ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ରାଜି ହେଲେ ଆନ୍ଦୋଳନରତ ଡାକ୍ତର

Image Courtesy: indiatoday

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଞ୍ଚମ ତଥା ଅନ୍ତିମ ଆମନ୍ତ୍ରଣ ଗ୍ରହଣ କରିଛନ୍ତି ଆନ୍ଦୋଳନରତ କନିଷ୍ଠ ଡାକ୍ତର ।  ମମତା ବାନାର୍ଜୀଙ୍କ କାଳିଘାଟରେ ଥିବା ବାସଭବନରେ ସାକ୍ଷାତ ଆଲୋଚନା କରିବାକୁ ସେମାନେ ରାଜି ହୋଇଛନ୍ତି । ବୈଠକ ଲାଗି ଡାକ୍ତରମାନଙ୍କ ସର୍ତ୍ତ ମାନିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ସହ ହେବାକୁ ଥିବା ବୈଠକର ଲାଇଭ ଷ୍ଟ୍ରିମିଂ କିମ୍ବା ଭିଡିଓଗ୍ରାଫି ଲାଗି ଆନ୍ଦୋଳନ ଡାକ୍ତର ଦାବି କରିଥିଲେ । 

ଦୁଇ ଦିନ ପୂର୍ବରୁ ଲାଇଭ ଷ୍ଟ୍ରିମିଂ ଦାବିକୁ ରାଜ୍ୟ ସରକାର ପ୍ରତ୍ୟାଖାନ କରିଦେବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରି ନଥିଲା । ଏହା ପରେ ଆଜି ମମତା ସରକାରଙ୍କ ପଞ୍ଚମ ଏବଂ ଅନ୍ତିମ ଆମନ୍ତ୍ରଣକୁ ଡାକ୍ତରମାନେ ଗ୍ରହଣ କରିଥିବା ବେଳେ ସନ୍ଧ୍ୟା ୫ଟାରେ ବୈଠକ ଲାଗି ସମୟ ଧାର୍ଯ୍ୟ ହୋଇଥିଲା ।  ତେବେ ସେପ୍ଟେମ୍ବର ୧୪ରେ ମମତାଙ୍କୁ କାଳିଘାଟ ବାସଭବନରେ ଭେଟିଥିବା ପ୍ରତିନଧିମଣ୍ଡଳୀଙ୍କୁ ଆଜି ବୈଠକ ଲାଗି ଡାକରା ମିଳିଛି ।

ସେପ୍ଟେମ୍ବର ୧୪ରେ ମମତା ବାନାର୍ଜୀ ଅଚାନକ ଆନ୍ଦୋଳନ ସ୍ଥାନରେ ପହଞ୍ଚିଥିଲେ । ଏହା ସହ ସେମାନଙ୍କ ସବୁ ଦାବି ପୂରଣ ଲାଗି ଡାକ୍ତରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୂଚନାଯୋଗ୍ୟ, ଭିଡିଓଗ୍ରାଫି ପ୍ରସଙ୍ଗକୁ ନେଇ ସରକାର ଏବଂ ଡାକ୍ତରଙ୍କ ମଧ୍ୟରେ ଆଲୋଚନା ବିଫଳ ହେଉଥିଲା । ବୈଠକର ଭିଡିଓଗ୍ରାଫି କିମ୍ବା ଲାଇଭ୍‌ ଷ୍ଟ୍ରିମିଂ ପାଇଁ ରାଜ୍ୟ ସରକାର ଅନୁମତି ଦେଇନଥିଲେ । ଏବେ ଡାକ୍ତରଙ୍କ ପ୍ରତି ମିନିଟ୍‌ର ଆଲୋଚନାର ଦସ୍ତାବିଜ୍‌ ପ୍ରସ୍ତୁତି ଦାବିକୁ ସରକାର ଗ୍ରହଣ କରିଥିବାରୁ ଆଲୋଚନା ଲାଗି ବାଟ ଫିଟିଛି । 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.