ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ICC World Cup ପ୍ଲେଇଂ-୧୧ରେ ୬ ଭାରତୀୟ, ବାଦ୍ ପଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ

ନୂଆଦିଲ୍ଲୀ, ୨୦/୧୧: ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍ (ICC) ବିଶ୍ୱକପ୍-୨୦୨୩ର ପ୍ଲେଇଂ-୧୧ ଘୋଷଣା କରିଛି । ପ୍ରାୟ ଦେଢ଼ ମାସ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଆଇସିସି ଘୋଷଣା କରିଛି ପ୍ଲେଇଂ-୧୧ । ଯେଉଁଥିରେ ୬ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏଥିରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ପ୍ୟାଟ କମିନ୍ସଙ୍କୁ ସ୍ଥାନ ମିଳି ନାହିଁ । ଆଇସିସିର ପ୍ଲେଇଂ-୧୧ରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି । ରୋହିତଙ୍କ ସହ ୫ ଭାରତୀୟ ଖେଳାଳି ବିରାଟ କୋହଲି, କେଏଲ୍ ରାହୁଲ୍, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା ଓ ମୋହମ୍ମଦ ଶାମିଙ୍କୁ ସ୍ଥାନ ମିଳିଛି । ତାଲିକାରେ ୧୨ତମ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଗେଲାର୍ଡ କୋଏତ୍ଜିଙ୍କୁ ସ୍ଥାନ ମିଳିଛି ।




ଆଇସିସିର ପ୍ଲେଇଂ-୧୧ରେ ଭାରତୀୟଙ୍କ ସହ ଦକ୍ଷିଣ ଆଫ୍ରିକାର ୱିକେଟ୍ ରକ୍ଷକ ଓପନର୍ କ୍ୱିଣ୍ଟନ୍ ଡିକକଙ୍କୁ ସ୍ଥାନ ମିଳିଛି । ବିଶ୍ୱକପ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳର ୨ ଖେଳାଳିଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିଛି । ସ୍ପିନର୍ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ସ୍ପିନର ଏଡମ୍ ଜାମ୍ପାଙ୍କୁ ସ୍ଥାନ ମିଳିଛି ।

ଏଥିସହ ନ୍ୟୁଜିଲାଣ୍ଡର ଡେରେଲ୍ ମିଚେଲ ଓ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଦିଲଶାନ ମଦୁଶଙ୍କାଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ପାକିସ୍ତାନ, ଆଫଗାନିସ୍ତାନ, ଇଂଲଣ୍ଡ, ନେଦରଲ୍ୟାଣ୍ଡ୍ସ ଓ ବାଂଲାଦେଶ ଟିମର ଜଣେ ବି ଖେଳାଳିଙ୍କୁ ପ୍ଲେଇଂ-୧୧ରେ ଜାଗା ମିଳିନି । ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଆଇସିସି ପ୍ଲେଇଂ-୧୧ରେ ସ୍ଥାନିତ କରିଛି । ଏଥିପାଇଁ ହିଁ ସବୁଠୁ ଅଧିକ ୱିକେଟ୍ ନେଇଥିବା ଟପ୍-୫ ଖେଳାଳିଙ୍କୁ ସ୍ଥାନ ମିଳିଛି । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସ୍ଥାନ ପାଇଛନ୍ତି ରବୀନ୍ଦ୍ର ଜାଡ଼େଜା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.