ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

୨୦୨୪ ଲୋକସଭା ନିର୍ବାଚନରେ ଭୋଟ୍‌ ଦେବାକୁ ପ୍ରାୟ ୯୭ କୋଟି ଭୋଟର ଯୋଗ୍ୟ: ଇଲେକ୍ସନ୍‌ କମିଶନ୍‌

Published By : Tapas Panda | February 9, 2024 6:51 PM

ନୂଆଦିଲ୍ଲୀ: ଚଳିତ ବର୍ଷ ଲୋକସଭା ନିର୍ବାଚନରେ ମତଦାନ କରିବାକୁ ୯୭ କୋଟି ଯୋଗ୍ୟ ଭୋଟର ରହିଥିବା ନେଇ ଆଜି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଏହା ସହ ୨ କୋଟିରୁ ଅଧିକ ୧୮-୨୯ ବର୍ଷୀୟ ଭୋଟରଙ୍କୁ ଚଳିତ ବର୍ଷ ମତଦାତା ତାଲିକାରେ ସାମିଲ କରାଯାଇଛି । ଗତ ଲୋକସଭା ନିର୍ବାଚନ ୨୦୧୯ ଅପେକ୍ଷା ଏଥର ପଞ୍ଜିକୃତ ମତଦାତାଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି ।

ବିଶ୍ବରେ ସବୁଠାରୁ ଅଧିକ ମତଦାତା ଭାରତରେ ଅଛନ୍ତି ବୋଲି ନିର୍ବାଚନ କମିଶନ କହିଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନ ଲାଗି ୯୬.୮୮ କୋଟି ଲୋକ ମତଦାନ କରିବାକୁ ପଞ୍ଜିକରଣ କରିଛନ୍ତି । ସେହିଭଳି ପୋଲ ପ୍ୟାନେଲଙ୍କ କହିବା ଅନୁସାରେ, ୨୦୨୩ରେ ଲିଙ୍ଗ ଅନୁପାତ ୯୪୦ରୁ ବଢ଼ି ୨୦୨୪ରେ ୯୪୮ରେ ପହଞ୍ଚି ଯାଇଛି । ସେପଟେ ଇଲେକ୍ସନ କମିଶନଙ୍କ ପକ୍ଷରୁ ୧ କୋଟି ୬୫ ଲକ୍ଷ ୭୬ ହଜାର ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଇଛି । 

 ଏହା ମଧ୍ୟରେ ୬୭ ଲକ୍ଷ ୮୨ ହଜାର ୬୪୨ ମୃତକ ଥିବା ବେଳେ ୭୫ ଲକ୍ଷ ୧୧ ହଜାର ୧୨୮ ଅନୁପସ୍ଥିତ ଭୋଟର୍ସ ଏବଂ ୨୨,୫,୬୮୫ ନକଲି ମତଦାତା ସାମିଲ ଅଛନ୍ତି । ସେହିଭଳି ୨ କୋଟି ୬୩ ଲକ୍ଷ ନୂଆ ଭୋଟରଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ପ୍ରାୟ ୧ କୋଟି ୪୧ ଲକ୍ଷ ମହିଳା ଭୋଟର ରହିଛନ୍ତି । ଭୋଟର ଡାଟା ବେସ୍‌ରେ ୮୮ ଲକ୍ଷ ୩୫ ହଜାର ଦିବ୍ୟାଙ୍ଗ ମତଦାତାଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ୧୭ ବର୍ଷରୁ ଅଧିକ ୧୦ ଲକ୍ଷ ୫୪ ହଜାର ଯୁବକ-ଯୁବତୀ ମତଦାତା ତାଲିକାରେ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । ଏମାନେ ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିବେ ।

  • Lok Sabha Election
  • General Election 2024
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.