ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ପୃଥିବୀର ଚାରିପଟେ ଶନି ଗ୍ରହ ଭଳି ଥିଲା ସୁନ୍ଦର ରିଙ୍ଗ ? ନୂଆ ରିସର୍ଚ୍ଚରେ ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୧୬।୯:  ଶନି ଗ୍ରହର ଚାରି ପଟେ ଥିବା ରିଙ୍ଗଙ୍କୁ ସୌର ମଣ୍ଡଳର ସବୁଠାରୁ ସୁନ୍ଦର ଜିନିଷ ଭିତରୁ ମନେକରାଯାଏ। ଏବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ପୃଥିବୀର ମଧ୍ୟ ଏଭଳି ଥିଲା। ଗତ ସପ୍ତାହରେ ଆର୍ଥ ଆଣ୍ଡ ପ୍ଲାନିଟରୀ ସାଇନ୍ସ  ଲେଟର୍ସରେ   ପ୍ରକାଶିତ ପେପରରେ ଏହି କଥାର ପ୍ରମାଣ ମିଳିଥିଲା ଯେ, ପୃଥିବୀରେ ରିଙ୍ଗ ଭଳି ମଧ୍ୟ ରହିଥିଲା। ମୋନାଶ ୟୁନିଭର୍ସିଟିର ଆଣ୍ଡ୍ରୁ ଟମ୍‌କିନ୍ସ ଓ ତାଙ୍କ ସାଥୀଙ୍କ ଦ୍ବାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ପ୍ରାୟ ୪୬୬ ମିଲିୟନ ବର୍ଷ ପୂର୍ବେ ତିଆରି ହୋଇଥିଲା ଓ କିଛି କୋଟି ବର୍ଷ ପର୍ଯ୍ୟନ୍ତ ଥିବା ଏହି ରିଙ୍ଗ ଆମ ଗ୍ରହର ଇତିହାସର ବହୁ ରହସ୍ୟ ଖୋଲି ପାରିଥାନ୍ତା।

ପ୍ରାୟ ୪୬୬ ମିଲିୟନ ବର୍ଷ ପୂର୍ବେ ବହୁତ ଗୁଡିଏ ଉଲକାପିଣ୍ଡ ପୃଥିବୀ ସହ ମାଡ ହୋଇଥିଲା। କାରଣ ଏହି ସମୟରେ ବହୁତ କମ୍ ସମୟରେ ପୃଥିବୀ ଉପରେ ବହୁ କ୍ରେଟର ତିଆରି ହୋଇଥିଲା। ଏହି ସମୟରେ ଆମକୁ  ୟୁରୋପ, ଋଷ ଓ ଚୀନ୍‌ରେ ଚୂନ ପଥର ଭଣ୍ଡାର ମିଳିଛି, ଯେଉଁଥିରେ ଏଭଳି ଖାସ୍ ପ୍ରକାରର ଉଲକାପିଣ୍ଡ ଅର୍ଥାତ ମୋଟିରୟଟରୁ ବହୁ ଅଧିକ ମାତ୍ରାରେ ଆବର୍ଜନା ମିଳିଥିଲା। ଏହି ଚଟାଣରୁ ସଙ୍କେତ ମିଳୁଛି ଯେ, ଆଜିର ସମୟରେ ପଡୁଥିବା ଉଲକାପିଣ୍ଡ ତୁଳନାରେ ବହୁତ କମ୍ ସମୟ ପାଇଁ ସ୍ପେସ୍ ରେଡିଏସନ୍‌ର ସମ୍ପର୍କରେ  ଆସିଥିଲା। ଏହି ସମୟରେ ବହୁ ସୁନାମୀ ମଧ୍ୟ ଆସିଥିଲା। ଆମକୁ ଲାଗୁଛି ଏହି ସବୁ ଘଟଣା ପରସ୍ପର ସହିତ ଜଡିତ। କିନ୍ତୁ ତାଙ୍କୁ ଏକାଠି କ’ଣ ଜୋଡୁଛି ? 

