ପ୍ରମୂଖ ଖବର
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଯାଜପୁର ଜାଲପୁର ଗାଁରେ ଅଭାବନୀୟ ଘଟଣା ; ବାଣ ଫୁଟି ୪ଗୁରୁତର

Published By : Prameya | March 6, 2025 3:52 PM

ଯାଜପୁର, ୬/୩ : ବାଣ ଫୁଟି ୪ ଗୁରୁତର । ଗୁରୁତରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସେଥି ମଧ୍ୟରୁ ଶିଶୁ ଓ ବୟସ୍କ ଥିବା ଜଣାପଡ଼ିଛି । ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଜାଲପୁର ଗାଁର ନଳିନୀ ପତିଙ୍କ ଘରେ ଆଜି ବାଣ ବିସ୍ଫୋରଣ ହେବାରୁ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହେଉଛନ୍ତି ବାଦଲ ପାତ୍ର (୨୨), ନାରଣ ଚରଣ ବେହେରା (୪୭), ନଳିନୀ କାନ୍ତ ପତି (୪୭) । 

ଜଣେ ଶିଶୁ ରହିଥିବାବେଳେ ତାଙ୍କ ପରିଚୟ ମିଳି ପାରିନାହିଁ । ବେଆଇନ୍ ବାଣ ବ୍ୟବସାୟୀଙ୍କ ଘରେ ବାଣ ବିସ୍ଫୋରଣ ହେବାରୁ ୪ଜଣ ଗୁରୁତର ହୋଇଥିଲେ। ତେବେ ପୂର୍ବରୁ ନଳିନୀ କାନ୍ତଙ୍କ ନାଁରେ ଟାଉନ୍ ଥାନା ପକ୍ଷରୁ କେସ ହୋଇଥିବାବେଳେ ପୁଣି ବାଣ ବେପାର କରୁଥିବା ଜଣାପଡିଛି । ଫଳରେ ବାଣ ବିସ୍ଫୋରଣ ହୋଇ ୫ଗୁରୁତର ହୋଇଥିବା ସାମ୍ନାକୁ ଆସିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.