ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଭିନେଶଙ୍କୁ ବ୍ରିଜଭୂଷଣଙ୍କ ଟାର୍ଗେଟ: କହିଲେ, ଚିଟିଂ କରିଥିଲେ, ଭଗବାନ ଦଣ୍ଡ ଦେଲେ...କଡ଼ା ଜବାବ୍ ଦେଲେ ପୁନିଆ

ନୂଆଦିଲ୍ଲୀ,୭।୯: ଷ୍ଟାର ରେସଲର ଭିନେଶ ଫୋଗାଟ ଶୁକ୍ରବାର କଂଗ୍ରେସରେ ସାମିଲ୍ ହୋଇଛନ୍ତି। କଂଗ୍ରେସରେ ମିଶିବା ନେଇ ତାଙ୍କୁ ପୂର୍ବତନ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ କରିଛନ୍ତି ଟାର୍ଗେଟ। ବ୍ରିଜ୍ ଭୂଷଣ କହିଛନ୍ତି  ଭିନେଶ ଚିଟିଂ କରିଥିଲେ।। ତେଣୁ ଅଲିମ୍ପିକ୍ସରେ ଏହାର ଦଣ୍ଡ ଭଗବାନ ତାଙ୍କୁ ଦେଇଛନ୍ତି। ଠିକ୍ ସେଭଳି ବଜରଙ୍ଗ ପୁନିଆ ବିନା ଟ୍ରାଏଲରେ ଏସିଆଡ୍ କ୍ରୀଡ଼ାରେ ଭାଗ ନେଇଥିଲେ। ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ସତ୍ୟତା ଲୋକଙ୍କ ସାମ୍ନାରେ ଆସିଛି। ଏହି ଲୋକଙ୍କ ମାଧ୍ୟମରେ କଂଗ୍ରେସ ମୋ ବିରୋଧରେ, ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚିଥିଲେ। ସେପେଟ ବ୍ରିଜ ଭୂଷଣଙ୍କ ଏହି କଥାର ଖୋଲାଖୋଲି ଜବାବ ଦେଇଛନ୍ତି  ବଜରଙ୍ଗ ପୁନିଆ। 

ପୁନିଆ କହିଛନ୍ତି, ଏହାଦ୍ବାରା ଦେଶ ପ୍ରତି ବ୍ରିଜଭୂଷଣଙ୍କ ମାନସିକତା ଜଣାପଡିଗଲା। ଏହା ଭିନେଶଙ୍କ ପଦକ ନଥିଲା। ଏହା ୧୪୦ କୋଟି ଭାରତୀୟଙ୍କ ପଦକ ଥିଲା। ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ନେଇ ଖୁସି ହେଉଥିବା ଲୋକ  କ’ଣ ସେମାନେ ଦେଶଭକ୍ତ ? ବ୍ରିଜଭୂଷଣ ଚୋରିଠାରୁ ନେଇ ଦେଶଦ୍ରୋହ ପର୍ଯ୍ୟନ୍ତର ହିଷ୍ଟ୍ରିସିଟର । ଦେଶ ପ୍ରତି ତାଙ୍କ ମାନସିକତା ଜଣାପଡିଗଲା।

ଉଲ୍ଲେଖନୀୟ ଯେ,  ବ୍ରିଜଭୂଷଣ କହିଥିଲେ,, ଭିନେଶ ଚିଟିଂ କରିଥିଲେ।। ତେଣୁ ଅଲିମ୍ପିକ୍ସରେ ଏହାର ଦଣ୍ଡ ଭଗବାନ ତାଙ୍କୁ ଦେଇଛନ୍ତି। କ’ଣ କୌଣସି କୁସ୍ତି ଯୋଦ୍ଧା ଗୋଟିଏ ଦିନରେ ଅଲିମ୍ପିକ୍ସର ଦୁଇଟି ବର୍ଗରେ ଟ୍ରାଏଲ ଦେଇ ପାରିବ ? ଓଜନ ହ୍ରାସ କରିବା ପାଇଁ ଟ୍ରାଏଲକୁ ପାଞ୍ଚ ଘଣ୍ଟା ପାଇଁ କ’ଣ ରୋକି ହେବ? ଜଣେ    ଖେଳାଳି ଗୋଟିଏ ଦିନରେ ଅଲିମ୍ପିକ୍ସର ଦୁଇଟି ବର୍ଗରେ ଟ୍ରାଏଲ ଦେଇ ପାରିବ ? କ’ଣ ଓଜନ ହ୍ରାସ କରିବା ପାଇଁ ଟ୍ରାଏଲକୁ ପାଞ୍ଚ ଘଣ୍ଟା ପାଇଁ ରୋକି ହେବ? ପ୍ରଥମ କୁସ୍ତୀ ୫୩ କିଲୋଗ୍ରାମ୍ ବର୍ଗରେ ୧୦-୦ରେ ହାରିଗଲେ। ଏହାପରେ ୫୦ କିଲୋଗ୍ରାମ ବର୍ଗରେ କୁସ୍ତୀ ଲଢିଥିଲେ। ସେତେବେଳେ ତାଙ୍କ ସ୍କୋର ଥିଲା ୫-୦। ଶିବାନୀ ପାଓ୍ବାର କୁସ୍ତୀ ଜିତିବାକୁ ଯାଉଥିଲେ। କିନ୍ତୁ ରେଲଓ୍ବେ ରେଫରି ବେଇମାନୀ କରି ଭିନେଶଙ୍କୁ ଜିତାଇଥିଲେ। ଦେବେନ୍ଦ୍ର ହୁଡ୍ଡାଙ୍କ ସହ ମିଶି ରାହୁଲ-ପ୍ରିୟଙ୍କା ଏହି ଷଡଯନ୍ତ୍ର ରଚିଥିଲେ। ଏହି ଲୋକମାନେ ରାଜନୀତି ପାଇଁ ନିଜ ଝିଅମାନଙ୍କୁ ମଧ୍ୟ ବ୍ୟବହାର କରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.