯାଇଛି । ଶନିବାର ଭୋରରୁ ବିଇଓଙ୍କ ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଛତ୍ରପୁରରେ କାର୍ଯ୍ୟ କରିବା ସମୟରେ ବିଇଓ ପାତ୍ରଙ୍କ ନାଁରେ ଅର୍ଥ ହେରଫେରଠାରୁ ଆରମ୍ଭ କରି ଅନେକ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଚଢ଼ଉ ବେଳେ ନଗଦ ସାଢ଼େ ୬ ଲକ୍ଷ ଟଙ୍କା, ବିଶାଳ ଅଟ୍ଟାଳିକା, ପ୍ଲଟ୍‌ ଏବଂ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚୱାରେଣ୍ଟ ଜାରି କରିବା ପରେ ଶନିବାର ଭୋର ୫ଟାରେ ଭିଜିଲାନ୍ସର ୬ଟି ଟିମ୍‌ ଏକକାଳୀନ ୬ଟି ଜାଗାରେ ଚଢ଼ଉ କରିଥିଲେ ।  

ବ୍ରହ୍ମପୁର ରାମକୃଷ୍ଣ ନଗର ୭ମ ଗଳିରେ ଥିବା ଅଟ୍ଟାଳିକା, ପୋଲସରା କୋଳିସାହିରେ ଥିବା ଦୁଇ ମହଲା କୋଠା, ସେହି ସାହିରେ ଥିବା ଆଉ ଏକ ଘର, ବ୍ରହ୍ମପୁର କଳିଙ୍ଗନଗରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ସମେତ ଛତ୍ରପୁରସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରିଥିଲା । ସେହିପରି ୩୫ ଲକ୍ଷ ୬୧ ହଜାର ଟଙ୍କା ବ୍ୟାଙ୍କ୍‌ ଓ ବୀମାରେ ବିନିଯୋଗ ହୋଇଥିବା ଭିଜିଲାନ୍ସ ଚଢ଼ଉରେ ଜଣାପଡ଼ିଛି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.