ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ

Image Courtesy: thestatesman

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ବସ୍ତି ମିଳିଛି । ବହୁ ଚର୍ଚ୍ଚିତ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ତାଙ୍କୁ ଆଜି ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ନିୟମିତ (ରଗୁଲାର) ଜାମିନ ମିଳିଯାଇଛି । ଜାମିନ ପାଇବା ପରେ ଚନ୍ଦ୍ରବାବୁ ରାଜନୈତିକ କାର୍ଯ୍ୟକଳାପରେ ଯୋଗ ଦେଇପାରିବେ । ଏହା ପୂର୍ବରୁ ନାଇଡୁଙ୍କୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ଏହି ଅବଧି ଶେଷ ହେବା ପୂର୍ବରୁ ତାଙ୍କୁ ନିୟମିତ ଜାମିନ ମିଳିଯାଇଛି । 

ଅନ୍ୟପଟେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ବେଲ ମିଳିଯିବା ପରେ ଦଳର ସାଧାରଣ ସଂପାଦକ ତଥା ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ଏହାକୁ ସତ୍ୟର ଜୟ ହେଲା ବୋଲି କହିଛନ୍ତି । ଜଗନ ମୋହନ ରେଡ୍ଡୀ ସରକାର ଜାଣିଶୁଣି ମାମଲାରେ ବିଳମ୍ବ କରୁଥିବା ବେଳେ ସିଆଇଡି ପକ୍ଷରୁ କୋର୍ଟରେ କୌଣସି ପ୍ରମାଣ ଦିଆଯାଇ ପାରିଲା ନାହିଁ । ବିଳମ୍ବ ହେଲେ ବି ସତ୍ୟର ଜୟ ହୋଇଛି ବୋଲି ନାରା ଲୋକେଶ କହିଛନ୍ତି । ସପେଟେ ଓ୍ବାଇଏସଆର ନେତା ତଥା ରାଜ୍ୟର ଜଳସେଚନ ମନ୍ତ୍ରୀ ଅମ୍ବାତି ରାମବାବୁ କହିଛନ୍ତି, ନାଇଡୁଙ୍କୁ କ୍ଲିନ୍‌ ଚିଟ ମିଳିନାହିଁ ବରଂ କୋର୍ଟ ତାଙ୍କୁ କେବଳ ବେଲ୍‌ ହିଁ ଦେଇଛନ୍ତି ।

୨୦୨୩ ସେପ୍ଟେମ୍ବର ୯ ତାରିଖରେ ଚନ୍ଦ୍ରବାବୁଙ୍କୁ ରାଜ୍ୟ ସିଆଇଡି ଗିରଫ କରିଥିଲା । ଏହାପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଚନ୍ଦ୍ରବାବୁଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଚାରି ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନାଇଡୁଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ଲକ୍ଷେ ଟଙ୍କାର ମୁଚାଲିକା ଓ ଦୁଇ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ କୋର୍ଟ । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ ତାରିଖରେ ଆନ୍ଧ୍ରପ୍ରଦେଶ ସିଆଇଡି ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା ଓ ସେ ରାଜମୁଣ୍ଡରି ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଥିଲେ । 

ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ ୩ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଚନ୍ଦ୍ରବାବୁ ନାଇଡୁ ନିଜ ଗିରଫଦାରୀ ବିରୋଧରେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ବିରୋଧରେ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ ମାମଲା ରୁଜୁ କରାଯାଇଥିବା ଦର୍ଶାଇ ସେ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ଆବେଦନ କରିଥିଲେ । ଯାହା ଏବେ କୋର୍ଟରେ ବିଚାରଧୀନ ରହିଛି । 

ଅକ୍ଟୋବର ୩୧ ରେ ୪ ସପ୍ତାହ ମଧ୍ୟବର୍ତ୍ତୀକାଳୀନ ବେଲରେ ସେଣ୍ଟ୍ରାଲ ଜେଲରୁ ମୁକ୍ତ ହୋଇଥିଲେ ଚନ୍ଦ୍ରବାବୁ । ନଭେମ୍ବର ୨୮ ତାରିଖ ସୁଦ୍ଧା ସେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମଧ୍ୟବର୍ତ୍ତୀକାଳୀନ ବେଲ ଅବଧି ଶେଷ ହେବା ପୂର୍ବରୁ ତାଙ୍କୁ ଆଜି ନିୟମିତ ବେଲ ପ୍ରଦାନ କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ।

  • Chandrababu naidu
  • Copyright © 2022 - Summa Real Media Private Limited. All Rights Reserved.