ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

ଚନ୍ଦାହାଣ୍ଡି,୨୪/୭ :  ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଡଙ୍ଗରିଗୁଡା ଗ୍ରାମରେ । ଜଣେ ବିବାହିତା ମହିଳାଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିବା ନେଇ ମୃତକାଙ୍କ ବାପା ନନ୍ଦ ପୂଜାରୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି । ମୃତକା ପ୍ରେମଶିଲା ମାଝି (୨୪) । ଅନ୍ୟପଟେ ନିଜ ପିନ୍ଧା ଲୁଗା ପଣତରେ ଛାତର ଫ୍ୟାନ ହୁକରେ ଆତ୍ମହତ୍ୟା କରିଥିବା ନେଇ ମୃତକାର ସ୍ୱାମୀ ଧର୍ମୁ ମାଝି (୨୭)ଏତଲା ଦେଇଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲର୍ସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । 

ସୂଚନା ଅନୁସାରେ, ପଟଖଲିଆ ପଞ୍ଚାୟତ ଅଧିନ ଧୂରୁଆପଡା ଗ୍ରାମର ନନ୍ଦ ପୂଜାରୀଙ୍କ ଝିଅ ପ୍ରେମଶିଲା ୪ବର୍ଷ ତଳେ ଡଙ୍ଗରିଗୁଡା ଗ୍ରାମର ଧର୍ମୁ ମାଝିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ସ୍ୱାମୀ ସ୍ତ୍ରୀ ଦୁହେଁ ବେଶ ହସ ଖୁସିରେ ରହିବା ସହ ତାଙ୍କର ଏକ ୩ବର୍ଷର ଶିଶୁ କନ୍ୟା ଟିଏ ରହିଛି l ସବୁଦିନ ପରି   ମଙ୍ଗଳବାର ସନ୍ଧ୍ୟାରେ ରୋଷେଇ କାମ ସାରି ନିଜ ଛୋଟ ଝିଅ ସହ ପ୍ରେମଶିଲା ଘରେ ଥିଲେ l ସ୍ୱାମୀ ବାହାରକୁ ବୁଲିବାକୁ ଯାଇଥିଲେ l ପରେ ୭ଟା ସମୟରେ ସ୍ୱାମୀ ଘରକୁ ଆସି ଦେଖିଥିଲେ ତ ପ୍ରେମଶିଲା ଆତ୍ମହତ୍ୟା କରିଛନ୍ତି । ଏ ନେଇ ବାହାର ଲୋକଙ୍କୁ କହିବା ସହ ଶ୍ବଶୁର ଘରକୁ ଫୋନରେ କହିବା ପରେ ପ୍ରେମଶିଲାର ବାପା ଭାଇ ରାତିରେ ଡ଼ଙ୍ଗରୀଗୁଡା  ଯାଇଥିଲେ । ଝିଅର ଶବ ଝୁଲନ୍ତା ଅବସ୍ଥାରେ ନ ରହି ବାରଣ୍ଡାରେ ପଡ଼ିଥିବାରୁ ଝିଅର ଆତ୍ମହତ୍ୟାକୁ ନେଇ ସନ୍ଦେହ ହୋଇଥିଲା l ଏହାକୁ ନେଇ ସେ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଏଏସଆଇ ଦିଲୀପ ବାରିକ, ଲାବଣ୍ୟ ବେମାଲ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ମାଜିଷ୍ଟେଟ ସହଦେବ କୁଟ୍ରୁକାଙ୍କ ଉପସ୍ଥିତିରେ ଶବ ଉଠାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଚନ୍ଦାହାଣ୍ଡି ଥାନା ପୋଲିସ କେଶ ନଂ ୪/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତକାଙ୍କ ସ୍ୱାମୀ ଧର୍ମୁ ମାଝିଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।  ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତ ଅଫିସର ଦିଲୀପ ବାରିକ ପ୍ରକାଶ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.