ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ସୁପର୍-୪ ଫାଇଟ୍; ଟସ୍ ଜିତି ପାକିସ୍ତାନର ଫିଲ୍ଡିଂ ନିଷ୍ପତ୍ତି, ଖେଳିବେ ରାହୁଲ୍ ଓ ବୁମରା

କଲମ୍ବୋ, ୧୦/୦୯: ଶ୍ରୀଲଙ୍କାର ଆର୍. ପ୍ରେମଦାସ ଷ୍ଟାଡିୟମରେ ଭାରତ ବିପକ୍ଷ ମ୍ୟାଚରେ ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତ ବ୍ୟାଟିଂ କରିବ । ଦଳକୁ କେଏଲ୍ ରାହୁଲଙ୍କ ସହ ଯଶପ୍ରୀତ ବୁମରା ଫେରିଛନ୍ତି । ଶ୍ରେୟସ ଆୟରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇ ନାହିଁ ।

ଏସିଆ କପ୍ ସୁପର-୪ରେ ଭାରତ-ପାକିସ୍ତାନ ଲଢ଼େଇ, ରୋହିତ ବାହିନୀ ପାଇଁ ଚ୍ୟାଲେଞ୍ଜ ପାକ୍ ପେସର୍

ସୁପର-୪ରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଛି । ରବିବାର ବିଜୟୀ ହେଲେ ଦଳ ଫାଇନାଲରେ ପ୍ରବେଶ କରିବ । ଭାରତ କିନ୍ତୁ ପ୍ରଥମ ମ୍ୟାଚ୍‌ ଖେଳିବ । ପାକିସ୍ତାନର ବୋଲିଂ ବାହିନୀକୁ ସାମ୍ନା କରିବା ନେଇ ଦଳ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ରବିବାର ଭାରତୀୟ ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ବାହିନୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ସହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିଶ ରୌଫ ପାକିସ୍ତାନ ବୋଲିଂ ବାହିନୀର ୩ ଘାତକ ପେସର । ଗତ ୨ ତାରିଖରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟାସ ଆୟାରଙ୍କୁ ସହଳ ଆଉଟ୍‌ କରି ସ୍ଥିତି ଦୋହଲାଇ ଦେଇଥିଲେ । କିନ୍ତୁ ମଧ୍ୟଭାଗରେ ଇଶାନ କିଷନ ଓ ହାର୍ଦ୍ଦିନ ପାଣ୍ଡ୍ୟା ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ । 

ବିଶ୍ୱରେ ପ୍ରଥମ: ଘୁଷୁରି ଭ୍ରୂଣରେ ମାନବ କିଡ୍‌ନୀ ବିକଶିତ କଲେ ବୈଜ୍ଞାନିକ, ଉପକୃତ ହେବେ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଥିବା ଲୋକ

ପୁଣି ସୁପର-୪ରେ ଭାରତୀୟ ବ୍ୟାଟର ପାକ୍‌ର ଘାତକ ପେସରଙ୍କୁ ସାମ୍ନା କରିବେ । ଯାହା ଏବେ ରୋହିତବାହିନୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।  ପାକ୍‌ ବୋଲରଙ୍କ ଚମତ୍କାର ସୁଇଂ ସାଙ୍ଗକୁ ଆକର୍ଷଣୀୟ ଲାଇନ ଲେଙ୍ଗଥ୍‌ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିଲା । କିନ୍ତୁ ଯୁବ ଓପନର ଶୁଭମନ ଗିଲ ରବିବାର ମ୍ୟାଚ୍‌ ପାଇଁ ବେଶ ଭଲ ଭାବେ ପ୍ରସ୍ତୁତ ହୋଇଛନ୍ତି । ଦୀର୍ଘ ସମୟ ସେ ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।

ଅଧିନାୟକ ବାବର ଆଜାମ ନିଜ ବୋଲିଂବାହିନୀକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ।  ବ୍ୟାଟିଂରେ ମଧ୍ୟ ନିଜେ ବାବର ଭଲ ଫର୍ମରେ ଅଛନ୍ତି । ସେମିତି ମହମ୍ମଦ ରିଜୱାନ, ଇଫତିକାର ଅହମ୍ମଦ ଓ ଇମାମ-ଉଲ-ହକ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।

ଚୂଡ଼ାନ୍ତ ଏକାଦଶ

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲ,ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । 

ପାକିସ୍ତାନ: ଫଖର ଜମାନ, ଇମାମ ଉଲ ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ, ଅଘା ସଲମାନ, ଇଫତିଖର ଅହମ୍ମଦ, ସଦାବ ଖାନ, ଫଇମ ଅସ୍ରଫ, ସହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିଶ ରୌଫ ।

  • ind vs pak
  • Jasprit Bumrah
  • Copyright © 2022 - Summa Real Media Private Limited. All Rights Reserved.