ପ୍ରମୁଖ ଖବର
  • ୧୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳ ଲାଗି ୧୯୫ ପ୍ରାର୍ଥୀ ଘୋଷଣା କଲା ବିଜେପି
  • ||
  • କଟକ : ତାରକସୀ କାମକୁ ମିଳିଲା ଜିଆଇ ଟ୍ୟାଗ
  • ||
  • ଭଦ୍ରକ : ଧୁଷୁରୀ ଥାନା କୋଠାର ଗ୍ରାମରେ ଭାଇ-ଭଉଣୀଙ୍କ ଆତ୍ମହତ୍ୟା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ
  • ||
  • ସାମୟିକ କଳା, କ୍ରୀଡ଼ା ଶିକ୍ଷକ ଦରମା ବୃଦ୍ଧି, ପାରିଶ୍ରମିକ ୧୦ ହଜାର ଟଙ୍କା ବଢ଼ିଲା
  • ||
  • ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀ (PHIEV) ମାନଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି
  • ||
  • ପୁରୀରେ ପ୍ରଥମ ଥର ପାଇଁ ଜ୍ୟାକ ସାହାଯ୍ୟରେ ଉଠିଲା ଘର : ଦେଢ଼ ଫୁଟ ଉଠାଯାଇଛି , ୫ଫୁଟ ଉଠିବ
  • ||
  • ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଭଦ୍ରକ ଥାନା ASI, ମାମଲାରେ ଦଫା କୋହଳ କରିବାକୁ ନେଉଥିଲେ ଲାଞ୍ଚ
  • ||
  • ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା
  • ||
  • ଶନିବାର ସନ୍ଥକବିଙ୍କ ମାଟିରେ ପାଦ ଦେବେ ମହାମହିମ, ରେଢ଼ାଖୋଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
  • ||
  • ଭୁବନେଶ୍ୱରରେ ସିଲ୍‌ ହେଲା ୭ ବାର, ପୈଠ କରି ନଥିଲେ ଭଡ଼ା ଚୁକ୍ତିନାମା
  • ||
  • ମାର୍ଚ୍ଚ ୧୦ ଯାଏ ବଢ଼ିଲା ଇଗ୍ନୋ ନାମଲେଖା ଅବଧି, ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ
  • ||
  • ଶନିବାର ସତ୍‌ସଙ୍ଗ ବିହାର ଫୁଟ୍‌ ଓଭର ବ୍ରିଜ୍‌ ଲୋକାର୍ପଣ, ଉଦ୍‌ଘାଟନ୍ କରିବେ ସାଂସଦ ଅପରାଜିତ ଷଡ଼ଙ୍ଗୀ
  • ||
  • ୧୦୦ ଆସନରେ ବିଜେପି ପ୍ରାର୍ଥୀ ଚୂଡାନ୍ତ ! କଟିପାରେ ୭୦ ସାଂସଦଙ୍କ ଟିକେଟ, ନୂଆ ମୁହଁ ଓ ମହିଳାଙ୍କୁ ମିଳିପାରେ ସୁଯୋଗ
  • ||
  • ନିଳାଦ୍ରୀ ବିହାର ଏଟିଏମ୍‌ ଛକରେ ବୋମାମାଡ, ବିଳମ୍ବିତ ରାତି କାର୍‌କୁ ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
  • ||
  • ଏ ବର୍ଷ ଗ୍ରୀଷ୍ମ ଲହରୀ ଲମ୍ବିବ: ମାର୍ଚ୍ଚରୁ କଲବଲ କରିବ ଖରା, ଆକାଶରୁ ନିଆଁ ବର୍ଷିବ
  • ||

