ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜି୨୦ ଭିତରେ ହୋଟେଲ୍‌ ତାଜ୍‌ ପ୍ୟାଲେସ୍‌ରୁ ମିଳିଲା ରହସ୍ୟମୟ ଚାଇନା ବ୍ୟାଗ୍‌; ୧୨ ଘଣ୍ଟା ଚାଲିଲା ତନାଘନା

Image courtesy: ABP live

ନୂଆଦିଲ୍ଲୀ,୧୩/୦୯: ଜି -୨୦ ଶିଖର ସମ୍ମିଳନୀରେ ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଚୀନ୍ ପ୍ରତିନିଧୀଙ୍କ ପାଖରେ ଏକ ରହସ୍ୟମୟ ବ୍ୟାଗ ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପୋଲିସ ସୂତ୍ର ଅନୁଯାୟୀ, ଚୀନ୍ ପ୍ରତିନିଧୀ ଏକ ବ୍ୟାଗ୍ ଆଣିଥିଲେ ଏବଂ ଯେତେବେଳେ ବ୍ୟାଗ୍ ଯାଞ୍ଚ କରିବାକୁ ପୋଲିସ କହିଲା, ପ୍ରତିନିଧୀ ଦଳ ତାହା କରିବାକୁ ମନା କରିଦେଇଥିଲେ। ଦୀର୍ଘ ସମୟ ଧରି ପୋଲିସ ଚୀନ୍ ପ୍ରତିନିଧୀଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଥିଲା କିନ୍ତୁ ସେମାନେ ରାଜି ହୋଇନଥିଲେ ଏବଂ ପରେ ବ୍ୟାଗକୁ ଚୀନ୍ ଦୂତାବାସକୁ ପଠାଯାଇଥିଲା। ପୋଲିସର ସୂଚନାନୁସାରେ, ଏହା ପରେ ଆସିଥିବା ପ୍ରତ୍ୟେକ ଚୀନ୍ ପ୍ରତିନିଧୀଙ୍କର ବ୍ୟାଗ ଯାଞ୍ଚ କରାଯାଇଥିଲା କିନ୍ତୁ ସେହି ବ୍ୟାଗରେ କଣ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ପୁର୍ଣ୍ଣ ମାମଲା କ'ଣ? 

ଉଲ୍ଲେଖଯୋଗ୍ୟ ଯେ, ଏହି ସନ୍ଦିଗ୍ଧ ବ୍ୟାଗ୍‌କୁ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି, କିନ୍ତୁ ହୋଟେଲ ତାଜ୍‌ ପ୍ୟାଲେସ୍‌ରେ ଯେଉଁ ଚୀନ୍‌ ପ୍ରତିନିଧି ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏକ ରହସ୍ୟମୟ ବ୍ୟାଗ୍‌ ମିଳିଥିଲା। ପରେ ପ୍ରୋଟକଲ୍‌କୁ ନଜରରେ ରଖି ଏହି ବ୍ୟାଗ୍‌କୁ ଭିତରକୁ ଯିବାକୁ ଦିଆଯାଇଥିଲା। ଏହା ପରେ ହୋଟେଲ୍‌ କର୍ମଚାରୀ ବ୍ୟାଗ୍‌କୁ ନେଇ ସନ୍ଦେହ ଆସିବାରୁ ଏକଥା ସେ ଉଚ୍ଚ ଅଧିକାରୀଙ୍କୁ କହିଥିଲେ। ପରେ ବ୍ୟାାଗ୍‌କୁ ସ୍କାନ୍‌ କରିବାକୁ କହିବାରୁ ଚୀନ୍‌ ପ୍ରତିନିଧି ଏହାକୁ ବାରଣ କରିଥିଲେ। 

ଏହା ପରେ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା ଏବଂ ଏହି ଡ୍ରାମା ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା। ରହସ୍ୟମୟ ବ୍ୟାଗକୁ ଚୀନ୍ ଦୂତାବାସକୁ ପଠାଯିବା ପରେ ମାମଲା ଶାନ୍ତ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ଦିନ ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି। ଏହା ପରେ ଏହି ଖବର ଗଣମାଧ୍ୟମକୁ ଆସିଛି। ସେହିଭଳି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କନଭେନର ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ସେହି କନଭେନରେ ଥିବା ଏକ ଗାଡିର ଡ୍ରାଇଭର ତାଙ୍କ ବ୍ୟକ୍ତିଗତ ଯାତ୍ରୀଙ୍କୁ ନେବା ପାଇଁ ଅନ୍ୟ ଏକ ହୋଟେଲରେ ପହଞ୍ଚିଥିଲେ। ପରେ ସୁରକ୍ଷା ବାହିନୀ ତାଙ୍କୁ ଧରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.