ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ଆଜି ପୁରୁଷ ହକିରେ ନ୍ୟୁଜିଲାଣ୍ଡ- ଭାରତ ଟକ୍କର

ପ୍ୟାରିସ,୨୭/୦୭: ଟୋକିଓ  ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ  ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ନ୍ୟୁଜିଲାଣ୍ଡ /ବିପକ୍ଷରେ ପ୍ୟାରିସରେ ଅଭିଯାନ ଆରମ୍ଭ କରିବ । ହର୍ମନପ୍ରୀତ ସିଂଙ୍କ ନେତୃତ୍ୱରେ ଦଳ ଏଥର  କେବଳ ପଦକ ବଜାୟ ନୁହେଁ ବରଂ ପଦକର  ରଙ୍ଗ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ।  

ଅଲିମ୍ପିକ୍ସ ପରେ ଭେଟେରାନ ଗୋଲକିପର ପିଆର ଶ୍ରୀଜେଶ ଅବସର  ନେବେ। ତାଙ୍କ ପାଇଁ ଦଳ ପଦକ ଜିତିବାକୁ  ଚାହେଁ ବୋଲି ଅଧିନାୟକ ହର୍ମନପ୍ରୀତ  ପୂର୍ବରୁ କହିଛନ୍ତି । ପରବର୍ତ୍ତୀ ମ୍ୟାଚ୍‌ରେ  ଦଳ ଆସନ୍ତା ୨୯ରେ ଆର୍ଜେଣ୍ଟିନା, ୩୦ରେ  ଆୟର୍ଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ  ଏବଂ ୨ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ।  ୨ଟି ଗ୍ରୁପ୍‌ର ଶ୍ରେଷ୍ଠ ୪ଟି ଲେଖାଏଁ ଦଳ  କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ ।

ହକି (ପୁରୁଷ) : ଜର୍ମନପ୍ରୀତ ସିଂ, ଅଭିଷେକ, ମନପ୍ରୀତ  ସିଂ, ହାର୍ଦ୍ଦିକ ସିଂ, ଗୁରଜନ୍ତ, ସଞ୍ଜୟ,  ମନଦୀପ ସିଂ, ହର୍ମନପ୍ରୀତ ସିଂ (ଅଧିନାୟକ), ଲଳିତ ଉପାଧ୍ୟାୟ,  ପି.ଆର ଶ୍ରୀଜେଶ, ସୁମିତ, ଶାମସେର ସିଂ,  ରାଜକୁମାର ପାଲ, ଅମିତ ରୋହିଦାସ,  ବିକେଶ ପ୍ରସାଦ ଓ ସୁଖଜିତ ସିଂ ।

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.