ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ବାଇଡେନ୍‌ ଭାରତ ଆସିବା ପୂର୍ବରୁ ବଡ଼ ନିଷ୍ପତ୍ତି: ଅଧା ଡଜନ୍‌ ଆମେରିକୀୟ ଉତ୍ପାଦରୁ ଆମଦାନି ଶୁଳ୍କ ଉଚ୍ଛେଦ

ନୂଆଦିଲ୍ଲୀ,୦୮/୦୯: ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତ ଆସିବା ପୂର୍ବରୁ ଭାରତ ସରକାର ବାଦାମ, ସେଓ, ଅଖ୍‌ରୋଟ ଏବଂ ଡାଲି ଭଳି ଅଧା  ଡଜନ୍‌ ଆମେରିକୀୟ ଉତ୍ପାଦ ଉପରେ  ଲାଗୁଥିବା ଆମଦାନି ଶୁଳ୍କକୁ ହଟାଇ ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟ ସେପ୍ଟେମ୍ବର ୫ରେ ଜାରି କରିଥିବା ଏକ ବିଜ୍ଞପ୍ତିରେ ଏ ସୂଚନା ଦେଇଛି । 

୨୦୧୯ ଜୁନ୍‌ରେ  ସରକାର ଆମେରିକୀୟ  ଅଖରୋଟ ଉପରେ  ୩୦%ରୁ ୧୨୦% ପର୍ଯ୍ୟନ୍ତ  ଏବଂ ଚଣା, ମସୁର ଡାଲି  ଉପରେ ୩୦%ରୁ ୭୦%  ପର୍ଯ୍ୟନ୍ତ ଆମଦାନି ଶୁଳ୍କ  ବଢ଼ାଇଥିଲେ । ଜୁନ୍‌ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଆମେରିକା  ଗସ୍ତ ବେଳେ ଉଭୟ ଦେଶ ବିଶ୍ୱ ବାଣିଜ୍ୟ  ସଂଘ(ଡବ୍ଲ୍ୟୁଟିଓ)ରେ  ଥିବା ୬ଟି ବିବାଦକୁ ଦୂର କରିବା ଏବଂ  ଆମେରିକା ଉତ୍ପାଦଗୁଡିକ ଉପରେ  ଅଯୌକ୍ତିକ ଶୁଳ୍କ ହଟାଇବା ପାଇଁ ନିଷ୍ପତ୍ତି  ନେଇଥିଲେ । 

ଜୋ ବାଇଡେନ୍‌ ଜି-୨୦ ଶିଖର  ସମ୍ମିଳନୀରେ ସାମିଲ ହେବାକୁ ଶୁକ୍ରବାର  ଭାରତ ଆସୁଛନ୍ତି । ଏ ଅବସରରେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେ  ଦ୍ୱିପାକ୍ଷିକ ବୈଠକ କରିବେ । 

ପ୍ରକାଶଯୋଗ୍ୟ, ଜୁଲାଇରେ  ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା  ପଟେଲ କହିଥିଲେ ଯେ, ସରକାର  ଆମେରିକାରୁ ଆସୁଥିବା ଶୁଖିଲା,  ସତେଜ, ଚୋପା ଲାଗିଥିବା ବାଦାମ,  ଅଖେରୋଟ୍‌, ଚଣା, ମସୁର ଏବଂ  ସେଓ ଉପରେ ଶୁଳ୍କ ହଟାଇବା ପାଇଁ  ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଭାରତକୁ  କୌଣସି କ୍ଷତି ହେବ ନାହିଁ । 

ସରକାରଙ୍କ  ଏ ନିଷ୍ପତ୍ତି ଦ୍ୱାରା ଏହି ଉତ୍ପାଦଗୁଡ଼ିକର  ଦରରେ କୌଣସି ପ୍ରଭାବ ପଡ଼ିବ ନାହିଁ ।  ସରକାରଙ୍କ ଏ ନିଷ୍ପତ୍ତି ପରେ  ଚଣା ଉପରେ ୧୦%, ମସୁର ଡାଲି  ଉପରେ ୨୦%, କିଲୋ ପିଛା ସତେଜ  କିମ୍ବା ଶୁଖିଲା ବାଦାମ ଉପରେ ୭  ଟଙ୍କାର ଶୁଳ୍କ ହଟାଇ ଦିଆଯାଇଛି । ଏହାବ୍ୟତୀତ ଚୋପା ଥିବା ବାଦାମ  ଉପରେ କିଲୋ ପିଛା ୨୦ ଟଙ୍କା ଏବଂ  ଚୋପା ଥିବା ଅଖରୋଟ ଉପରେ ୨୦%  ଓ ସେଓ ଉପରୁ ୨୦% ଶୁଳ୍କ ଉଚ୍ଛେଦ  କରାଯାଇଛି । ଭାରତ ୨୦୧୯ରେ  ଆମେରିକାରୁ ଆମଦାନି ହେଉଥିବା  ୨୮ଟି ଉତ୍ପାଦ ଉପରେ ୧୨୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇଥିଲା । ଆମେରିକା  ଯେତେବେଳେ ଭାରତର ଆଲୁମିନିୟମ  ଏବଂ ଇସ୍ପାତ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି  କରିଥିଲା ଉକ୍ତ ସମୟରେ ଭାରତ ଏ  ନିଷ୍ପତ୍ତି ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.