ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଡ୍ରୋନ୍‌ରୁ ପଡ଼ିଲା ବୋମା..ମାଡ଼ ହେଲା ଘନ ଘନ ରକେଟ୍, ଅଶାନ୍ତ ମଣିପୁର ଏବେ ଅଣାୟତ ସ୍ଥିତିରେ; ଜରୁରି ବୈଠକ ଡକାଇଲେ ବିରେନ୍‌ ସିଂହ

Image source: India.com

ଇମ୍ଫାଲ,୦୭/୦୯: ଅଶାନ୍ତ ମଣିପୁର ଏବେ ଅଣାୟତ ସ୍ଥିତିରେ । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ହିଂସା ଶନିବାର ଏକ ବଡ଼ ରୁପ ଧାରଣ କରିଛି। ମଣିଷପଣିଆର ମୃତ୍ୟୁ ଏଠି ବର୍ବରତାର ନକ୍ସା ଆଙ୍କିଛି। ବଳିପଡ଼ୁଛି ନୀରିହ ଜୀବନ... କୁହାଯାଉଛି ଯେ ହିଂସା ସମୟରେ ମୈତେଇ ସମ୍ପ୍ରଦାୟର ଜଣେ ବୟସ୍କଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଜବାବରେ ଜିରିବାମ ଜିଲ୍ଲାରେ ୪ ଜଣ କୁକି ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ହିଂସା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଶନିବାର ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି। ସୁରକ୍ଷା ସୂତ୍ର ଅନୁଯାୟୀ ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି। ଏହାପୂର୍ବରୁ ଶୁକ୍ରବାର ଦିନ ସନ୍ଦିଗ୍ଧ ମାଓବାଦୀମାନେ ମଣିପୁରର ପ୍ରଥମ ମୁଖ୍ୟମନ୍ତ୍ରୀ ମରେମ୍ବମ୍ କୋଇରେଙ୍ଗଙ୍କ ଘର ଉପରକୁ ରକେଟ୍ ଆକ୍ରମଣ କରିଥିଲେ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏହି ଆକ୍ରମଣରେ ଆହତ ହୋଇଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ପଡୋଶୀ ଜିଲ୍ଲା ଚୁରାଚାନ୍ଦପୁରର ତିନୋଟି ବଙ୍କରକୁ ନଷ୍ଟ କରିବା ସହିତ ସାମରିକ ହେଲିକପ୍ଟର ସାହାଯ୍ୟରେ ଏୟାର ପାଟ୍ରୋଲିଂ କରିଛି।

ସାର୍ବଜନୀନ ଜରୁରୀକାଳୀନ ପରିସ୍ଥିତି ଘୋଷଣା: 

ମଣିପୁର ଅଖଣ୍ଡତା ଉପରେ ସମନ୍ୱୟ କମିଟି (କୋକୋମି) କୁକି ଆକ୍ରମଣର ବୃଦ୍ଧି ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। କୋକୋମି ମୁଖପାତ୍ର ଖୁରାଇଜାମ ଆଟୋବା କହିଛନ୍ତି ଯେ କୁକି ଅସନ୍ତୋଷ ଦ୍ୱିଗୁଣିତ ହୋଇଛି। ଗତ କିଛି ଦିନ ହେବ ଇମ୍ଫାଲ ୱେଷ୍ଟରେ ଡ୍ରୋନ୍ ବୋମା ବିସ୍ଫୋରଣର ଅନେକ ଘଟଣା ଘଟିଛି। ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆଜି ପୁଣି ଦୁଇଟି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ପ୍ରାୟ ୭ କିଲୋମିଟର ଦୂରରୁ ଏମାନଙ୍କୁ ଟାର୍ଗେଟ କରାଯାଇଥିଲା। ଚିନ୍-କୁକି ନାର୍କୋ-ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆଖପାଖ ପାହାଡ଼ିଆ ଅଞ୍ଚଳରେ ଆଶ୍ରୟ ନେଇଥିବା ଏହା ସବୁଠାରୁ ମାରାତ୍ମକ ଆକ୍ରମଣ ବୋଲି କୁାହାଯାଏ।

ଡ୍ରୋନ୍‌ ଦ୍ବାରା ବୋମା ବିସ୍ଫୋରଣରେ ବୃଦ୍ଧି:

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁକି ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ଡ୍ରୋନ୍‌ ଦ୍ବାରା ବୋମା ବିସ୍ଫୋରଣ ଘଟଣା ବଢ଼ିଛି। ଆଜି ଦୁଇଟି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଏହା ମଣିପୁରର ପ୍ରଥମ ମୁଖ୍ୟମନ୍ତ୍ରୀ ମରେମ୍ବମ୍ କୋଇରେଙ୍ଗ ସିଂଙ୍କ ଘରର ଜାଗାକୁ ଟାର୍ଗେଟ କରାଯାଇ‌ଥିଲା। ଏହି ଆକ୍ରମଣରେ ତାଙ୍କର ଅନେକ କିଛି କ୍ଷୟକ୍ଷତି ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବା ବିଶେଷ ସୂତ୍ରରୁ ଖବର ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.