ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ତୃତୀୟ ଟେଷ୍ଟରେ ଖେଳିବେ ସରଫରାଜ୍‌ ଖାନ, ଆଉ ଜଣେ ଖେଳାଳି ବି କରିପାରନ୍ତି ଡେବ୍ୟୁ

Published By : Tapas Panda | February 12, 2024 9:13 PM

ନୂଆଦିଲ୍ଲୀ: ଫେବୃଆରୀ ୧୫ରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ସରଫରାଜ୍‌ ଖାନଙ୍କୁ ଡେବ୍ୟୁ ପାଇଁ ସୁଯୋଗ ମିଳିବ । ସରଫ୍‌ରାଜଙ୍କ ବ୍ୟତୀତ ଓ୍ବିକେଟକିପର ବ୍ୟାଟର ଧ୍ରୁବ ଜୁରେଲ ମଧ୍ୟ ଡେବ୍ୟୁ କରିପାରନ୍ତି । ସେପଟେ ଆହତ କାରଣରୁ କେଏଲ ରାହୁଲ ତୃତୀୟ ଟେଷ୍ଟ ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ଦ୍ବିତୀୟ ଟେଷ୍ଟରେ ସାମିଲ ଥିବା ରଜତ ପାଟିଦାର ପ୍ଲେଇଂ ଇଲେଭେନ୍‌ରେ ଅପରିବର୍ତ୍ତିତ ରହିବେ । ହେଲେ ଦେବଦତ୍ତ ପାଡିକଲଙ୍କୁ ଡେବ୍ୟୁ କରିବାକୁ ହେଲେ ଆହୁରି ଅପେକ୍ଷା କରିବାକୁ ହେବ ।

 ଶେଷ ୩ଟି ଟେଷ୍ଟ ଲାଗି କେଏଲ ରାହୁଲଙ୍କୁ ଦଳରେ ସାମିଲ କରାଯାଇଥିଲା । ହେଲେ ତାଙ୍କ ଫିଟନେସକୁ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଆଜି ସ୍ପଷ୍ଟ ହୋଇଛି ଯେ, କେଏଲ ରାହୁଲ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ସେପଟେ ଖରାପ ଫର୍ମରେ ଥିବା ଯୋଗୁ ଶ୍ରେୟସ ଆୟରଙ୍କୁ ଦଳରୁ ବାଦ ଦିଆଯାଇଛି । ଏଭଳି ସ୍ଥିତିରେ ସରଫରାଜ୍‌ ଖାନଙ୍କୁ ଡେବ୍ୟୁ କରିବାକୁ ମଉକା ଦେବା ବ୍ୟତୀତ ଆଉ କୌଣସି ବିକଳ୍ପ ରହିବ ନାହିଁ । ତୃତୀୟ ଟେଷ୍ଟରେ ସରଫରାଜ୍‌ ଖାନ ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି । 

ଅନ୍ୟପଟେ ତୃତୀୟ ଟେଷ୍ଟରେ ଓ୍ବିକେଟକିପର ବ୍ୟାଟର କେଏସ୍‌ ଭରତଙ୍କୁ ଡ୍ରପ୍‌ କରାଯାଇପାରେ ।  କେଏସ ଭରତ ଏବେ ସୁଦ୍ଧା ଟିମ ଇଣ୍ଡିଆ ଲାଗି ୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ହେଲେ ଦଳ ପାଇଁ ସେ ଗୋଟିଏ ମଧ୍ୟ ଅର୍ଦ୍ଧଶତକ କରିନାହାନ୍ତି । ଭରତଙ୍କ ବ୍ୟତୀତ ଟିମରେ ଧ୍ରୁବ ଜୁରେଲ୍‌ ରହିଛନ୍ତି । କେଏସ୍‌ ଭରତଙ୍କ ଖରାପ ପ୍ରଦର୍ଶନକୁ ଦେଖି ଟିମ୍‌ ମ୍ୟାନେଜମେଣ୍ଟ ଏବେ ଜୁରେଲଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ଦେବ ବୋଲି ସ୍ପଷ୍ଟ ହୋଇଛି । କେବଳ ତୃତୀୟ ନୁହେଁ ବରଂ ବାକି ୩ଟି ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ମ୍ୟାନେଜମେଣ୍ଟ ଧ୍ରୁବଙ୍କୁ ଖେଳିବାକୁ ଦେଇପାରେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.