ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଅଡ଼ୁଆରେ ବିଗ୍‌ବସ୍ ଓଟିଟି ବିଜେତା, ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ

Published By : Anindita | January 29, 2025 1:49 PM

ନୂଆଦିଲ୍ଲୀ,୨୯/୦୧: ପୁଣି ବିବାଦ ଘେରରେ ୟୁଟ୍ୟୁବର୍ ତଥା ବିଗ୍ ବସ୍ ଓଟିଟି ବିଜେତା ଏଲଭିଶ ଯାଦବ। ନିକଟରେ ବିଗ୍ ବସ୍ ୧୮  ଚାଲିଥିବା ସମୟରେ ସେ ଗଣମାଧ୍ୟମକୁ ପେଡ୍ ବୋଲି କହିଥିଲେ, ଯାହା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା ।ସେହିପରି ସାପ ବିଷ ମାମଲାରେ ମଧ୍ୟ ତାଙ୍କ ନାଁ ସାମ୍ନାକୁ ଆସିଥିଲା । ଆଉ ଏହାରି ମଧ୍ୟରେ  ବର୍ତ୍ତମାନ ପିଏଫଏ (ପିପୁଲ୍ସ ଫର ଆନିମଲ୍ସ) କାର୍ଯ୍ୟକର୍ତ୍ତା ତଥା ରେଭ ପାର୍ଟି ମାମଲାର ସାକ୍ଷୀ ସୌରଭ ଗୁପ୍ତା ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଜଣେ ସାକ୍ଷୀଙ୍କୁ ଧମକ ଦେଇଥିବା ନେଇ ଏଲଭିଶଙ୍କ ଉପରେ ଅଭିଯୋଗ ହୋଇଛି।

ପିଟିଆଇ ଖବର ଅନୁଯାୟୀ, ଗାଜିଆବାଦର ନନ୍ଦଗ୍ରାମ ପୋଲିସ ଷ୍ଟେସନରେ ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ବିରୋଧରେ ସୌରଭ ଗୁରୁତର ଅଭିଯୋଗ କରିଛନ୍ତି ଏବଂ ସେ ଦାବି କରିଛନ୍ତି ଯେ ଏଲଭିଶ ଯାଦବ କାରରେ ତାଙ୍କୁ ଅନୁସରଣ କରି ତାଙ୍କ ସୋସାଇଟିକୁ ଆସି ତାଙ୍କୁ ଧମକ ଦେଇଥିଲେ। ସୌରଭଙ୍କ ଅଭିଯୋଗ ଅନୁଯାୟୀ, ଏଲଭିଶ ନିଜର ମିଛ ପରିଚୟ ଦେଇ ସୋସାଇଟିରେ ପଶିଥିଲେ। ତେବେ ସଡ଼କ ଦୁର୍ଘଟଣାରେ ଏଲଭିଶ ଯାଦବ ସୌରଭଙ୍କୁ ଏବଂ ତାଙ୍କ ଭାଇଙ୍କୁ ହତ୍ୟା କରିବା ନେଇ ଏଲଭିଶ  ଧମକ ଦେଇଥିବା କହିଛନ୍ତି। ଏହା ବ୍ୟତୀତ ସୌରଭ  ଏଲଭିଶ ଏବଂ ତାଙ୍କ ସମର୍ଥକଙ୍କୁ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ସୌରଭଙ୍କ ଭାଇ ଗୌରବ ଗୁପ୍ତା ୨୦୨୩ ନଭେମ୍ବରରେ ନୋଏଡ଼ାର ଏକ ରେଭ ପାର୍ଟିରେ ସାପ ବିଷ ମାମଲାକୁ ନେଇ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବିରୋଧରେ ଅଭିଯୋଗ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.