ଦେବଗଡ,୫।୧: ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା ବେଳେ ଦେବଗଡ ଜିଲ୍ଲା ବାରକୋଟ ଜଙ୍ଗଲ ବିଭାଗ ଚଢାଉ କରି ବାଘ ଛାଲ ଜବତ କରିଛି। ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି।
ବାରକୋଟ ରେଞ୍ଜ ଗୋଳାବନ୍ଧ ନିକଟସ୍ଥ ଏକ ଢାବା ରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା ବେଳେ ଏନେଇ ଜଙ୍ଗଲ ବିଭାଗ କୁ ଖବର ମିଳିଥିଲା। ଡିଲ ପୂର୍ବରୁ ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘ ଛାଲ ଜବତ କରିଥିଲେ। ପାଞ୍ଚଟି ମୋବାଇଲ ଫୋନ ଓ ଦୁଇଟି ବାଇକ ବନବିଭାଗ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ରାଜସ୍ଥାନ ରାଜ୍ୟର ଦୁଇଜଣ ଲୋକଙ୍କ ସହ ଦେବଗଡ ଓ ଅନୁଗୁଳ ଜିଲ୍ଲାର ପାଞ୍ଚ ଜଣଙ୍କୁ ଜଙ୍ଗଲ ବିଭାଗ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ ବାଘଟିକୁ ଛଅ ମାସ ପୂର୍ବ ରୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି।