ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଭିନେଶ ଫୋଗାଟ ବିରୋଧରେ ଅଭିଯୋଗ ଆଣିଲେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ

ନୂଆଦିଲ୍ଲୀ,୦୭/୦୯: ଷ୍ଟାର ରେସ୍‌ଲର୍‌ ଭିନେଶ ଫୋଗାଟ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ। କହିଲେ,ହେରଫେର କରିଥିଲେ। ତେଣୁ ଅଲିମ୍ପିକ୍ସରେ ଦଣ୍ଡ ମିଳିଲା। ଭଗବାନ ତାଙ୍କୁ ଦଣ୍ଡ ଦେଲେ।' ଆଜି ଏଭଳି କିଛି କହିଛନ୍ତି ପୂର୍ବତନ ବିଜେପି ସାଂସଦ । 

ତେବେ ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ୍ ହେବା ପରେ ଦଳ ତାଙ୍କୁ ହରିୟାଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଏହାପରେ ବ୍ରିଜ ଭୂଷଣ କଂଗ୍ରେସର ବରିଷ୍ଠ ନେତା ଓ ଭିନେଶଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, 'ଅଲିମ୍ପିକ୍ସରେ ଭିନେଶ ଫୋଗାଟ  ହେରଫେର କରିଛନ୍ତି। ଏଥିପାଇଁ ତାଙ୍କୁ ପଦକ ମିଳିଲା ନାହିଁ। ଭଗବାନ ତାଙ୍କୁ ଦଣ୍ଡିତ କରିଛନ୍ତି। ପୂର୍ବତନ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହ ପ୍ରଶ୍ନ କହିଛନ୍ତି, କ’ଣ କୌଣସି କୁସ୍ତି ଯୋଦ୍ଧା ଗୋଟିଏ ଦିନରେ ଅଲିମ୍ପିକ୍ସର ଦୁଇଟି ବର୍ଗରେ ଟ୍ରାଏଲ ଦେଇ ପାରିବ ? କ’ଣ ଓଜନ ହ୍ରାସ କରିବା ପାଇଁ ଟ୍ରାଏଲକୁ ପାଞ୍ଚ ଘଣ୍ଟା ପାଇଁ ରୋକି ହେବ? ଆପଣ ଚିଟିଂ କରି ଅଲିମ୍ପିକ୍ସରେ ପହଞ୍ଚିଥିଲେ। ସେଥିଲାଗି ପଦକ ଜିତି ପାରିଲେ ନାହିଁ। ଭଗବାନ ଆପଣଙ୍କୁ ଦଣ୍ଡିତ କରିଛନ୍ତି। ସେହିପରି ବଜରଙ୍ଗ ପୁନିଆ ବିନା ଟ୍ରାଏଲରେ ଏସିଆୟୀ କ୍ରୀଡ଼ାରେ ଭାଗ ନେଇଥିଲେ। କଂଗ୍ରେସ ଦଳରେ ଯୋଗଦେବା ପରେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆର ସତ୍ୟତା ଲୋକଙ୍କ ସାମ୍ନାରେ ଆସିଛି। ଏହି ଲୋକଙ୍କ ମାଧ୍ୟମରେ ମୋ ବିରୋଧରେ, ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚିଥିଲେ। ରାହୁଲ-ପ୍ରିୟଙ୍କା ଗାନ୍ଧି ଯୋଡି ଦେବେନ୍ଦ୍ର ହୁଡ୍ଡାଙ୍କୁ ଆଗେଇ ନେଇ ଏହି ଷଡଯନ୍ତ୍ର ରଚିଥିଲେ। ଏହି ଲୋକମାନେ ରାଜନୀତି ପାଇଁ ନିଜ ଝିଅମାନଙ୍କୁ ମଧ୍ୟ ରକ୍ଷା କରିନାହାଁନ୍ତି, ସେମାନଙ୍କୁ ମଧ୍ୟ ବ୍ୟବହାର କରନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.