ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ମୁମ୍ବାଇର ଡିଜେ କ୍ଲେଟନ୍ ରୋଡ୍ରିଗେଜଙ୍କ ଆବେଦନ ଖାରଜ କଲେ ଶାରଜା କୋର୍ଟ, ଡ୍ରଗ୍ସ ମାମଲାରେ ଜେଲରେ ଅଛନ୍ତି

Image Courtesy: freepressjournal

ଶାରଜା: ମୁମ୍ବାଇର ଜଣେ ଡିଜେ କ୍ଲେଟନ୍ ରୋଡ୍ରିଗେଜଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଶାରଜା କୋର୍ଡ । ଡ୍ରଗ୍ସ କାରବାର ମାମଲାରେ ତାଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହା ବିରୋଧରେ ସେ ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି । କ୍ଲେଟନ ଏବେ ଶାରଜା ଜେଲରେ ବନ୍ଦୀ ଅଛନ୍ତି । ଅଭିଯୁକ୍ତ ଆନ୍ଥୋନି ପଲ୍‌ ପାଇଁ ରୋଡ୍ରିଗେଜ୍‌ ଫସିଯାଇଛନ୍ତି । ତାଙ୍କ ସହ ଅନ୍ୟ ଜଣେ କ୍ରୀସାନ ପେରେରା ମଧ୍ୟ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିଲେ । ହେଲେ ସେ ଗତ ଅଗଷ୍ଟ ମାସରେ ସ୍ବଦେଶ ଫେରିଯିବାକୁ ସକ୍ଷମ ହୋଇଥିଲେ ।

ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଦଣ୍ଡାଦେଶ ବିରୋଧରେ କ୍ଲେଟନ୍ ରୋଡ୍ରିଗେଜଙ୍କ ଆବେଦନ ହାଇକୋର୍ଟ ଖାରଜ କରିଦେଇଥିବା ବେଳେ ସେ ଆବୁଧାବିର ସୁପ୍ରିମକୋର୍ଟରେ ଆବେଦନ କରିବେ । ତେବେ ତାଙ୍କୁ ଡ୍ରଗ୍ସ ମାମଲାରେ ଫସାଇ ଦିଆଯାଇଥିବା କଥା ହୁଏତ ସୁପ୍ରମକୋର୍ଟ ବିଚାରକୁ ନେବେ ବୋଲି ମୁମ୍ବାଇ ପୋଲିସ ଆଶାବାଦୀ ରହିଛି ।

 ଆନ୍ଥୋନି ପଲ୍‌ ଜଣେ ପେଶାଦାର ଡ୍ରଗ୍ସ ବେପାରୀ ହୋଇଥିବା ବେଳେ ସେ ୫ ଜଣଙ୍କୁ ଶାରଜା ଏୟାରପୋର୍ଟରେ ଫସାଇବାକୁ ଚେଷ୍ଟା କରିଥିଲା । ସେମାନଙ୍କ ସହ ଡ୍ରଗ୍ସ ପଠାଇ ସେମାନଙ୍କୁ ସେଠାରେ ଗିରଫ କରାଇବାକୁ ଚାହିଁଥିଲା ଆନ୍ଥୋନି । ଏନେଇ ଜଣାପଡ଼ିବା ପରେ ଗତ ଏପ୍ରିଲ ମାସରେ ଆନ୍ଥୋନି ଏବଂ ତାର ସହଯୋଗୀ ରାଜେଶ ବୋରାଟେକୁ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା । ସେପଟେ ଶାରଜା ଏୟାରପୋର୍ଟରେ କ୍ଲେଟନ୍ ରୋଡ୍ରିଗେଜ ଏବଂ କ୍ରୀସାନ ପେରେରା ଡ୍ରଗ୍ସ ସହ ଧରାପଡ଼ିଯାଇଥିବା ବେଳେ ଅନ୍ୟ ୩ ଜଣ ଖସିଯିବାକୁ ସକ୍ଷମ ହୋଇଥିଲେ ।

 ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଲ୍‌ ନିଜର ସହଯୋଗୀ ବୋରାଟେକୁ ଲଗାଇ କ୍ଲେଟନ୍ ରୋଡ୍ରିଗେଜ ଫସାଇବା ପାଇଁ ପ୍ଲାନ କରିଥିଲା । ଇଭେଣ୍ଟ ମ୍ୟାନେଜର ବୋଲି ନିଜକୁ ଦର୍ଶାଇ ଶାରଜାରେ ଏକ କାମ ପାଇଁ କ୍ଲେଟନ୍ ରୋଡ୍ରିଗେଜକୁ କହିଥିଲା ବୋରାଟେ । ଯେଉଁଦିନ କ୍ଲେଟନ୍ ରୋଡ୍ରିଗେଜ ବିମାନ ଯାତ୍ରା କରିବାର ଥିଲା ତାଙ୍କୁ ଏକ କେକରେ ଡ୍ରଗ୍ସ ପୂରାଇ ଦେଇଥିଲା ବୋରାଟେ । ଆଉ ଏହା ପରେ ପଲ୍‌ ଶରଜା ଏୟାରପୋର୍ଟ ଅଥୋରିଟିଙ୍କୁ ଫୋନ୍‌ କରି କ୍ଲେଟନ୍ ରୋଡ୍ରିଗେଜ ପାଖରେ ଡ୍ରଗ୍ସ ଥିବା ନେଇ ଜଣାଇଦେଇଥିଲା । ସେଠାରେ ପହଞ୍ଚିବା ପରେ ଏୟାରପୋର୍ଟ ଅଥୋରିଟି କ୍ଲେଟନ୍ ରୋଡ୍ରିଗର ବ୍ୟାଗ୍‌ ଯାଞ୍ଚ କରିବା ପରେ ଡ୍ରଗ୍ସ ବାହାରିଥିଲା । ପରେ କ୍ଲେଟନ୍ ରୋଡ୍ରିଗେଜଙ୍କୁ ବାନ୍ଧି ନେଇଥିଲା ପୋଲିସ । ସେପଟେ କ୍ଲେଟନ୍ ରୋଡ୍ରିଗେଜକୁ ପଲ ଫସାଇଥିବା ଜଣାପଡ଼ିବା ପରେ ମୁମ୍ବାଇ ପୋଲିସ ମଧ୍ୟ ତାଙ୍କ ସଜା କୋହଳ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Copyright © 2022 - Summa Real Media Private Limited. All Rights Reserved.