ପ୍ରମୂଖ ଖବର

ICC ODI Ranking: ଟପ୍‌ ଟେନ୍‌ରେ ୩ ଭାରତୀୟ ବ୍ୟାଟର, ଏବେ ବି ଶୀର୍ଷରେ ବାବର ଆଜମ୍‌

Image Courtesy: livehindustan

ନୂଆଦିଲ୍ଲୀ, ୧୩/୦୯: ଆଇସିସି ଅନ୍ତର୍ଜାତୀୟ ଦିନିକିଆ(ଓଡିଆଇ) ରାଙ୍କିଂରେ ଭାରତୀୟ ବ୍ୟାଟରଙ୍କ କମାଲ । ଶୀର୍ଷ ୧୦ ଜଣ ବ୍ୟାଟରଙ୍କ ମଧ୍ୟରେ ୩ ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ହେଲେ ଏବେ ବି ଶୀର୍ଷ ସ୍ଥାନରେ ରହିଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ୍‌ । ଭାରତୀୟ କ୍ରିକେଟର ଶୁଭମନ ଗିଲ୍‌ ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି । ରୋହିତ ଶର୍ମା ନବମ ସ୍ଥାନରେ ରହିଥିବା ବେଳେ ବିରାଟ କୋହଲି ଅଷ୍ଟମ ସ୍ଥାନ ଅକ୍ତିଆର କରିଛନ୍ତି । ବାବର ଆଜମଙ୍କୁ ୮୬୩ ରେଟିଂ ପଏଣ୍ଟସ୍‌ ମିଳିଥିବା ବେଳେ ଗିଲ୍‌ଙ୍କ ଖାତାକୁ ଯାଇଛି ୭୫୯ ରେଟିଂ ପଏଣ୍ଟସ୍‌ । 

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦୈଳୀୟ ବୈଠକ, କଂଗ୍ରେସ କହିଲା ‘ଏଯାଏଁ ମିଳିନି ଏଜେଣ୍ଡା’

କେଏଲ ରାହୁଲ ୩ଟି ଷ୍ଟେପ୍‌ ଉପରକୁ ଉଠି ୩୭ ନମ୍ବରରେ ପହଞ୍ଚିଯାଇଛନ୍ତି । ବର୍ତ୍ତମାନ ଏସିଆ କପ୍‌ ଜାରି ରହିଥିବା ବେଳେ ଲଗାତର ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଦମଦାର ହେବାରେ ଲାଗିଛି । ଯାହାକି ରେଟିଂ ପଏଣ୍ଟ ବଢ଼ାଇବାରେ ସହାୟକ ହୋଇଥିବା କୁହାଯାଉଛି । ସେପଟେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡି ଓ୍ବାର୍ଣ୍ଣରଙ୍କୁ ବି ଫାଇଦା ହୋଇଛି । ଗୋଟିଏ ପାହାଚ ଚଢ଼ି ଓ୍ବାର୍ଣ୍ଣର ଚତୁର୍ଥ ସ୍ଥାନକୁ ଆସିଛନ୍ତି । 

ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ୍‌ ଡିକକ୍‌ ୭ ନମ୍ବର ସ୍ଥାନକୁ ଆସିଯାଇଛନ୍ତି । ସେହିଭଳି ଭାରତୀୟ କ୍ରିକେଟର ଇଶାନ୍‌ କିଶନ୍‌ ୩ଟି ପାହାଚ ଉପରକୁ ଉଠି ୨୨ ନମ୍ବରରେ ରହିଛନ୍ତି । ଅନ୍ୟପଟେ ବୋଲରଙ୍କ କଥା କହିଲେ କୁଲଦୀପ ଯାଦବ ସପ୍ତମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଅଷ୍ଟ୍ରେଲିଆର ଜୋଶ ହେଡଲଉଡ୍‌ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଦୀର୍ଘ ସମୟ ପରେ ଫର୍ମକୁ ଫେରୁଥିବା ଜସପ୍ରୀତ ବୁମରା ଦୁଇଟି ପାହାଚ ଉପରୁ ଉଠି ୨୭ ନମ୍ବର ସ୍ଥାନରେ ପହଞ୍ଚିଯାଇଛନ୍ତି ।

You can also read: ଜି୨୦ ଭିତରେ ହୋଟେଲ୍‌ ତାଜ୍‌ ପ୍ୟାଲେସ୍‌ରୁ ମିଳିଲା ରହସ୍ୟମୟ ଚାଇନା ବ୍ୟାଗ୍‌; ୧୨ ଘଣ୍ଟା ଚାଲିଲା ତନାଘନା

  • ICC ODI Ranking
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.