ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏମଓୟୁ, DMRC ଏବଂ BMRC ମଧ୍ୟରେ ବୁଝାମଣା

ଭୁବନେଶ୍ବର, ୨୦/୧୧ :  ଆଉ ପାଦେ ଆଗକୁ ବଢିଲା ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ । ସୋମବାର ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ MOU ସ୍ବାକ୍ଷରିତ ହୋଇଛି । DMRC ଏବଂ BMRC ମଧ୍ୟରେ ବୁଝାମଣା । ଭର୍ଚ୍ଚୁଆଲରେ ମୁଖ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା କରାଯାଇଛି । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ଚୁକ୍ତି ଓଡ଼ିଶାର ପରିବହନ ଇତିହାସରେ ଏକ ନୂତନ ଯୁଗର ଉଦାହରଣ ସୃଷ୍ଟି କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ବର୍ତ୍ତମାନ ରାଜଧାନୀ ଅଞ୍ଚଳରେ ପରିବହନ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛୁ । ମୋ ସରକାରଙ୍କ ୫ଟି ଇନିସିଏଟିଭ୍ ଅଧୀନରେ ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବକୁ ମଧ୍ୟ ପ୍ରତୀକ କରିବ ବୋଲି ସେ କହିଛନ୍ତି ।

ଏହି ପ୍ରକଳ୍ପର ମହତ୍ତ୍ବ ବିଷୟରେ ସେ କହିଛନ୍ତି, “ମୋ କ୍ୟାବିନେଟ୍ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ସ୍କୋୟାର ପର୍ଯ୍ୟନ୍ତ ୬,୨୫୫ଟଙ୍କା ବ୍ୟୟରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିଛି। ଓଡ଼ିଶା ଇତିହାସରେ ଯେ କୌଣସି ଭିତ୍ତିଭୂମି ପ୍ରକଳ୍ପରେ ଏହା ହେଉଛି ଏକମାତ୍ର ବୃହତ ବିନିଯୋଗ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।” ଏହି ପ୍ରକଳ୍ପକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । 

ମୁଁ ଖୁସି ଯେ ମୋ ସରକାର ଆଉ ଏକ ପ୍ରତିଶ୍ରୁତି ପୂରଣ କରୁଛନ୍ତି ଯାହା ୨୦୧୯ରେ ଆମର ମେନିଫେଷ୍ଟୋର ଅଂଶ ଭାବେ ରହିଥିଲା । ଏହି ପ୍ରୟାସ ପାଇଁ ସେ ବଡ଼ ସଫଳତା କାମନା କରିବା ସହ ଆଶା କରିଥିଲେ ଯେ, ଏହା ଦେଶରେ ମେଟ୍ରୋ ରେଳ ଇତିହାସରେ ନୂତନ ମାନଦଣ୍ଡ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମକୁ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ପରିଚାଳନା କରିଥିଲେ । ଏହି ପ୍ରକଳ୍ପକୁ ଚଳିତ ବର୍ଷ ଏପ୍ରିଲ ୧ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅକ୍ଟୋବର ୨୯ରେ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ତ୍ରିଶୁଳିଆ ପରିଦର୍ଶନ କରି ଭିତ୍ତିପ୍ରସ୍ତର ପୂର୍ବରୁ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । 

ବିଶେଷ କରି ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରକଳ୍ପର ଲମ୍ବ ୨୬କିମି ରହିବ । କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲ ଛକ, ଜୟଦେବ ବିହାର ସ୍କୋୟାର ଏବଂ ପଟିଆ ସ୍କୋୟାର ସହିତ ୨୦ଟି ମେଟ୍ରୋ ଷ୍ଟେସନ୍ ରହିବ। ମେଟ୍ରୋ ରେଳ ଟ୍ରାକ୍ ଏବଂ ଷ୍ଟେସନ ଗୁଡିକ ଉଚ୍ଚତର ଭିଆଡକ୍ଟରେ ରହିବ। ଅଲ୍ଟ୍ରା-ଆଧୁନିକ କୋଚ୍ ଏବଂ ସିଗନାଲ୍ ସିଷ୍ଟମ୍ ଗ୍ରହଣ କରାଯିବ । ସେହିଭଳି ଉନ୍ନତ ଟିକେଟ୍ ବ୍ୟବସ୍ଥା ମଧ୍ୟ ରହିଛି । 

 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.