ରିଆମାଳ, ୧୯।୧ (ଆପ୍ର) : ରିଆମାଳ ସଦର ମହକୁମା ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ନବଦିଗନ୍ତ ସାହିତ୍ୟ ସଂସଦର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି କବୟତ୍ରୀ ଅଂଶ ଗ୍ରହଣ କରି ସ୍ୱ ରଚିତ କବିତା ପାଠ କରିଥିଲେ l
ଉକ୍ତ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ପ୍ରଫୁଲ ମହାପତ୍ର, ମୁଖ୍ୟଵକ୍ତା ଡା.ଭାରତ ଭୂଷଣ ନନ୍ଦ, ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଚିତରଞ୍ଜନ ଦାସ, ଅବନୀକାନ୍ତ ପାଣି ଏବଂ ସଂଯୋଜିକା ଭାବରେ ପଦ୍ମିନୀ ସାହୁ, ପଦ୍ମିନୀ ଦାସ ମହାପାତ୍ର, ଅଧ୍ୟାପିକା ଆର. ପୁଷ୍ପାଞ୍ଜଳି ଯୋଗ ଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ସଂସଦର ସ୍ଥାୟୀ ସଭାପତି ପଣ୍ଡିତ ଜଳନ୍ଧର ଦାଶ, ମୁଖ୍ୟଅତିଥି ଭାବରେ ନାକଟିଦେଉଳ ଵିଡିଓ କ୍ଷମାନିଧି ଭୋଇ, ମୁଖ୍ୟଵକ୍ତା ଭାବରେ ରତ୍ନପ୍ରଭା ବାଇ ଯୋଗ ଦେଇଥିବାବେଳେ ସଂସଦ ସମ୍ପାଦକ ଅଧ୍ୟାପକ ଗୋଲବଦନ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସଂସଦ ର ମୁଖପତ୍ର ଆହ୍ୱାନ ସମେତ ବିଭିନ୍ନ ଲେଖକଙ୍କ ପୁସ୍ତକ ଉନ୍ମୋଚିତ ହେବା ସହିତ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସଂସଦ ସଦସ୍ୟ ବାଲି ଲୁହା, ମଦନ ବେହେରା, ଶମ୍ଭୁଲାଲ ଅଗ୍ରୱାଲ, ରାଜକିଶୋର ବେହେରା, ତ୍ରିଲୋଚନ ବେହେରା ପ୍ରମୁଖ ସହଯୋଗ କରିଥିଲେ l