ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବଢିଲା ସୌରିନ୍ ଭଟ୍ଟଙ୍କ ଅଡୁଆ, ଲୁକ୍‌ ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ

କଟକ, ୧୧/୦୯ : ବଢିଲା ସୌରିନ୍ ଭଟ୍ଟଙ୍କ ଅଡୁଆ । ଲୁକ୍‌ ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଏହି ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ । ଏମିତିକି କୋଲକାତା ଯାଇଥିଲା ପୋଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । ଏହାସହ ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ କରିଥିଲା କମିଶନରେଟ ପୋଲିସ ।

ସୂଚନା ଥାଉକି, ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଗିରଫ ପାଇଁ ପୋଲିସ ଆରମ୍ଭ କଲା ପ୍ରକ୍ରିୟା । ସୌରୀନଙ୍କ ମୋବାଇଲ ସୁଇଚ ଅଫ୍ ଥିବା ବେଳେ ତାଙ୍କ ପରିବାର ଲୋକଙ୍କ କଲ ଡିଟେଲ ଯାଞ୍ଚ ଆରମ୍ଭ କରିଛି ପୋଲିସର ଟେକ୍ନିକାଲ ଟିମ୍ । ସୌରୀନଙ୍କୁ ଠାବ କରିବା ଏକ ପୋଲିସ ଟିମ ଖୁବ ଶୀଘ୍ର ରାଜ୍ୟ ବାହାରକୁ ଯିବ ବୋଲି କହିଛନ୍ତି ଡିସିପି ।

ଯୁବତୀ ଙ୍କୁ ଯୌନ ଶୋଷଣ ମାମଲାରେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ହଟାଇବା ସହ ଆଗୁଆ ଜାମିନ ଆବେଦନ କୁ ମଧ୍ୟ ଖାରଜ କରିଛନ୍ତି । ତେବେ ଜଣେ ବରିଷ୍ଠ ଅଧିକାରୀ ଓ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନ ରେ ସୌରୀନଙ୍କୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡିଛି । ପୂର୍ବରୁ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲାରେ ଆଗୁଆ ଜାମିନ ଆଵେଦନ ଖାରଜ କରିଥିଲେ ହାଇକୋର୍ଟ । ଏଥିସହ ସୌରୀନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଥିଲେ । ମାମଲାର ତଦନ୍ତରେ ଉପସ୍ଥିତି ରହି ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.