ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

‘ଯବାନ’ ପାଇଁ ଶାହରୁଖଙ୍କ ପ୍ରଂଶସକ ବୁକ୍‌ କଲେ ପୂରା ହଲ୍‌ , ସୁଟକେସ୍‌ରେ ଭର୍ତ୍ତି କରି ନେଇଗଲେ ସବୁ ଟିକେଟ୍‌

ମୁମ୍ୱାଇ – ସୁପରଷ୍ଟାର ଶାହରୁଖ ଖାନଙ୍କର ଅପକମିଂ ଫିଲ୍ମ ଯବାନର କ୍ରେଜ୍‌ ଲୋକଙ୍କ ମନ ହୃଦୟକୁ ଖୁବ୍‌ ଆକର୍ଷିତ କରିଛି। ଟ୍ରେଲର ଦେଖିବା ପରେ ସମସ୍ତେ ଫିଲ୍ମକୁ ଦେଖିବାକୁ ଖୁବ୍‌ ଉତ୍ସାହିତ ନଜର ଆସିଛନ୍ତି। ନାଗପୁରରେ ଶାହରୁଖ ଖାନଙ୍କ କିଛି ପ୍ରଶଂସକ ତ ଯବାନ ଦେଖିବା ପାଇଁ ପୂରା ସିନେମା ହଲ୍‌କୁ ବୁକ୍‌ କରି ଦେଇଛନ୍ତି। ଦ କ୍ଲବ ଏସଆରକେ ନାଗପୁର  ଏକ ଭିଡ଼ିଓ ସେୟାର କରିଛି , ଯେଉଁଥିରେ କିଛି ଯୁବତୀଙ୍କୁ ସିନେମା ହଲ୍‌ ଯାଇ ଅଡିଟୋରିୟମ୍‌ର ସବୁ ସିଟ୍‌କୁ ବୁକ୍‌ କରିବାର ଦେଖିବାକୁ ମିଳୁଛି।

‘ଯବାନ’ର ଆଡଭାନ୍ସ ବୁକିଂ ବିସ୍ଫୋରଣ , ୨୪ ଘଣ୍ଟାରେ ଭାଙ୍ଗିଲା ‘ପଠାନ’ର ରେକର୍ଡ

ଯବାନ ପାଇଁ ଫ୍ୟାନ୍‌ କ୍ଲବ ଏମିତି ଦେଖାଇଲେ ଭଲପାଇବା – 

ଭିଡ଼ିଓକୁ ସେୟାର କରି ଫ୍ୟାନ୍‌ କ୍ଲବ୍‌ ଲେଖିଛି , ଯବାନର ଟିକେଟ୍‌ ବୁକ୍‌ କରି ନେଇଛୁ। ଆମେ ବହୁତ ଉତ୍ସାହିତ କି ଆମେ ଯବାନର ୱିମେନ ସେଣ୍ଟ୍ରିକ୍‌ ଅନ୍ଦାଜରେ ପୂରା ଅଡିଟୋରିୟମ ହିଁ ବୁକ୍‌ କରି ନେଇଛୁ। ଆମର ଝିଅମାନେ ନିଜ ଚିଫ୍‌ଙ୍କ ଅର୍ଡରକୁ ଫଲୋ କରୁଛନ୍ତି । ଫ୍ୟାନ୍‌ କ୍ଲବ୍‌ ଏହି ଭିଡ଼ିଓରେ ଶାହରୁଖ ଖାନ , ପୂଜା ଦଦଲାନୀ ଓ ରେଡ୍‌ ଚିଜିଜ୍‌ ଏଣ୍ଟରଟେନମେଣ୍ଟକୁ ଟ୍ୟାଗ୍‌ କରିଛି । 

ଭିଡ଼ିଓରେ ଦେଖିବାକୁ ମିଳୁଛି କିଛି ଝିଅ ହାତରେ ଏକ ସୁଟକେସ୍‌ ନେଇ ସିନେପୋଲିସ୍‌ ମଲ୍ଟିପ୍ଲେକ୍ସ ଆଡ଼କୁ ଯାଉଛନ୍ତି। କ୍ଲିପ୍‌ରେ ଆଗକୁ ଗାର୍ଡ ଓ ବୁକିଂ କାଉଣ୍ଟରରେ ଜଣେ ଯୁବତୀଙ୍କୁ ହାତ ଯୋଡ଼ି ନମସ୍ତେ ଓ ପୁଣି ଏହା ପଚାରିବାର ନଜର ଆସୁଛି କି ଆପଣଙ୍କୁ କେଉଁ ଶୋ’ ବୁକ୍‌ କରିବାର ଅଛି। ଟିକେଟ୍‌ ବୁକ୍‌ କରିବାକୁ ଆସିଥିବା ଯୁବତୀ କହୁଛନ୍ତି ତାଙ୍କୁ ଯବାନ ପାଇଁ ପୂରା ଅଡିଟୋରିୟମ ବୁକ୍‌ କରିବାର ଅଛି। 

ଆଡ୍‌ଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଯୱାନ’, ମୁମ୍ବାଇରେ ୧୫ ମିନିଟ୍‌ରେ ହାଉସ୍‌ଫୁଲ

ଉଲ୍ଲେଖନୀୟ ଯେ,  ଶାହରୁଖ ଖାନଙ୍କ ଆକ୍ସନ-ଏଣ୍ଟରଟେନମେଣ୍ଟ ସିନେମା ଯବାନ ସିନେମା ହଲ୍‌ରେ ୭ ସେପ୍ଟେମ୍ୱରରେ ରିଲିଜ୍‌ ହେଉଛି ଏବଂ ଏଥିରେ ତାଙ୍କ ସହ ଦୀପିକା ପାଦୁକୋଣ , ନୟନତାରା, ସାନ୍ୟା ମଲହୋତ୍ରା ଓ ପ୍ରିୟମଣି ମଧ୍ୟ ନଜର ଆସିବେ। 

‘ପୁଅକୁ ହାତ ମାରିବା ପୂର୍ବରୁ ବାପା ସହ କଥା କୁହ ’.... ‘ଯବାନ’ର ଏହି ଡାଏଲଗରେ ସମୀର ୱାନଖେଡେଙ୍କୁ ସିଧା ଟାର୍ଗେଟ୍ କଲେ କି ଶାହରୁଖ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.