ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦ ଥିବା ସ୍କୁଲ ପୁଣି ଖୋଲ, ବିଇଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

କୋକସରା(ଆପ୍ର)୨୩/୧୧ : ରାଜ୍ୟ ସରକାର କମ ଉପସ୍ଥାନ ଥିବା ପ୍ରାଥମିକ ବିଦ୍ୟାଳୟ କୁ ବନ୍ଦ କରିବା ସହ ସେହି ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କୁ ନିକଟବର୍ତ୍ତୀ ବିଦ୍ୟାଳୟ ରେ ପଢିବା ପାଇଁ ୨୦୨୧ ରେ ବିଜ୍ଞପ୍ତି କରିଥିଲେ।ଏହି ନିୟମାନୁସରେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଖୁଣ୍ଟିଆ ପଂଚାୟତ ଅନ୍ତର୍ଗତ ବାର ବଖରା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ଦ ହୋଇ ସ୍କୁଲ ର ପିଲା ଙ୍କୁ ଧରୁଆପଡା ପ୍ରାଥମିକ ବିଦ୍ୟାଳୟରେ ସ୍ଥାନାନ୍ତରିତ କରା ଯାଇଥିଲା। 

ତେବେ ଏବେ ବାର ବଖରା ର ୧୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି।ବାର ବଖରା ଗାଁ ରୁ ବିଦ୍ୟାଳୟ ୨.୫ କିମି ରହିଥିବା ବେଳେ ଜଙ୍ଗଲ ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ଯିବାଆସିବା କରୁଛନ୍ତି।ସ୍କୁଲ ଯିବା ରାସ୍ତାରେ ଅନେକ ସମୟରେ ବୁଲା କୁକୁର ଓ ପାହାଡ଼ ନିକଟକୁ ଭାଲୁ ଚଳ ପ୍ରଚଳ କରୁଥିବା ବେଳେ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ପଠାଇବାକୁ ସୁରକ୍ଷିତ ମନେ କରୁ ନାହାଁନ୍ତି। ଏନେଇ ଗୁରୁବାର ବାରବଖରା ର ଅଭିଭାବକ ଓ ଗ୍ରାମବାସୀ କୋକସରା ବିଇଓ ରଶ୍ମିତା ନେତମ ଙ୍କୁ ସାକ୍ଷାତ କରି ବନ୍ଦ ରହିଥିବା ବିଦ୍ୟାଳୟ କୁ ପୁଣି ଖୋଲିବାକୁ ଲିଖିତ ଅଭିଯୋଗ କରିଛନ୍ତି।

 ଅଭିଯୋଗ ପ୍ରଦାନ ସମୟରେ ବାଳକୃଷ୍ଣ ମେହେର, ରମେଶ ମେହର,ରୋହିତ ମେହେର,ଅକ୍ରୁର ମେହେର, ରୁପେନ୍ଦ୍ର ସୁନାନୀ,ଲଛମାନ ଧରୁଆ, ଉଗ୍ରେ ଧରୁଆ,ଗଗନେ ଧରୁଆ,ଡିଙ୍ଗର ଧରୁଆ,କ୍ଷିତିରାମ ମେହେର ପ୍ରମୁଖ ଅଭିଭାବକ ଓ ଗ୍ରାମବାସୀ ଭେଟି ଅଭିଯୋଗ କରିଛନ୍ତି। ଏନେଇ ବିଇଓ ଙ୍କ ପ୍ରତିକ୍ରିୟା ନେବାରୁ ଗ୍ରାମବାସୀ ଙ୍କ ଅଭିଯୋଗ ଆମେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରାଇବୁ ଉଚ୍ଚ ଅଧିକାରୀ  ଯାହା ପଦକ୍ଷେପ  ବୋଲି କହିଛନ୍ତି।

ଆହୁରି ପଢନ୍ତୁ : ମାଟିତଳୁ ମୃତଦେହ ଉଦ୍ଧାର ଘଟଣା, ୨ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.