ସଂସଦରେ ମୋଦିଙ୍କ ଗ୍ୟାରେଣ୍ଟି: ଏଥର ୪୦୦ଡେଇଁବ ଏନ୍‌ଡିଏ, ବିଜେପି ଏକା ୩୭୦ ଆସନ ଜିତିବ

ନୂଆଦିଲ୍ଲୀ,୦୬/୦୨: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳିଛି । ବିରୋଧୀଙ୍କୁ ସେ ଜୋରଦାର ଟାର୍ଗେଟ୍‌ କରିଛନ୍ତି । କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ରାହୁଲ ଗାନ୍ଧୀଙ୍କ ‘ରିଲଞ୍ଚିଙ୍ଗ୍‌’ ସହ ଯୋଡ଼ି କଟାକ୍ଷ କରିଛନ୍ତି । ଏନ୍‌ଡିଏ ଏଥର ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଓ ବିଜେପି ଏକାକୀ ୩୭୦ ଆସନ ପାଇବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ ବେଳେ ଲୋକସଭାରେ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଭାଷଣ ରଖିଛନ୍ତି । କଂଗ୍ରେସକୁ କଟାକ୍ଷ କରି ମୋଦି କହିଛନ୍ତି, ଦଳ ବାରମ୍ବାର ଗୋଟିଏ ‘ପ୍ରଡକ୍ଟ’ ଲଞ୍ଚ୍‌ କରି କ୍ଷତିର ସମ୍ମୁଖୀନ ହେଉଛି । ଗୋଟିଏ ପ୍ରଡକ୍ଟ ଯୋଗୁ ଶେଷରେ ଏହାର ଦୋକାନ ବନ୍ଦ ହେବା ସ୍ଥିତିକୁ ଚାଲିଆସିଛି । ବଂଶବାଦ ରାଜନୀତି କେବଳ କଂଗ୍ରେସର କ୍ଷତି କରିନାହିଁ, ବରଂ ସମଗ୍ର ଦେଶ ବି କ୍ଷତି ସହିଛି ।

କଂଗ୍ରେସ ଅନେକ ଦଶନ୍ଧି ଧରି ଶାସନ ଗାଦିରେ ବସିଥିଲା । ଏବେ ଏହା ବିରୋଧୀ ଗାଦିରେ ଅନେକ ଦଶନ୍ଧି ପର୍ଯ୍ୟନ୍ତ ବସିବା ପାଇଁ ସଂକଳ୍ପ ନେଇଛି । ଈଶ୍ୱରରୂପୀ ଜନତାଙ୍କ ଆଶୀର୍ବାଦ ଦ୍ୱାରା ସେମାନେ ଆଗାମୀ ନିର୍ବାଚନରେ ଦର୍ଶକ ସାଜିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ‘ଅବ୍‌କୀ ବାର୍‌ ୪୦୦ ପାର୍‌’ ବୋଲି କେବଳ ଜନତା କହୁନାହାନ୍ତି, ଖଡ୍‌ଗେ ଜୀ (କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ) ମଧ୍ୟ କହୁଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମ ପାଇଁ ଦେଶ ପ୍ରଥମ । ଆମେ ସମସ୍ତେ ମିଶି ଦେଶକୁ ଆଗେଇ ନେବା ଉଚିତ । ମୁଁ ଏଥିପାଇଁ ବିରୋଧୀଙ୍କ ସହଯୋଗ କାମନା କରୁଛି । ବିଶ୍ୱ ମଧ୍ୟରେ ଯେଉଁ ସୁଯୋଗ ସୃଷ୍ଟି ହୋଇଛି, ତାହା ପାଇବା ପାଇଁ ସମସ୍ତଙ୍କ ସାଥ୍‌ ଦରକାର । ବିରୋଧୀ ଯଦି ସହଯୋଗ ନ କରି ଇଟା ଫିଙ୍ଗିବା କାମ କରନ୍ତି, ତେବେ ପ୍ରତ୍ୟେକ ଇଟାକୁ ପଥରରେ ବଦଳାଇ ବିକଶିତ ଭାରତର ମୂଳଦୁଆ ରଖିବି । ବିରୋଧୀ ‘ନାମ୍‌ଦାର’, ଆମେ ‘କାମ୍‌ଦାର’ ।   

ନାମ୍‌ଦାରଙ୍କ କଥା ସବୁବେଳେ କାମ୍‌ଦାରକୁ ଶୁଣିବାକୁ ପଡ଼ିଥାଏ । ସେ କହିଥିଲେ ମେଣ୍ଟ (ଇଣ୍ଡିଆ)ର ଆଲାଏନମେଣ୍ଟ (ସନ୍ତୁଳନ) ଠିକ୍‌ ନାହିଁ।

ବିରୋଧୀଙ୍କୁ ଟାର୍ଗେଟ୍‌ କରି ମୋଦି କହିଛନ୍ତି, ଦେଶରେ ଖୋଲାଖୋଲି ଭାବେ ଅନ୍ୟ ଦେଶ ପାଇଁ ଓକିଲାତି କରାଯାଉଛି । ସଂସଦରେ ପୂର୍ବରୁ କାଶ୍ମୀର ପ୍ରସଙ୍ଗ ଉଠୁଥିଲେ, ଚିନ୍ତା ପ୍ରକାଶ ପାଉଥିଲା । କିନ୍ତୁ ଆଜି ଜମ୍ମୁ-କାଶ୍ମୀରରେ ଅଭୂତପୂର୍ବ ବିକାଶ ନେଇ ଚର୍ଚ୍ଚା ହେଉଛି । ପର୍ଯ୍ୟଟନ ବଢ଼ୁଛି, ଜି-୨୦ ସମ୍ମିଳନୀ ବି ହେଉଛି । ଧାରା ୩୭୦ ହଟିବା ପରେ କାଶ୍ମୀର ବେଶ୍‌ ଖୁସିରେ ଅଛି । ନେହରୁଜୀଙ୍କ ଭୁଲ ପାଇଁ ପୂର୍ବରୁ କାଶ୍ମୀରବାସୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା ।

ଦେଶ ଆଜି ସୁରକ୍ଷା ଓ ଶାନ୍ତି ଅନୁଭବ କରୁଛି । ଆତଙ୍କବାଦ, ନକ୍ସଲବାଦ ସଙ୍କୁଚିତ ହୋଇଛି । ଭାରତର ‘ଜିରୋ ଟଲରାନ୍ସ’ ନୀତି ସମଗ୍ର ବିଶ୍ୱକୁ ଏହି ରାସ୍ତାରେ ଚାଲିବା ପାଇଁ ବାଧ୍ୟ କରିଛି । ଭାରତୀୟ ସେନା ସୀମାରୁ ସମୁଦ୍ର ପର୍ଯ୍ୟନ୍ତ ସଶକ୍ତ ଭାବେ ନିଜ କାମ କରୁଛି । ଯେଉଁ ଦେଶରେ ସମ୍ବିଧାନର ରାଜ୍‌ ଚାଲିଛି, ଯେଉଁଠି ଗଣତନ୍ତ୍ର ଅଛି, ସେଠାରେ ଦୁର୍ନୀତିର ସ୍ଥାନ ନାହିଁ । ତଦନ୍ତ କରିବା ଏଜେନ୍ସିଗୁଡ଼ିକର କାମ । ସେଥିପାଇଁ ସେମାନେ ସ୍ୱାଧୀନ । ନ୍ୟାୟ ଦେବା କାମ ବିଚାରପତିଙ୍କର । ସେମାନେ ନିଜ କାମ କରୁଛନ୍ତି । ଦୁର୍ନୀତି ବିରୋଧରେ ମୋ ଲଢ଼େଇ ଜାରି ରହିବ । ଯେଉଁମାନେ ଦେଶକୁ ଲୁଟିଛନ୍ତି, ସେମାନଙ୍କୁ ଫେରାଇବାକୁ ପଡ଼ିବ ।

ଏବେ ଗରିବଙ୍କୁ ଲୁଟିବା ଦଲାଲଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ସ୍କିମ୍‌ ଲୋକଙ୍କୁ ଲୁଟିବାରୁ ସୁରକ୍ଷା ଦେଇଛି । ଏକଦା କଂଗ୍ରେସର ପ୍ରଧାନମନ୍ତ୍ରୀ କହିଥିଲେ, ୧ ଟଙ୍କା ଆମେ ପଠାଉଛୁ କିନ୍ତୁ ୧୫ ପଇସା ପହଞ୍ଚୁଛି । କିନ୍ତୁ ଆମେ ୩୦ ଲକ୍ଷ କୋଟି ପଠାଇଲୁ, ସବୁ ପହଞ୍ଚିଗଲା । ଅର୍ଥ ଠକେଇ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ଦ୍ୱାରା ଆମେ ୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛୁ । ଏବେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ହଙ୍ଗାମା ହେଉଛି । ବିକ୍ଷୋଭ କରାଯାଉଛି ।

