ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଇସ୍ଲାମ ପାଇଁ ଆମର ଯବାନ ଜୀବନ ଦେଇଥିଲେ, ୨୫ ବର୍ଷ ପରେ ପାକିସ୍ତାନ ସେନା ସ୍ବୀକାର କଲା କାର୍ଗିଲ ଯୁଦ୍ଧର ସତ

ନୂଆଦିଲ୍ଲୀ,୭।୯: ୨୫ ବର୍ଷ ପରେ ଶେଷରେ ପାକିସ୍ତାନ କାର୍ଗିଲ ଯୁଦ୍ଧାର ସତ ମାନିଛି। ପାକିସ୍ତାନୀ ସେନା ପ୍ରଥମ ଥର ସାର୍ବଜନୀକ ଭାବରେ ଏହା ସ୍ବୀକାର କରିଛି ଯେ, ଭାରତର ବିରୋଧରେ ୧୯୯୯ର କାର୍ଗିଲ ଯୁଦ୍ଧରେ ସେ ସାମିଲ ଥିଲେ। ପ୍ରତିରକ୍ଷା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକ୍ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ଭାରତ ସହ ଅଲଗା ଅଲଗା ଯୁଦ୍ଧରେ ମରିଯାଇଥିବା ପାକିସ୍ତାନୀ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଯୁଦ୍ଧରେ କାର୍ଗିଲ ଯୁଦ୍ଧ ମଧ୍ୟ ରହିଛି। ଏହା ପୂର୍ବରୁ ଦୁଇ ଦଶକରୁ ଅଧିକ ସମୟ ଧରି ପାକିସ୍ତାନ ଅଫିସିଆଲ ଭାବରେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନଥିଲା।

ଜେନେରାଲ ମୁନିର କହିଛନ୍ତି, ପାକିସ୍ତାନର ବାହାଦୁର ସୈନିକ ସ୍ବାଧିନତା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ। ତାହା ୧୯୪୮,୧୯୬୫, ୧୯୭୧ କିମ୍ବା ୧୯୯୯ କାର୍ଗିଲ ଯୁଦ୍ଧ ହେଉ ହଜାର ହଜାର ସୈନିକ ଦେଶ ଓ ଇସ୍ଲାମ ପାଇଁ ନିଜ ଜୀବନ ଦେଇଛନ୍ତି। ଏହି  ବୟାନ ପାକିସ୍ତାନୀ ଦ୍ବାରା ଦୀର୍ଘ ଦିନ ଧରି ଦିଆଯାଉଥିବା ଅଫିସିଆଲ ସୂଚନାଠାରୁ ସମ୍ପୂର୍ଣ୍ଣ ଅଲଗା। ପାକିସ୍ତାନ ଆଜି ପର୍ଯ୍ୟନ୍ତ କାର୍ଗିଲ ଯୁଦ୍ଧ ବିଷୟରେ ଏହା କହି ଆସୁଥିଲା ଯେ, ଏହି ଆକ୍ରମଣ ପଛରେ ଉଗ୍ରବାଦୀ ଥିଲେ। ତାଙ୍କ ମୁଝାହିଦ୍ଧିନ୍‌ କୁହାଯାଏ, ସେମାନେ ଆକ୍ରମଣ କରିଛନ୍ତି।

ଜେନେରାଲ ମୁନିରଙ୍କ ଏହି ବୟାନ ଯୋଗେ ପାକିସ୍ତାନ ଏହା ସ୍ବୀକାର କରିଛି ଯେ, କାର୍ଗିଲରେ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହି ଯୁଦ୍ଧ ବେଳେ ପାକିସ୍ତାନ ସେନା କାଶ୍ମୀରରେ ରଣନୈତିକ ଆଡ୍ଡାକୁ କବଜା କରିନେଇଥିଲା। ଏହାପରେ ଭାରତ ଏହାର କଡା ଯବାବ ମଧ୍ୟ ଦେଇଥିଲା। ଏହି ଅପରେସନ୍‌ରେ ପାକିସ୍ତାନ ହାରି ଯାଇଥିଲା। ଏହାପରେ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ତତ୍କାଳୀନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କୁ କାର୍ଗିଲ ସେକ୍ଟରରୁ ସେନା ଯବାନଙ୍କୁ ଫେରାଇ ନେବାକୁ ନିର୍ଦେଶ ଦେବାକୁ ବାଧ୍ୟ କରିଥିଲେ। ଭାରତ ମଧ୍ୟ ଲଗାତାର କହି ଆସୁଥିଲା ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ଆତଙ୍କବାଦୀଙ୍କୁ ଆଢୁଆଳରେ ପାକିସ୍ତାନୀ ସେନା କାର୍ଗିଲରେ ଅନୁପ୍ରବେଶ କରିଥିଲା। ୨୬ ମଇ ଓ ୨୯ ମଇରେ ରାଓ୍ବଲପିଣ୍ଡିରେ ଜେନେରାଲ ମୁଶରଫ୍‌ (ବେଜିଂ ଯାତ୍ରା ବେଳେ) ଓ ତାଙ୍କର ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅଜିଜ୍‌ଙ୍କ ମଧ୍ୟ ଆଲୋଚନାରୁ ବାହାରେ ଆସିବା ପରେ ଏହି କଥା ସ୍ପଷ୍ଟ ହୋଇଯାଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.