ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପୂଜା ଖେଡକରଙ୍କ ଉପରେ କେନ୍ଦ୍ରର ବଡ଼ କାର୍ଯ୍ୟାନୁଷ୍ଠାନ , IASରୁ ହଟାଇଲେ

ନୂଆଦିଲ୍ଲୀ : ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ର ସରକାର ଆଇଏଏସ୍‌   (ପ୍ରୋବେସନ) ନିୟମ୧୯୫୪ର ନିୟମ ୧୨ ଅନ୍ତର୍ଗତ, ପୂଜା ଖେଡକରଙ୍କୁ ତତ୍କାଳ ପ୍ରଭାବରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ରୁ ବାହାର କରି ଦେଇଛନ୍ତି। ସରକାର ୟୁପିଏସସି ପରୀକ୍ଷାରେ ଓବିସି ଓ ଦିବ୍ୟାଙ୍ଗତା କୋଟାର ଦୁରୁପଯୋଗ କରିବା ଅଭିଯୋଗରେ ପୂଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସସି) ୩୧ ଜୁଲାଇରେ ତାଙ୍କର ପ୍ରାର୍ଥୀତ୍ୱକୁ ରଦ୍ଦ କରି ଦେଇ ଥିଲେ। ଏହା ସହ ଭବିଷ୍ୟତର ପରୀକ୍ଷା ଗୁଡ଼ିକରୁ ମଧ୍ୟ ହଟେଇ ଦେଇ ଥିଲେ। 

ପୂଜା ଖେଡକର ୨୦୨୦-୨୧ ରେ ଓବିସି କୋଟା ଅନୁସାରେ ‘ପୂଜା ଦିଲପରାଓ ଖେଡକର’ ନାମରେ ପରୀକ୍ଷା ଦେଇ ଥିଲେ। ୨୦୨୧-୨୨ରେ ସବୁ ପ୍ରୟାସକୁ ପୂରା କରିବା ପରେ ପୂଜା ଓବିସି ଓ ପିଡବ୍ଲ୍ୟୁବିଡି( ଦିବ୍ୟାଙ୍ଗ ବ୍ୟକ୍ତି) କୋଟା ଅନୁସାରେ ପରୀକ୍ଷାରେ ସାମିଲ ହୋଇଥିଲେ। ସେତେବେଳେ ସେ ପୂଜା ମନୋରମା ଦିଲୀପ ଖେଡକର ନାଁ ବ୍ୟବହାର କରି ଥିଲେ। ପୂଜା ଅଲ୍‌ ଇଣ୍ଡିଆ ସ୍ତରରେ ୮୨୧ରାଙ୍କ୍ ହାସଲ କରିଥିଲେ। 

ତାଙ୍କର ପ୍ରାର୍ଥୀତ୍ୱ ପ୍ରମାଣର ସ୍ପଷ୍ଟ ପାଇଁ ୧୧ ଜୁଲାଇରେ ଏକ ଏକକ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇ ଥିଲା ଏବଂ ୨୪ ଜୁଲାଇର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଥିଲା। କମିଟିର ରିପୋର୍ଟକୁ ଧ୍ୟାନରେ ରଖି ସରକାର ଆଇଏଏସ୍ (ପ୍ରୋବେସନ ) ନିୟମ  ୧୨ର ପ୍ରାବଧାନ ଅନୁସାରେ ଏକ ଯାଞ୍ଚ କରି ଥିଲେ। 

ଏମିତି ଜଣାପଡ଼ିଛି କି , ପୂଜା ଖେଡକର ୨୦୧୨ ରୁ ୨୦୨୩ ମଧ୍ୟରେ ସିଭିଲ ସର୍ଭିସେସ୍‌ ପରୀକ୍ଷା (ସିଏସଇ) ପାଇଁ ଆବେଦନ କରିଥିଲେ ଏବଂ ପରୀକ୍ଷାରେ ସାମିଲ ହୋଇ ଥିଲେ। ସିଏସଇ-୨୦୧୨ ଓ ସିଏସଇ-୨୦୨୩ ମଧ୍ୟରେ ପୂଜା ଖେଡକର ଆବେଦନ ପତ୍ରରେ ଯେଉଁ ସୂଚନା ଦେଇଛନ୍ତି , ସେହି ଅନୁସାରେ, ଏହା ଜଣାପଡ଼ିଛି ଯେ , ପୂଜା ଓବିସି ଓ ଦିବ୍ୟାଙ୍ଗତା କୋଟା ଅନୁସାରେ ମିଳୁଥିବା ସର୍ବାଧିକ ୯ଟି ପ୍ରୟାସ ତୁଳନାରେ ଅଧିକ ପ୍ରୟାସ କରିଥିଲେ। ନିଜର ଦାବି କରାଯାଇ ଥିବା ଶ୍ରେଣୀ (ଓବିସି ଓ ପିଡବ୍ଲ୍ୟୁବିଡି)ରେ ସର୍ବାଧିକ ଅନୁମେୟ ୯ଟି ପ୍ରୟାସ ତୁଳନାରେ ସିଭିଲ ସେବା ପରୀକ୍ଷାରେ ଅଧିକ ପ୍ରୟାସ କରିଥିଲେ, ସୂଚନା ଯେ , ସେ ୨୦୧୨ ଓ ୨୦୨୦ ମଧ୍ୟରେ ଅର୍ଥାତ୍ ସିଏସଇ-୨୦୨୨ ପୂର୍ବରୁ ବିଁ ସିଭିଲ ସେବା ପରୀକ୍ଷା ଗୁଡ଼ିକରେ ସବୁ ପ୍ରୟାସ ପୂରା କରି ସାରି ଥିଲେ। 

ଉଲ୍ଲେଖନୀୟ ଯେ , ୟୁପିଏସସି ପୂଜା ଖେଜକରଙ୍କ ବିରୋଧରେ ଠକେଇ ଓ ଜାଲିଆତି କରିବା ପାଇଁ ଏକ ଅପରାଧିକ ମାମଲା ମଧ୍ୟ ଆରମ୍ଭ କରିଥିଲା। ଏହାପରେ ପୂଜା ଖେଡକର ୟୁପିଏସସି ଦ୍ୱାରା ତାଙ୍କର ପ୍ରାର୍ଥୀତ୍ୱକୁ ରଦ୍ଦ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଚ ଦେଇ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ସମ୍ମୁଖରେ ନିଜର ଜବାବରେ ପୂଜା ଖେଡକର ଦାବି କରିଥିଲେ , ସେ ୟୁପିଏସସିକୁ ନିଜ ନାଁରେ ଜାଲିଆତି କି ଭୁଲ ତଥ୍ୟ ଦେଇ ନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.