ରିସର୍ଚ୍ଚରେ ୨୧ ଉଲକାପଣ୍ଡ କ୍ରେଟର ବିଷୟରେ ଆଲୋଚନା କରାଯାଇଛି। ଅତୀତରେ ପୃଥିବୀର ଟେକ୍ଟୋନିକ୍ ପ୍ଲେଟର ଗତିର ମଡେଲର ଉପଯୋଗ କରି ଏହା ଜଣାପଡିଛି ଯେ, ଏହି ସବୁ କ୍ରେଟର ପ୍ରଥମ ଥର ତିଆରି ହେବାର ସମୟରେ କେଉଁଠି ଥିଲେ। ଏଥିରେ ଜଣାପଡିଛି ଯେ ସବୁ କ୍ରେଟର ସେହି ମହାଦ୍ବୀପର ଯେଉଁଠି ଏହି ସମୟ ସମୟରେ ଭୂମଧ୍ୟ ରେଖା ନିକଟରେ ଥିଲା । ଏଥିରୁ ଜଣାପଡୁଛି ଏହି କ୍ରେଟର ଭୂମଧ୍ୟ ସାଗର ରେଖା ନିକଟରେ ତିଆରି ହୋଇଥିଲା। ତେବେ କ’ଣ ଏହା ବାସ୍ତବରେ ହୋଇଥିବା ପ୍ରଭାବର ଏକ ଉଚିତ ନମୁନା ?

ଉଲ୍ଲେଖନୀୟ ଯେ, ଶନି ହିଁ ଏକମାତ୍ର ଗ୍ରହ ଯାହାର ରିଙ୍ଗ ରହିଛି। ବୃହଷ୍ପତ୍ତି, ନେପଚୁନ୍ ଓ ୟୁରେନସ୍‌ର ରିଙ୍ଗ ମଧ୍ୟ ରହିଛି। କିଛି ବୈଜ୍ଞାନିକ ଏହା ମଧ୍ୟ କହିଛନ୍ତି, ମଙ୍ଗଳର ଛୋଟ ଚନ୍ଦ୍ରମା ପୋବୋସ ଓ ଡେମୋସ୍‌ ଏକ ରିଙ୍ଗର ଅବଶେଷ ହୋଇପାରେ। ଯେତେବେଳେ କୌଣସି ଛୋଟ ପିଣ୍ଡ(ଯେପରିକି ଆଷ୍ଟ୍ରଏଡ୍) କୌଣସି ବଡ ପିଣ୍ଡ(ଯେପରିକି ଗ୍ରହ)ର ନିକଟ ଦେଇ ଗତି କରେ ସେ ମାଧ୍ୟାକର୍ଷଣ କାରଣରୁ ଟାଣି ହୋଇଯାଏ। ଯେତବେଳେ ଖୁବ୍ ନିକଟରେ ଆସିଯାଏ, ଆଷ୍ଟ୍ରଏଡର ବହୁତ ଗୁଡିଏ ଛୋଟ ଛୋଟ ଖଣ୍ଡ କିଛି ବଡ ଖଣ୍ଡରେ ଭାଙ୍ଗି ଯାଇଥାଏ।  ଏହି ସବୁ ଟୁକୁଡା ଏପଟେ ସେପଟେ ମାଡ ହୋଇଥାଏ ଓ ଧିରେ ଧିରେ ବଡ ପିଣ୍ଡ ଭୂମଧ୍ୟ ରେଖାରେ ପରିକ୍ରମା କରୁଥିବା ଆବର୍ଜନାରେ ପରିବର୍ତ୍ତନ ହୋଇଥାଏ। ସମୟ ସହ ରିଙ୍ଗରେଥିବା ଜିନିଷ ବଡ ପିଣ୍ଡରେ ପଡିଯାଇଥାଏ, ଯେଉଁଠି ବଡ ଟୁକୁଡା କ୍ରେଟର ନିର୍ମାଣ କରିଥାଏ। ତେଣୁ ସମ୍ଭାବନା ରହିଛି, ଯଦି ପୃଥିବୀ ମଧ୍ୟ ପ୍ରାୟ ୪୬୬ ମିଲିୟନ ବର୍ଷ ପୂର୍ବେ ଏକ ଆଷ୍ଟ୍ରଏଡ୍‌କୁ ନଷ୍ଟ କରିଥିବ ତେବେ ଏଭଳି ରିଙ୍ଗ ତିଆରି ହୋଇଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.