ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବାୟଜୁ ଆଗରେ ସଙ୍କଟର ପାହାଡ଼; ଆମେରିକା ବ୍ୟାଙ୍କକୁ ଦେବ ଏକ ଅରବ ଡଲାରରୁ ଅଧିକ ଟଙ୍କା

Image source: ABP live

ନୂଆଦିଲ୍ଲୀ,୧୬/୦୯: ଏଜୁଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ବାୟଜୁ, ଯାହାକି ବର୍ତ୍ତମାନ ଅସମର୍ଥତା ପ୍ରକ୍ରିୟା ଦେଇ ଗତି କରୁଛି, ତାହା ପୁଣି ଏକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। କମ୍ପାନୀ ବିରୁଦ୍ଧରେ ବକେୟା ନେଣଦେଣକୁ ନେଇ ଦାବି କୀରାଯାଉଛି। ତେବେ ଏହାରି ଭିତରେ ଆମେରିକୀୟ ବ୍ୟାଙ୍କଗୁଡିକ କହିଛି ଯେ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନର ୧ ବିଲିୟନ ଡଲାରରୁ ଅଧିକ ଋଣ ଅଛି ଏବଂ ବାୟଜୁ ଏହାକୁ ଯେକୌଣସି ମୂଲ୍ୟରେ ଦେବାକୁ ପଡିବ।

 ଇଟିର ଏକ ରିପୋର୍ଟ ଅନୁଯାୟୀ, କେବଳ ଆମେରିକୀୟ ବ୍ୟାଙ୍କଗୁଡ଼ିକୁ ୧.୨ ବିଲିୟନ ଡଲାରରୁ ଅଧିକ ବକେୟା ଦେବ ବାୟଜୁ। ଆମେରିକୀୟ ବ୍ୟାଙ୍କଗୁଡିକ କହିଛନ୍ତି ଯେ, ବାୟଜୁ ୧୭ ମାସରୁ ଅଧିକ ସମୟ ହେଲା ଗୋଟିଏ ଟଙ୍କା ବି ସୁଝିନାହିଁ। ଆମେରିକୀୟ ବ୍ୟାଙ୍କଗୁଡିକ ଅନୁଯାୟୀ, ଯଦିଓ ବାୟଜୁ ଭାରତରେ ଦେବାଳିଆ ସ୍ଥିତି ଦେଇ ଗତି କରୁଛନ୍ତି, ତଥାପି ଯେ କୌଣସି କ୍ଷେତ୍ରରେ ୧ ବିଲିୟନ ଡଲାରରୁ ଅଧିକ ବକେୟା ଦେବାକୁ ପଡ଼ିବ।

ତମାମ ମାମଲା ଭିତରେ ପିଟିଆଇର ଏକ ରିପୋର୍ଟରେ ବାୟଜୁ ରବିନ୍ଦ୍ରନଙ୍କ ପକ୍ଷରୁ ଏକ ବିବୃତ୍ତି ଆସିବା ପରେ ଏବେ ଗ୍ଲାସ୍ ଟ୍ରଷ୍ଟ ବର୍ତ୍ତମାନ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ, ପ୍ରତିଷ୍ଠାତା ବାୟଜୁ ରବିନ୍ଦ୍ରନ୍‌ କିମ୍ବା ଇନ୍ସଲଭେନ୍ସି ରିଜୋଲ୍ୟୁସନ୍ ପ୍ରଫେସନାଲଙ୍କର କୌଣସି ଟର୍ମ ଲୋନ୍‌ ପ୍ରଦାନକାରୀଙ୍କୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ନାହିଁ। ଯଦିବା ସେମାନେ ଏପରି କରନ୍ତି, ତେବେ ବାୟଜୁଙ୍କ ଅବଶିଷ୍ଟ ଋଣ ଏବଂ ଏହା ଉପରେ ସୁଧ ପରିଶୋଧ କରିବାକୁ ଦାୟୀ ରହିବେ। ଏହା ବ୍ୟତୀତ ଅନ୍ୟ କୌଣସି ଯୁକ୍ତି ବୈଧ ହେବ ନାହିଁ।

ଏକଦା ଭାରତର ବହୁମୂଲ୍ୟ ଷ୍ଟାର୍ଟଅପ୍ କମ୍ପାନୀ ଥିବା ବାୟଜୁଙ୍କ ବର୍ତ୍ତମାନ ଦେବାଳିଆ ସ୍ଥିତିିରେ ଥିବା ବେଳେ କମ୍ପାନୀର ବର୍ତ୍ତମାନର ତଥା ପୂର୍ବତନ କର୍ମଚାରୀମାନେ ୩୦୦ କୋଟିରୁ ଅଧିକ ଟଙ୍କା ବକେୟା ଦେବାକୁ ଦାବି କରିଛନ୍ତି। କମ୍ପାନୀ ପ୍ରାୟ ୮୫୦ କୋଟି ଟଙ୍କାର ଟିକସ ନେଣଦେଣର ସମ୍ମୁଖୀନ ହୋଇଛି। ଦେବାଳିଆ ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୫ ବିଲିୟନ ଡଲାରରୁ ଅଧିକ ବକେୟା ଦାବି କମ୍ପାନୀ ବିରୋଧରେ ସାମ୍ନାକୁ ଆସିଛି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.