ମୋଦି କହିଛନ୍ତି, ଦୁଇଟି ଯୁଦ୍ଧ ଯୋଗୁ ୧୦୦ ବର୍ଷରେ ଆସିଥିବା ସବୁଠୁ ବଡ଼ ସଂକଟ ସତ୍ତେ୍ୱ ଦରଦାମ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କିନ୍ତୁ ଇତିହାସ କହୁଛି, ଯେବେ ବି କଂଗ୍ରେସ ସରକାର ଆସିଛି ମହଙ୍ଗା ସାଥିରେ ଆଣିଛି । ଆଜି ଶକ୍ତି କ୍ଷେତ୍ରରେ ଆମେ ନିର୍ଭରଶୀଳ ହୋଇଛୁ । ଭାରତ ବିଶ୍ୱର ତୃତୀୟ ବୃହତ୍‌ ଏଭିଏସନ୍‌ ସେଣ୍ଟର ହୋଇଛି । ବିଶ୍ୱର ଅଗ୍ରଣୀ ଡିଜିଟାଲ ଅର୍ଥନୀତି ପାଲଟିଛି ଭାରତ । ପ୍ରଥମ ଥର ପାଇଁ ମତ୍ସ୍ୟଜୀବୀଙ୍କ ନିମନ୍ତେ ପୃଥକ୍‌ ମନ୍ତ୍ରଣାଳୟ ଆସିଛି । ଆଜି ମହିଳାଙ୍କ ନାମରେ ଗ୍ୟାସ୍‌, ବିଜୁଳି ବିଲ୍‌ ଯାଉଛି । ଝିଅମାନଙ୍କୁ ବୋଝ କୁହାଯାଉ ନାହିଁ । କନ୍ୟାରତ୍ନ ଆଜି ଯୁଦ୍ଧ ବିମାନ ଉଡ଼ାଉଛନ୍ତି । ଭଗବାନ ରାମ କେବଳ ନିଜ ଘରକୁ ଫେରିନାହାନ୍ତି, ବରଂ ଏଭଳି ଏକ ମନ୍ଦିର ନିର୍ମାଣ ହୋଇଛି ଯାହା ଭାରତର ସଂସ୍କୃତିକୁ ଶକ୍ତି ଦେଇଚାଲିବ ।

୫୫ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିଛି । ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି । ୧୧ କୋଟି ପରିବାରକୁ ନଳ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ମିଳୁଛି । ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଦିଆଯାଉଛି । ଆମ ସରକାରଙ୍କ ତୃତୀୟ ପାଳିରେ ଦେଶର ମଜଭୁତ ଭିତ୍ତି ରଖାଯିବ । ଦେଶବାସୀ ଓ ସେମାନଙ୍କ ଭବିଷ୍ୟତ ପାଇଁ ଏହି ପାଳି ଆଶା ଓ ବିଶ୍ୱାସରେ ଭରା ହେବ । ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବ ।

ଲୋକସଭାର ଗୃହକାର୍ଯ୍ୟ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରହିଛି । ସଂସଦର ବଜେଟ୍‌ ଅଧିବେଶନ ଜାନୁଆରୀ ୩୧ରେ ଆରମ୍ଭ ହୋଇଥିଲା । ଏହା ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍‌ ୨୦୨୪-୨୫ ଆଗତ କରିଥିଲେ । ନୂଆ ସଂସଦ ଭବନରେ ରାଷ୍ଟ୍ରପତି ମୁର୍ମୁ ପ୍ରଥମ ଥର ପାଇଁ ସମ୍ବୋଧନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.