ନେବାଦା, ୦୫/୦୯: ଆମେରିକାରେ ଅଭାବନୀୟ ଘଟଣା ଘଟିଛି । ବର୍ଣ୍ଣିଂ ମ୍ୟାନ୍ ଫେଷ୍ଟିଭାଲ୍ ମନାଉଥିବା ବେଳେ ହଜାର ହଜାର ଲୋକେ କାଦୁଅରେ ଫସିଯାଇଛନ୍ତି । ଆମେରିକାର ନେବାଦାରେ ବଡ଼ ଧୁମଧାମରେ ବର୍ଣ୍ଣିଂ ମ୍ୟାନ୍ ଫେଷ୍ଟିଭାଲ୍ ପାଳନ ହେଉଥିଲା । ଏଥିରେ ହଜାର ହଜାର ଲୋକେ ସାମିଲ ହୋଇଥିଲା । ଏହି ସମୟରେ ହଠାତ ବର୍ଷା ହେବାରୁ ରାସ୍ତାରେ କାଦୁଅର ଆସ୍ତରଣ ମାଡ଼ିଯାଇଥିଲା । ଏଥିଯୋଗୁଁ ହାଜର ହଜାର ଲୋକେ ଫସିଯାଇଥିଲେ ।
ମେଣ୍ଟର ନାଁ INDIA ନରିଖି ଭାରତ ରଖିଥିଲେ…ବିଜେପିକୁ ଟାର୍ଗେଟ୍ କଲେ କେଜ୍ରିଓ୍ବାଲ
ବର୍ଣ୍ଣିଂ ମ୍ୟାନ୍ ଫେଷ୍ଟିଭାଲ୍ ଏକ ପାରମ୍ପରିକ ଉତ୍ସବ । ନେବାଦାର ମରୁ ଅଂଚଳରେ ଏହାର ଆୟୋଜନ ପ୍ରତିବର୍ଷ ହୋଇଥାଏ । ଚଳିତବର୍ଷ ୨୭ ଅଗଷ୍ଟରେ ଏହି ଉତ୍ସବର ଆୟୋଜନ ହୋଇଥିଲା । କିନ୍ତୁ ଉତ୍ସବ ଆରମ୍ଭ ହେଉ ହେଉ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଲଗାତର ୨୪ ଘଣ୍ଟା ବର୍ଷା ହେବା ଯୋଗୁଁ ଜରୁରୀକାଳୀନ ସ୍ଥିତି ଉପୁଜିଥିଲା । ଚାରିଆଡେ କାଦୁଅ ମାଡ଼ିଯିବାରୁ ଲୋକେ ବାହାରି ପାରିନଥିଲେ । ଅନେକ ଦିନ ଯାଏ ଲୋକେ ସେଠାରେ ଫସି ରହିଥିଲେ । ସେପ୍ଟେମ୍ବର ୪ ତାରିଖରେ ସ୍ଥିତିରେ ସୁଧାର ଆସିବାରୁ ଲୋକମାନଙ୍କୁ ଉଦ୍ଧାର କରାଯାଉଛି ବୋଲି ଇେଭଣ୍ଟ ଅର୍ଗାନାଇଜର ସୂଚନାଳ ଦେଇଛି ।
ବର୍ଣ୍ଣିଂ ମ୍ୟାନ୍ ଫେଷ୍ଟିଭାଲ୍ ସମୟରେ ଲୋକେ ମରୁଭୂମିରେ କ୍ୟାମ୍ପ ଲଗାଇ ବହୁ ଦିନ ଧରି ରହିଥାନ୍ତି । ଏହି ସମୟରେ ଲୋକମାନେ ସୋସିଆଲ ମିଡିଆ ଏପରିକି ମୋବାଇଲ ଫୋନ୍ଠାରୁ ଦୂରରେ ରହିଥାନ୍ତି । ଏହା ସହ ଲୋକମାନେ ପାରମ୍ପରିକ ନାଚଗୀତର ମଜା ଉଠାଇଥାନ୍ତି । ୧୯୯୦ରେ ଆୟୋଜିତ ହୋଇଥିବା ବର୍ଣ୍ଣିଂ ମ୍ୟାନ୍ ଫେଷ୍ଟିଭାଲକୁ ନେଇ ଲୋକମାନେ ଖୁବ ଉତ୍ସାହିତ ଥାଆନ୍ତି । ଚଳିତବର୍ଷ ପ୍ରାୟ ୭୦ ହଜାର ଲୋକେ ବର୍ଣ୍ଣିଂ ମ୍ୟାନ୍ ଫେଷ୍ଟିଭାଲ୍ ପାଇଁ ଏକାଠି ହୋଇଥିଲେ ।
ସହରରେ ନାଁ ଥିଲା ପାଣିର ସୁବିଧା; ନଥିଲା ବ୍ୟାଙ୍କ, ଡାକ୍ତରଖାନା, ଏବେ ସଭିଏଁ କୋଟିପତି