ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପୋଖରୀରେ ବୁଡି ୨ ବୃଦ୍ଧ ମୃତ, ପୋଲିସର ତଦନ୍ତ ଆରମ୍ଭ

Published By : Harapriya Sethi | February 7, 2025 2:05 PM

ଭୁବନେଶ୍ୱର,୦୭/୦୨: ବାରକୋଟ ଥାନାଞ୍ଚଳରେ ଦୁଇଟି ପୃଥକ ପୃଥକ ଘଟଣାରେ ପୋଖରୀରେ ବୁଡିଯାଇ ଦୁଇ ଜଣ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି । ବାରକୋଟ ଥାନା କଲା ଗ୍ରାମ ଚନ୍ଦନ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଡଭଙ୍ଗା ଗାଁ ପୋଖରୀରୁ ଆଉ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହୃଦାନନ୍ଦ ସାହୁ ୬୪ ଏବଂ ସମ୍ବାରୁ ପାତ୍ର ବୋଲି ଜଣାପଡ଼ିଛି । ଦେବଗଡ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ହୃଦାନନ୍ଦ ସାହୁ ଦୁଇ ଦିନ ତଳେ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜିବା ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳିନଥିଲା ।ଖବର ପାଇ ଅଗ୍ନିଶମ ବାହିନୀ ଉକ୍ତ ପୋଖରୀରେ ଦୁଇ ଦିନ ଧରି ସର୍ଚ୍ଚ ଅପରେସନ୍ ଜାରି ରଖିଥିଲା । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ପରେ ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରାଯାଇଛି ।

ସେହିପରି ସମ୍ବାରୁ ପାତ୍ର ନିତ୍ୟକର୍ମ ସାରିବାକୁ ପୋଖରୀକୁ ଯାଇ ଆଉ ଫେରିନଥିଲେ । ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା । ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାରକୋଟ ଥାନା ପୋଲିସ ଉଭୟ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.