ପ୍ରମୂଖ ଖବର

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦୈଳୀୟ ବୈଠକ, କଂଗ୍ରେସ କହିଲା ‘ଏଯାଏଁ ମିଳିନି ଏଜେଣ୍ଡା’

ନୂଆଦିଲ୍ଲୀ, ୧୩/୦୯: ୧୮ରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ସେପ୍ଟେମ୍ବର ୧୭ରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ । ସର୍ବଦଳୀୟ ବୈଠକରେ ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା ହୋଇପାରେ ।

ସୋସିଆଲ୍ ମିଡିଆରେ ସର୍ବଦଳୀୟ ବୈଠକ ନେଇ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ନେଇ ସୂଚନା ଦେଇଛନ୍ତି । ଲେଖିଛନ୍ତି, ୧୭ ତାରିଖ ଅପରାହ୍ଣ ୪ଟା ୩୦ ମିନିଟରେ ସର୍ବଦଳୀୟ ବୈଠକ ଡକା ଯାଇଛି । ଏନେଇ ସବୁଦଳର ନେତାଙ୍କୁ ଇମେଲ୍ ଯୋଗେ ଆମନ୍ତ୍ରଣ କରାଯାଇଛି ।

ଗଣେଶ ମହୋତ୍ସବ ପାଇଁ ସମସ୍ତେ ଏକାଠି; ୬ ଦିନ ଝଲସିବ ବଡ଼ଗଡ଼, ଗଣେଶଙ୍କ ପଦଶ୍ରୀ ମଣ୍ଡନ କରିବ

ସେପଟେ ସ୍ୱତନ୍ତ୍ର ଅଧିବେଶନକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଅଧିବେଶନର ଏଜେଣ୍ଡାକୁ ନେଇ ଆଲୋଚନା ହୋଇପାରେ । ଗୃହ ମନ୍ତ୍ରୀ ଅମିତ୍ ଶାହ, ଅନୁରାଗ ଠାକୁର, ଅଶ୍ୱିନୀ ବୈଷ୍ଣବ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ବୈଠକରେ ଯୋଗ ଦେଇଛନ୍ତି ।

ସୂତ୍ର ଅନୁସାରେ, ସ୍ୱତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ ଏବଂ ୧୯ରେ ନୂଆ ସଂସଦ ଭବନରେ ଚାଲିବ । ନୂଆ ସଂସଦ ଭବନରେ ଆୟୋଜିତ ଏହା ହେବ ପ୍ରଥମ ଅଧିବେଶନ । ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିଥିଲେ । କଂଗ୍ରେସ ଓ ଅନ୍ୟ ବିପକ୍ଷ ଦଳ ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ନେଇ ସୂଚନା ମିଳିନଥିବାରୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

କଟକ ଜିଲ୍ଲାରେ ଅଛି ମହାପ୍ରଭୁଙ୍କ ୩୨୦୨ ଏକର ଜମି, ସଂଶୋଧନ ଅପେକ୍ଷାରେ ୫୭୪ ଏକର

କଂଗ୍ରେସର ଏଜେଣ୍ଡା ପ୍ରଶ୍ନ 

କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଆଜି ସେପ୍ଟେମ୍ବର ୧୩ ତାରିଖ । ଆଉ ୫ ଦିନ ପରେ ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଛାଡ଼ି ଆଉ କେହି ଏଜେଣ୍ଡା ବିଷୟରେ ଜାଣି ନାହାନ୍ତି । ପୂର୍ବରୁ ଯେବେ ବି ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିଛି, ଏଜେଣ୍ଡା ନେଇ ପୂର୍ବରୁ ସୂଚନା ଦିଆଯାଇଛି । 

ସେପଟେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ସ୍ୱତନ୍ତ୍ର ଅଧିବେଶନକୁ ନେଇ ଏବେ କୌଣସି ଶବ୍ଦ ନାହିଁ । କେବଳ ଦୁଇ ଜଣ ଏହା ବିଷୟରେ ଜାଣନ୍ତି । ଆଉ ଆମେ ଏବେବି ନିଜକୁ ସଂସଦୀୟ ଗଣତନ୍ତ୍ର କହୁଛେ ।

ବର୍ଷକରେ ହରଡ଼ ଡାଲି ଦର ୩୭% ପର୍ଯ୍ୟନ୍ତ ମହଙ୍ଗା, ଚାଉଳ, ଡାଲି ଏବଂ ଚିନି ରପ୍ତାନି ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର

  • parliament
  • Special session Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.