ପ୍ରମୂଖ ଖବର
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

Published By : Prameya | December 5, 2023 9:17 AM

କଟକ,୦୫/୧୨: କଟକର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି ।  ଅର୍ଥାତ୍‌ ଆଇନ ଆଖିରେ ଏବେ ସୌରିନ୍‌ ଜଣେ ଫେରାର୍‌ ଅଭିଯୁକ୍ତ ।  ଅନ୍ୟପଟେ ଅଭିଯୁକ୍ତ ସୌରିନ୍‌ ଆଗୁଆ ଜାମିନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ହାଇକୋର୍ଟରେ ହୋଇଥିବା ତାଙ୍କର ଜାମିନ୍‌ ନାମଞ୍ଜୁର ଓ ଏବେ ଏନ୍‌ବିଡବ୍ଲୁ ବାହାରିବା ପରେ  ସୌରିନ୍‌ଙ୍କୁ ସର୍ବୋଚ୍ଚ ଅଦାଲତରେ ଆଶ୍ୱସ୍ତି ମିଳିବ ନାହିଁ ଏବଂ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମହିଳା ଥାନା ପୁଲିସ ଆଶା ରଖିଛି । 

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୦ ତାରିଖରେ ହାଇକୋର୍ଟ ତାଙ୍କର ଆଗୁଆ  ଜାମିନ ଆବେଦନ ଖାରଜ କରିଛନ୍ତି । ସେପ୍ଟେମ୍ବର ୧୧ରେ କ୍ରାଇମବ୍ରାଞ୍ଚ  ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌ ଜାରି କରିଛି ।

Also Read :-

ଅଭିନେତା ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ କଲେ ମନୋଜ ମିଶ୍ର, ଲେଖିଲେ- ସୁଧୁରି ଯାଅ ନଚେତ୍...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.