ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଏଲଓସି ନିକଟ ବାରମୂଳାରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର, ୧୬/୦୯: ଜମ୍ମୁକାଶ୍ମୀରର ବାରମୂଳା ଏଲଓସି ନିକଟ ଉରି, ହଥଲଙ୍ଗାରେ ଶନିବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ସୁରକ୍ଷାକର୍ମୀ ୨ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଆଉ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସକାଳେ ଅଞ୍ଚଳରେ ଆତଙ୍କବାଦୀ ଥିବା ଜଣା ପଡ଼ିବା ପରେ ପୋଲିସ ଓ ସେନା ଯବାନ ମିଳିତ ଅଭିଯାନ ଆରମ୍ଭ କରିଥିଲେ । ପ୍ରଥମେ ଆତଙ୍କବାଦୀ ଗୁଳିମାଡ଼ ଆରମ୍ଭ କରିବା ପରେ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ଟଳି ପଡ଼ିଛନ୍ତି । 

ଅନନ୍ତନାଗ ଏନ୍‌କାଉଣ୍ଟର: ଘଞ୍ଚ ଜଙ୍ଗଲରେ ରକ୍ତାକ୍ତ ଅବସ୍ଥାରେ ୧୦ ଘଣ୍ଟା ଲଢ଼ିଥିଲେ ମେଜର ଆଶିଷ

ବିଗତ ୬ ଦିନ ମଧ୍ୟରେ ଜମ୍ମୁକାଶ୍ମୀରରେ ଏହା ତୃତୀୟ ଗୁଳିବିନିମୟ । ସେପ୍ଟେମ୍ବର ୧୧ରେ ରାଜୌରିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ । ଅନନ୍ତନାଗର କାକେରନାଗ ଜଙ୍ଗଲରେ ସେପ୍ଟେମ୍ବର ୧୩ରୁ ୪ ଦିନ ହେଲା ଏନକାଉଣ୍ଟର ଜାରି ରହିଛି । ଗୁଳିବିନିମୟରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ଅପରେସନ୍ ଜାରି ରହିଛି ।

ଏଠାରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିବିନିମୟ ଆରମ୍ଭ ହୋଇଥିବା ବେଳେ ଏବେବି ଜାରି ରହିଛି । ଅନନ୍ତନାଗର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଛନ୍ତି । ଆତଙ୍କବାଦୀଙ୍କୁ ଖୋଜିବାକୁ ପ୍ରାୟ ୨ ହଜାର ଯବାନ ମୁତୟନ ହୋଇଛନ୍ତି । ଆତଙ୍କବାଦୀଙ୍କୁ ଧରିବାକୁ ଡ୍ରୋନ୍ ସର୍ଭେଲାନ୍ସ କରାଯାଉଥିବା ବେଳେ ରକେଟ୍ ଲଞ୍ଚରରୁ ଆକ୍ରମଣ କରାଯାଉଛି । 

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍, ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

  • PrameyaOdia
  • Jammu Kashmir
  • Encounter
  • Copyright © 2022 - Summa Real Media Private Limited. All Rights Reserved.