ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଏଲନ ମସ୍କଙ୍କୁ ହତ୍ୟା ଭୟ, ଏଭଳି ଆଶଙ୍କା କରୁଛନ୍ତି ଦୁନିଆର ସବୁଠାରୁ ଧନୀବ୍ୟକ୍ତିଙ୍କ ବାପା

ଓ୍ବାଶିଂଟନ୍‌, ୦୬/୦୯: ବିଶ୍ବର ଏକନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଟେସଲା ସିଇଓ ଏଲନ ମସ୍କଙ୍କୁ ମାରିଦେବାକୁ ଯୋଜନା ହେଉଥାଇପାରେ ବୋଲି ତାଙ୍କ ବାପା ଏରୋଲ ମସ୍କ ଆଶଙ୍କା କରିଛନ୍ତି । ଆମେରିକା ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବାରୁ ଏଲନ ମସ୍କଙ୍କ ଜୀବନ ପ୍ରତି ବପଦ ରହିଛି । ଏହା ବ୍ୟତୀତ ପୁଟିନଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ଏରୋଲ ମସ୍କ ଚିନ୍ତିତ ଅଛନ୍ତି ।

କ୍ୟାପିଟଲ୍‌ ହିଲ୍‌ ହିଂସା: ଟ୍ରମ୍ପଙ୍କ ସମର୍ଥକଙ୍କୁ ୨୨ ବର୍ଷ ଜେଲ୍‌, ୧୧ ଶହ ଉପଦ୍ରବୀଙ୍କ ବିରୋଧରେ ମାମଲା

ସେପଟେ ଏଲନ ମସ୍କ ଲାଗତର ଦେଶର ନ୍ୟାୟିକ ବ୍ୟବସ୍ଥା ଏବଂ ଗଣମାଧ୍ୟମକୁ ଟାର୍ଗେଟ କରୁଛନ୍ତି । ଏହା ପୂର୍ବରୁ ଗତ ଜୁଲାଇରେ ରାଷ୍ଟ୍ରପତି ବାଇଡେନ୍‌ କହିଥିଲେ ଯେ, ମସ୍କଙ୍କ ବିରୋଧରେ ତଦନ୍ତ କରିବା ଲାଗି ଅନେକ ଦିଗ ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ନିକଟ ଅତୀତରେ ନିଜର ରହସ୍ୟମୟ ହତ୍ୟା ହେବ ବୋଲି କହିଥିଲେ ଏଲନ ମସ୍କ।  ଏଭଳି କହି ସେ ରୁଷକୁ ଟାର୍ଗେଟ କରିଥିଲେ । 

ଦ ୟୁଏସ୍‌ ସନ୍‌ର ରିପୋର୍ଟ ଅନୁସାରେ ଉଭୟ ଏରୋଲ ଏବଂ ଏଲନ୍‌ ଚିନ୍ତିତ ଅଛନ୍ତି । ଏଲନ ମସ୍କଙ୍କ ସହିତ ଆଗାମୀ ଦିନରେ କଣ ଘଟିପାରେ ବୋଲି ସେମାନେ ଚିନ୍ତା କରୁଛନ୍ତି । କେବଳ ଏଲନ ମସ୍କ ନୁହଁନ୍ତି ତାଙ୍କ କମ୍ପାନୀକୁ ବି ଟାର୍ଗେଟ କରାଯାଉଛି । 

କିଛି ଦିନ ତଳେ ମସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ ବିରୋଧରେ ମାମଲା ରୁଜୁ ହୋଇଛି । ସେହିଭଳି ଟେସଲା ମଧ୍ୟ ମମାଲାର ସାମ୍ନା କରିଛି । ତେବେ ଏଲନ୍‌ ମସ୍କ ବାକ୍‌ ସ୍ବାଧୀନତା ସମ୍ବନ୍ଧୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଏହା ସହ ଟ୍ବିଟରକୁ କିଣିବା ଏବଂ ଏଥିରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବା ଲାଗି ସମଗ୍ର ବିଶ୍ବରେ ଏଲନ ମସ୍କଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଲାଗିରହିଛି ।

You can also read: ଅଲିବାବା ପରେ ଧୂମ୍ ମଚାଉଛି ଚାଇନିଜ୍ ସପିଂ ଆପ୍ ‘ଟେମୁ’, ଏକାଧିକ ଦେଶରେ ପଛରେ ପଡ଼ିଲା ଆମାଜନ୍  

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.