ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌: ହର୍ମନପ୍ରୀତଙ୍କ ଡବଲ୍‌ ଗୋଲ୍‌, ସ୍ପେନ୍‌କୁ ହରାଇଲା ଭାରତ

ଭୁବନେଶ୍ୱର,୧୧/୦୨: ଚଳିତ  ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତୀୟ ପୁରୁଷ  ଦଳ ଚିତ୍ତାକର୍ଷକ ବିଜୟ ସହ ଅଭିଯାନ ଆରମ୍ଭ  କରିଛି । କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଭାରତ ୪-୧ ଗୋଲ୍‌ରେ  ସ୍ପେନ୍‌କୁ ହରାଇଥିଲା । 

ମ୍ୟାଚ୍‌ ଆରମ୍ଭରୁ ଭାରତ ପ୍ରଭାବ ବିସ୍ତାର କରି ଖେଳିଥିଲା । ସପ୍ତମ ମିନିଟ୍‌ରେ ହର୍ମନପ୍ରୀତ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବା ଫଳରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଥିଲା ।  

ଦ୍ୱିତୀୟ କ୍ୱାର୍ଟର ରୋମାଞ୍ଚକର ରହିଥିଲା ।  ଭାରତ ଘନ ଘନ ଆକ୍ରମଣ କରିଥିଲା । ୨୦ତମ  ମିନିଟ୍‌ରେ ଭାରତ ପେନାଲ୍ଟି ହାତେଇଥିଲା । ହର୍ମନପ୍ରୀତ ଶକ୍ତିଶାଳୀ ଷ୍ଟ୍ରୋକ୍‌  ବଳରେ ପେନାଲ୍ଟିକୁ ଗୋଲ୍‌ରେ  ରୂପାନ୍ତରିତ କରିଥିଲେ ।  ଏହାପରେ ୨୪ତମ ମିନିଟ୍‌ରେ  ଭାରତ ଆଉ ଏକ ପେନାଲ୍ଟି  କର୍ଣ୍ଣର ହାସଲ କରିଥିଲା ଓ  ଗୁରଜନ୍ତ ସିଂହ ଏହାକୁ ଗୋଲ୍‌ରେ  ପରିଣତ କରିଥିଲେ । ଭାରତ ଦ୍ୱିତୀୟ କ୍ୱାର୍ଟର  ଶେଷ ସୁଦ୍ଧା ୩-୦ ଗୋଲ୍‌ରେ ଆଗୁଆ ରହିଥିଲା ।  

ତୃତୀୟ କ୍ୱାର୍ଟରରେ ସ୍ପେନ୍‌ ଆକ୍ରମଣ  କରିଥିଲା ଓ କଠିନ ପରିଶ୍ରମର ମୂଲ୍ୟ ମିଳିଥିଲା ।  ୩୪ତମ ମିନିଟ୍‌ରେ ଦଳକୁ ମିଳିଥିବା ଏକ  ପେନାଲ୍ଟି କର୍ଣ୍ଣରକୁ ମାର୍କ ମିରାଲେସ୍‌ ଗୋଲ୍‌ରେ  ପରିଣତ କରିବାରେ ସଫଳ ହୋଇଥିଲେ ।  

ଚତୁର୍ଥ କ୍ୱରାର୍ଟରରେ ସ୍ପେନ୍‌  ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ  ହେଁ ଭାରତ ବାଜି ମାରି ଦେଇଥିଲା ।  ସ୍ପେନକୁ ୨ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା  ମାତ୍ର ଦଳ ବିଫଳ ହୋଇଥିଲା । ଅନ୍ୟ  ପଟରେ ଭାରତ ପକ୍ଷରୁ ଲଳିତ  ଉପାଧ୍ୟାୟ ୫୦ତମ ମିନିଟ୍‌ରେ ଏକ  ଦର୍ଶନୀୟ ଫିଲ୍ଡ ଗୋଲ୍‌ କରିବା ଫଳରେ ଭାରତ  ୪-୧ ଗୋଲ୍‌ରେ ବିଜୟ ହାସଲ କରିଥିଲା । 

ନେଦରଲାଣ୍ଡ୍‌ସ  ୫-୧ ଆୟର୍ଲାଣ୍ଡ 

ଅନ୍ୟ ଏକ ମ୍ୟାଚ୍‌ରେ  ନେଦରଲାଣ୍ଡ୍‌ସ ୫-୧ ଗୋଲ୍‌ରେ ଆୟର୍ଲାଣ୍ଡକୁ  ହରାଇଥିଲା । ଶକ୍ତିଶାଳୀ ନେଦରଲାଣ୍ଡ୍‌ସ  ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ  କରିଥିଲା । ୧୨ତମ ମିନିଟ୍‌ରେ ଜେପ  ହୋଏଡମେକର୍ସ ଏକ ପେନକ୍ଟି କର୍ଣ୍ଣରକୁ  ଗୋଲ୍‌ରେ ପରିଣତ କରିଥିଲେ । ସେହିପରି  ୨୧ତମ ମିନିଟ୍‌ରେ ଜରିଟ୍‌ କ୍ରୁନ୍‌ଙ୍କ ଫିଲ୍ଡ  ଗୋଲ୍‌ ବଳରେ ନେଦରଲାଣ୍ଡ୍‌ସ ୨-୦  ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲା ।  

ତୃତୀୟ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ରହିଥିଲା ।  ୩୫ତମ ମିନିଟ୍‌ରେ ଜିପ ଜାନସେନ ପେନାଲ୍ଟି  ଷ୍ଟ୍ରୋକ୍‌କୁ ଗୋଲ୍‌ରେ ପରିଣତ କରି ଦଳକୁ  ୩-୦ ରେ ଆଗେଇ ନେଇଥିଲେ । ମାତ୍ର  ଆୟର୍ଲାଣ୍ଡ ପକ୍ଷରୁ ୩୬ତମ ମିନିଟ୍‌ରେ  ଲି କୋଲ୍‌ ପେନାଲ୍ଟି ଷ୍ଟ୍ରୋକ ବଳରେ  ଏକ ଗୋଲ୍‌ ପରିଶୋଧ କରିଥିଲେ ।  

ଚତୁର୍ଥ କ୍ୱାର୍ଟରରେ ନେଦରଲାଣ୍ଡ୍‌ସ ଆଉ  ୨ଟି ଗୋଲ୍‌ କରିଥିଲା । ଆୟର୍ଲାଣ୍ଡ ମ୍ୟାଚ୍‌କୁ  ଫେରି ପାରିନଥିଲା । ୫୨ତମ ମିନିଟ୍‌ରେ  ଜିପ ଜାନସେନ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌  ପୋଷ୍ଟରେ ପହଞ୍ଚାଇଥିଲେ । ସେହିପରି  ୫୪ତମ ମିନିଟ୍‌ରେ ଷ୍ଟେଜିନ ଭାନ ହେଜିଙ୍ଗେନ  ଫିଲ୍ଡ ଗୋଲ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.