ମୁମ୍ବାଇ,୨୯/୦୧: ଭିକି କୌଶଲ ଓ ରଶ୍ମିକାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଛାବା’ । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମକୁ ନେଇ ଦେଖାଦେଇଛି ବିବାଦ । ତେବେ ‘ଛାବା’ ଫିଲ୍ମରୁ ବିବାଦୀୟ ଡ୍ୟାନ୍ସ ସିନ୍ ହଟାଯିବା ନେଇ ସୂଚନା ମିଳିଛି। ରାଜନେତା ଏବଂ ଇତିହାସକାରମାନେ ଆପତ୍ତି ଉଠାଇବା ପରେ ଚଳଚ୍ଚିତ୍ରରୁ ‘ଲେଜିମ୍ନୃତ୍ୟ ଦୃଶ୍ୟକୁ ହଟାଇ ଦିଆଯିବ। ଏହି ଫିଲ୍ମ ମରାଠା ଯୋଦ୍ଧା ଛତ୍ରପତି ସମ୍ଭାଜୀଙ୍କ ଜୀବନୀ ଉପରେ ଆଧାରିତ।ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ବାସଭବନରେ ଏନେଇ ଆଲୋଚନା ପରେ ଚଳଚ୍ଚିତ୍ର ନିର୍ମାତା ଏଭଳି ଘୋଷଣା କରିଥିବା ଜଣାପଡ଼ିଛି।
ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲରରେ ଏକ ଦୃଶ୍ୟ ରହିଥିଲା। ଯେଉଁଥିରେ ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନା “ଲାଜିମ” ଗୀତରେ ନାଚୁଥିବାର ଦେଖାଯାଉଛି। ଯାହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ଫିଲ୍ମରୁ ଏହି ଡ଼୍ୟାନ୍ସ ସିକ୍ୟୁଏନ୍ସ ହଟାଇବା ନେଇ ଘୋଷଣାା କରିଛନ୍ତି । ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ସେହିପରି ଔରଙ୍ଗଜେବ ଭୂମିକାରେ ନଜର ଆସିବେ ଅକ୍ଷୟ ଖାନ୍ନା । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲର ଦେଖି ଦର୍ଶକ ବେଶ ପସନ୍ଦ କରିଛନ୍ତି। ତେବେ ଟ୍ରେଲରର ଗୋଟିଏ ସିନରେ ଶମ୍ଭାଜୀ ରାଓ ଓ ୟେସୁ ବାଇଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ନୃତ୍ୟ ସିନ ଡିଲିଟ ହେବାକୁ ଥିବା ବେଳେ ଶମ୍ଭାଜୀ ରାଓଙ୍କ ଗାଥା ଏହାଠାରୁ ଢେର ଉପରେ ବୋଲି କହିଛନ୍ତି ଲକ୍ଷ୍ମଣ ଉତ୍ତେକର।