ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା ପୋଲିସ, ୭ ଅଟକ

Published By : Prameya | February 11, 2025 7:18 PM

ରିଆମାଳ, ୧୧।୨ :  ରିଆମାଳ ଥାନା ତାରଙ୍ଗ ଗ୍ରାମରେ କାଳରାପତରିଆ ବାଘ ଛାଲ ବିକ୍ରିପାଇଁ କଥାବାର୍ତ୍ତା ବେଳେ ପୋଲିସ ର ଚଢ଼ାଉ l ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଏଥିରେ ସାମିଲ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣ ଦେବଗଡ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି।

ମଙ୍ଗଳବାର ସକାଳେ ରିଆମାଳ ଥାନା ତାରଙ୍ଗ ଗ୍ରାମରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ରିଆମାଳ ପୋଲିସ ସୂଚନା ପାଇ ଚଢାଉ କରିଥିଲା। ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଚଢାଉ କରିଥିଲେ। ତେବେ କଲରାପତରିଆ ବାଘକୁ କେବେ, କେଉଁ ଜଙ୍ଗଲରେ ହତ୍ୟା କରାଯାଇଥିଲା ଏବଂ ଏହା ପଛରେ ଆଉ କେଉଁ ମାନେ ଅଛନ୍ତି ସେସବୁର ତଦନ୍ତ ହେବ।  ଅଧିକ ତଦନ୍ତ ପାଇଁ ମାମଲା ଏସଟିଏଫ୍‌କୁ ହସ୍ତାନ୍ତର କରାଯିବ ବୋଲି ଏସ. ପି ଅନିଲ କୁମାର ମିଶ୍ର ରିଆମାଳ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.