ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସାମସଙ୍ଗ ଫ୍ୟାକ୍ଟ୍ରିର ୧୦୪ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ

Image Courtesy: indiatoday

ନୂଆଦିଲ୍ଲୀ: ବିନା ଅନୁମତିରେ ରାଲି କରିବାକୁ ଚେଷ୍ଟା କରିଥିବାରୁ ଚେନ୍ନାଇରେ ଥିବା ସାମସଙ୍ଗ ଇଲେକଟ୍ରୋନିକ ଫ୍ୟାକ୍ଟ୍ରିର ୧୦୦ରୁ ଅଧିକ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ଗତ ସପ୍ତାହରେ କାଞ୍ଚିପୁରମ ପ୍ଲାଣ୍ଟରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଥିଲେ କର୍ମଚାରୀ । ଦରମା ବୃଦ୍ଧି ଏବଂ ଭଲ କାର୍ଯ୍ୟ ପରିବେଶ ଦାବି କରି ଏହି ଆନ୍ଦୋଳନ ହୋଇଥିଲା । ଏହା ସହ ସେମାନଙ୍କ ସଂଘକୁ ପଞ୍ଜିକୃତ କରିବା ଲାଗି ମଧ୍ୟ କର୍ମଚାରୀମାନେ ଦାବି କରିଥିଲେ ।   

 ସେପଟେ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍‌ (ସିଆଇଟିୟୁ) ଅଧୀନରେ ଆସୁଥିବା କୌଣସି କର୍ମଚାରୀ ସଂଘକୁ ସ୍ବୀକୃତି ଦେବାକୁ ମନା କରିଦେଇଛି ସାମସଙ୍ଗ । କାର୍ଯ୍ୟରତ ୧୮୦୦ କର୍ମଚାରୀଙ୍କ ମଧ୍ୟରୁ ଏକ ହଜାରରୁ ଅଧିକ ଫ୍ୟାକ୍ଟ୍ରି ବାହାରେ ଟେଣ୍ଟ କରି ବିକ୍ଷୋଭ ଜାରି ରଖିଛନ୍ତି । କର୍ମଚାରୀଙ୍କ ସହ ଆଲୋଚନା ଜାରି ରହିଥିବା ବେଳେ ଖୁବଶୀଘ୍ର ସମସ୍ୟାର ସମଧାନ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । 

ସେପଟେ କମ୍ପାନି ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀମାନେ ସୋମବାର ଏକ ରାଲି କରିବାକୁ ଯୋଜନା କରିଥିଲେ । କିନ୍ତୁ ସେହି ଅଞ୍ଚଳରେ ସ୍କୁଲ ,କଲେଜ ଏବଂ ହସ୍ପିଟାଲ ଥିବାରୁ ରାଲି ପାଇଁ ପୋଲିସ ଅନୁମତି ଦେଇନଥିଲା । ଏପରିକି ପରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ । ଏକ ବିବାହ ମଣ୍ଡପରେ ମୋଟ ୧୦୪ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ଏହାରି ମଧ୍ୟରେ ଡିଏମକେ ସମର୍ଥିକ ସଂଘ ସମେତ ୧୨ଟି କର୍ମଚାରୀ ସଂଘ ବୁଧବାର କର୍ମଚାରୀଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି । ତେବେ ଏନେଇ ସାମସଙ୍ଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.