ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ସଂସଦ ଗୃହରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ମହିଳା ସାଂସଦ, କହିଲେ ସେ ମୋ ବେକ ପାଖକୁ ଆସି...

ନୂଆଦିଲ୍ଲୀ: ମହିଳା ନେତାଙ୍କ ପାଇଁ ଅଷ୍ଟ୍ରେଲିଆର ସଂସଦ ସୁରକ୍ଷିତ ନୁହେଁ । ଏଭଳି ଖବର ପୂର୍ବରୁ ମଧ୍ୟ ଆସିଛି । ଆଉ ଏହାରି ଭିତରେ ଜଣେ ମହିଳା ସାଂସଦ ଅଭିଯୋଗ କରିଛନ୍ତି ଯେ, ସଂସଦ ଭିତରେ ତାଙ୍କୁ ଅସଦାଚରଣ କରାଯାଇଛି । ସେ ଦେଶର ସଂସଦ ଭିତରେ କ୍ରମାଗତ ଭାବରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

 ବାସ୍ତବରେ, ଏହି ଖୁଲାସା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ କୈରେନ ଏଣ୍ଡ୍ରୟୁ କରିଛନ୍ତି । ସେ ନାମ ନନେଇ ଜଣେ ସାଂସଦଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି କି, ବ୍ୟକ୍ତି ଜଣକ ତାଙ୍କ ବେକ ପାଖକୁ ଅତି ନିକଟତର ହୋଇ ଗଭୀର 'ନିଶ୍ୱାସ' ନେଇଛନ୍ତି । କେବଳ ଏତିକି ନୁହେଁ, ସେ ଗୃହ ଭିତରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଏହି ସବୁ ତାଙ୍କ ପାଇଁ ଅତ୍ୟନ୍ତ ଅସହଜ ଥିଲା । ତେବେ ଏହା ପୂର୍ବରୁ ଅନେକ ମହିଳା ସାଂସଦ ଗୃହକୁ ମହିଳାଙ୍କ ପାଇଁ ଅସୁରକ୍ଷିତ ବୋଲି ବର୍ଣ୍ଣନା କରିସାରିଛନ୍ତି ।

 ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ କହିଥିଲେ ଯେ, ମୁଁ ସେଠାରେ ବସି ମୋର କାମ କରୁଥିଲି, ସେତେବେଳେ ମୁଁ ଅନୁଭବ କଲି ଯେ କେହି ଜଣେ ମୋ ବେକ ପାଖକୁ ଆସୁଛନ୍ତି ଏବଂ ଗଭୀର ଭାବେ ନିଶ୍ୱାସ ନେଉଛନ୍ତି । ଯେତେବେଳେ ମୁଁ ଏହାକୁ ନେଇ ପ୍ରଶ୍ନ ପଚାରିଥିଲି, ମୁଁ ପ୍ରତିକ୍ରିୟାରେ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ପାଇଥିଲି । ସେ ଆହୁରି କହିଛନ୍ତି ଯେ ଏହି ଘଟଣା ମୋତେ ବହୁତ ଆଘାତ ଦେଇଛି । ଏଥିପାଇଁ ମୁଁ ନିଜକୁ ଶକ୍ତିହୀନ ଅନୁଭବ କରୁଛି । ସୂଚନାଥାଉକି, ଯେ ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଆଗାମୀ ନିର୍ବାଚନ ଭିତରେ ରାଜନୀତିରୁ ଅବସର ନେବେ ।

 ସୂଚନାଯୋଗ୍ୟ ଯେ ସ୍କଟ ମୋରିସନ୍‌ଙ୍କ ପୂର୍ବ ମିଳିତ ସରକାରରେ କୈରିନା ଏଣ୍ଡ୍ରିୟୁ ଶିଳ୍ପ ଓ ଗୃହ ବ୍ୟାପାର ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ସଂଘୀୟ ରାଜନୀତିରେ ମହିଳାଙ୍କ ସହ ଅସଦାଚରଣ ପ୍ରସଙ୍ଗରେ ସେ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏଣ୍ଡ୍ରିୟୁ ମେକାନିକାଲ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ । ଏବେ ସେ କହିଛନ୍ତି ଯେ ରାଜନୈତିକ କ୍ଷେତ୍ରରେ ହିଁ ସେ ଲିଙ୍ଗ ଭିତ୍ତିକ ଭେଦଭାବ ଅନୁଭବ କରିଛନ୍ତି ।

 

 

Copyright © 2022 - Summa Real Media Private Limited. All Rights Reserved.